Advertisment

ଆଇସିସି ମହିଳା ଦିନିକିଆ ଟିମ: ଭାରତର ହରମନପ୍ରୀତ କୌର ଅଧିନାୟକ

ଦିନିକିଆର ଟିମରେ ଭାରତର ୩ ଜଣ ଖେଳାଳି ରହିଛନ୍ତି। ସେହିପରି ଦଳର କମାଣ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ମିଳିଛି।

author-image
Hemant Lenka
Women cricketer

Women cricketer

ବିଦାୟୀ ବର୍ଷ ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଇସିସି ମହିଳା ଦିନିକିଆ ଟିମ ଗଠନ କରିଛି। ଏହି ଦିନିକିଆର ଟିମରେ ଭାରତର ୩ ଜଣ ଖେଳାଳି ରହିଛନ୍ତି। ସେହିପରି ଦଳର କମାଣ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ମିଳିଛି। ହରମନପ୍ରୀଙ୍କ ବ୍ୟତୀତ ଦଳରେ ଭାରତର ସ୍ମୃତି ମନ୍ଧାନା ଓ ଦ୍ରୁତ ବୋଲର ରେଣୁକା ସିଂହ। ୨୦୨୨ରେ ଏମାନେ ଦମଦାର ପ୍ରଦର୍ଶନ କରିଥିବାରୁ ଆଇସିସି ଦିନିକିଆ ମହିଳା ଦଳର ସ୍ଥାନ ପାଇଛନ୍ତି।

Advertisment

ଅଧିନାୟକ କୌର ୨୦୨୨ ବର୍ଷରେ ୨ଟି ଶତକ ସହ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେପ୍ଟେମ୍ବର ମାସରେ ସେ ଖେଳିଥିବା ୧୪୩ ରନ୍‌ ୨୦୨୨ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା। ଦ୍ରୁତ ବୋଲର ରେଣୁକା ସିଂହ ଗତବର୍ଷ ହିଁ ଭାରତ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ। ୨୦୨୨ରେ ସେ ୭ଟି ମ୍ୟାଚ ଖେଳି ୧୮ଟି ୱିକେଟ ନେଇଛନ୍ତି। ସେ ଟି-୨୦ରେ ଦମଦାର ପ୍ରଦର୍ଶନ ରିବା ପରେ ତାଙ୍କୁ ଦିନିକିଆରେ ସୁଯୋଗ ମିଳିଥିଲା।

ଅନ୍ୟପକ୍ଷରେ ଆଇସିସିର ମହିଳା ଦିନିକିଆ ଟିମରେ ଦକ୍ଷିଣ ଆଫ୍ରିକାର ଲଉରା ୱଲଭାରଡଟ୍, ଦ୍ରୁତ ବୋଲୀ ଆୟବୋଙ୍ଗା ଖାଖା ଓ ଶବନିମ ଇସମାଇଲ ରହିଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ୱକପ ଭେଟି ଥିବା ଦଳର ଷ୍ଟାର ବ୍ୟାଟର ଏଲିସା ହେଲୀ ମଧ୍ୟ ଦଳରେ ରହିଛନ୍ତି। ତାଙ୍କ ସାଥୀ ଖେଳାଳି ବେଥ ମନୀ ମଧ୍ୟ ୧୧ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଏହାବାଦ ଇଂଲଣ୍ଡର ଦୁଇ ଜଣ ଓ ନ୍ୟୁଜିଲ୍ୟାଣ୍ଡର ଜଣେ କ୍ରିକେଟରଙ୍କୁ ଆଇସିସି ତା’ ଟିମରେ ରଖିଛି।

Advertisment

ଆଇସିସି ମହିଳା ଦିନିକିଆ ଟିମ: ଏଲିସା ହେଲୀ(ୱିକେଟ କିପର), ବେଥ ମନୀ(ଅଷ୍ଟ୍ରେଲିଆ), ସ୍ମୃତି ମନ୍ଧାନା, ହରମନପ୍ରୀତ କୌର, ରେଣୁକା ସିଂହ, ଲାଉରା ୱଲଭାରଡଟ, ଆୟବୋଙ୍ଗା ଖାଖା, ଶବନିମ ଇସମାଇଲ, ନାଟ ସ୍କିଭର(ଇଂଲଣ୍ଡ), ସୋଫିଆ ଏସକେଲଷ୍ଟୋନ(ଇଂଲଣ୍ଡ), ଆମେଲିଆ କେର୍‌(ନ୍ୟୁଜିଲ୍ୟାଣ୍ଡ)।

Cricket