Advertisment

କଳ୍ପନା ଜଳ୍ପନାର ଅନ୍ତ; ମୁମ୍ୱାଇ ଇଣ୍ଡିଆନ୍ସକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା!

୨୦୨୨ ମସିହାରେ ଗୁଜରାଟ୍‌ ଟାଇଟନ୍ସ ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ସାମିଲ୍‌ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୫ କୋଟି ଟଙ୍କାରେ କିଣି କ୍ୟାପ୍‌ଟେନ୍‌ କରିଥିଲା ଫ୍ରାଞ୍ଚାଇଜ୍‌।

IPL

IPL

Advertisment

IPL ୨୦୨୪ ସିଜିନ୍‌ ପାଇଁ ଆଜି ୧୦ଟି ଦଳ ଖେଳାଳି ରିଟେନ୍‌ ଓ ରିଲିଜ୍‌ ଲିଷ୍ଟ ଜାରି କରିଥିଲେ। ଯେଉଁଥିରେ ଚର୍ଚ୍ଚାରେ ଥିଲେ ଗୁଜରାଟ ଟାଇଟନ୍ସ କ୍ୟାପ୍‌ଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା। କାରଣ ଆଗାମୀ ସିଜନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୁଜରାଟ୍‌ ଟାଇଟନ୍ସ ରିଟେନ୍‌ କରିଥିଲା। ଲିଷ୍ଟ ଜାରି ହେବାର ପ୍ରାୟ ୧୦ ମିନିଟ୍‌ ପରେ ସବୁକିଛି ବଦଳି ଗଲା। ଗୁଜରାଟ୍‌ ଟାଇଟନ୍ସ ହାତ ଛାଡ଼ିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ତାଙ୍କ ପୁରୁଣା ଦଳ ମୁମ୍ୱାଇ ଇଣ୍ଡିଆନ୍ସକୁ ଫେରିଲେ।  

Advertisment

୨୦୨୨ ମସିହାରେ ଗୁଜରାଟ୍‌ ଟାଇଟନ୍ସ ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ସାମିଲ୍‌ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୫ କୋଟି ଟଙ୍କାରେ କିଣି କ୍ୟାପ୍‌ଟେନ୍‌ କରିଥିଲା ଫ୍ରାଞ୍ଚାଇଜ୍‌। ଜବରଦସ୍ତ ଖେଳ ଖେଳି ଗୁଜରାଟ୍‌ ଟାଇଟନ୍ସକୁ ଚାମ୍ପିଅନ୍‌ କରାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।

ଅନ୍ୟପକ୍ଷରେ ଷ୍ଟାର ବୋଲର ଜୋଫ୍ରା ଆର୍ଚରଙ୍କୁ ରିଲିଜ କରି ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଏଥର ରୋହିତ ଶର୍ମା, ଜଶପ୍ରିତ ବୁମ୍ରା, ସୂର୍ଯ୍ୟ କୁମାର ଯାଦବ, ଈଶାନ କିଶନଙ୍କୁ ପୂର୍ବପରି ମୁମ୍ବାଇ ରହିଛି। ସେହିପରି ଗୁଜରାଟ ଟାଇଟନ୍ସ ଶୁଭମନ୍‌ ଗିଲ୍‌, ଡେଭିଡ୍‌ ମିଲର, ରସିଦ, ୱିଲିଅମସନଙ୍କୁ ରିଟେନ୍‌ କରିଛି।

Advertisment

ଓଡ଼ିଶାର ଶୁଭ୍ରାଂଶୁ ସେନାପତିଙ୍କୁ ରିଲିଜ କରିଦେଇଛି ଚେନ୍ନାଇ ସୁପର କିଙ୍ଗ୍ସ। ଶୁଭ୍ରାଂଶୁଙ୍କ ସମେତ ୮ ଜଣ ଖେଳାଳିଙ୍କୁ ରିଲିଜ କରିଛି ଚେନ୍ନାଇ। ୧୬.୨ କୋଟିରେ କିଣା ଯାଇଥିବା ବେନ୍‌ ଷ୍ଟୋକ୍ସଙ୍କୁ ମଧ୍ୟ ଛାଡ଼ିଦେଇଛି।

କୋଲକାତା ନାଇଟ୍‌ ରାଇଡର୍ସ କଠୋର ନିଷ୍ପତ୍ତି ନେଇଛି। ୧୨ ଖେଳାଳିଙ୍କୁ ରିଲିଜ କରିଛି। ଅଲ୍‌ରାଉଣ୍ଡର ଶାର୍ଦ୍ଦୁଳ ଠାକୁର, ସାକିବ, ଫର୍ଗୁସନ୍‌, ସାଉଦି, ଉମେଶ ଯାଦବଙ୍କୁ ଛାଡ଼ିଦେଇଛି। ଆୟର, ରିଙ୍କୁ, ରସେଲ, ବରୁଣ, ନୀତିଶ ରାଣାଙ୍କୁ ରିଟେନ କରିଛି।

ସେହିପି ଦିଲ୍ଲୀ କ୍ୟାପିଟାଲ ୧୧ ଜଣ ଖେଳାଳିଙ୍କୁ ଛାଡ଼ି ଦେଇଛି। ମନୀଷ ପାଣ୍ଡ, କମଲେଶ ନାଗରକୋଟୀ, ସରଫରାଜ ଖାନ୍‌, ଅମନ ଖାନ୍‌ ପ୍ରମୁଖ ରହିଛନ୍ତି। ସେହିପରି ଲକ୍ଷ୍ମୌ ସୁପର ଜାଏଣ୍ଟ ୮ ଖେଳାଳି ଓ ହାଇଦ୍ରାବାଦ ୬ ଜଣଙ୍କୁ ଛାଡ଼ି ଦେଇଛି। ପଞ୍ଜାବ ୫ ଓ ରାଜସ୍ଥାନ ୯ ଜଣ ଖେଳାଳିଙ୍କୁ ରିଲିଜ କରିଛି। ରୟାର ଚ୍ୟାଲେଞ୍ଜ ବାଙ୍ଗାଲୁରୁ ୧୧ ଜଣ ଖେଳାଳିଙ୍କୁ ଛାଡ଼ି ଦେଇଛି।

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe