Advertisment

ଆଖି ଖସିଗଲା ଭଳି କ୍ୟାଚ୍‌ ଧରିଲେ ହରମନପ୍ରୀତ, ଦେଖନ୍ତୁ ଭିଡିଓ

ନର୍ଥ ସାଉଣ୍ଡ: ଭାରତୀୟ ମହିଳା ଦଳ ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ ଠାରୁ ମାତ୍ର ଗୋଟିଏ ରନ୍‌ରେ ପରାସ୍ତ ହୋଇଛି। ତେବେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ହରମନପ୍ରୀତ କୌର ଧରିଥିବା ଗୋଟିଏ ଅବିଶ୍ୱନୀୟ କ୍ୟାଚ୍‌ର ଭିଡିଓ ଭାଇରାଲ ହେବାରେ ଲାଗିଛି। ହରମନପ୍ରୀତ ବ୍ୟାଟିଂରେ ବିଫଳ ହୋଇଥିଲେ ହେଁ ପଡ଼ିଆରେ ଭାରତ ପାଇଁ ଏକାଧିକ ରନ୍‌ ବଞ୍ଚାଇଛନ୍ତି। ସେହିପରି ବାଉଣ୍ଡରୀ ପାଖରେ ସେ ଗୋଟିଏ ହାତରେ ଜମ୍ପ ମାରି ଧରିଥିବା କ୍ୟାଚ୍‌ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଇଣ୍ଡିଜ […]

author-image
Hemant Lenka
ଆଖି ଖସିଗଲା ଭଳି କ୍ୟାଚ୍‌ ଧରିଲେ ହରମନପ୍ରୀତ, ଦେଖନ୍ତୁ ଭିଡିଓ

h

ନର୍ଥ ସାଉଣ୍ଡ: ଭାରତୀୟ ମହିଳା ଦଳ ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ ଠାରୁ ମାତ୍ର ଗୋଟିଏ ରନ୍‌ରେ ପରାସ୍ତ ହୋଇଛି। ତେବେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ହରମନପ୍ରୀତ କୌର ଧରିଥିବା ଗୋଟିଏ ଅବିଶ୍ୱନୀୟ କ୍ୟାଚ୍‌ର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ହରମନପ୍ରୀତ ବ୍ୟାଟିଂରେ ବିଫଳ ହୋଇଥିଲେ ହେଁ ପଡ଼ିଆରେ ଭାରତ ପାଇଁ ଏକାଧିକ ରନ୍‌ ବଞ୍ଚାଇଛନ୍ତି। ସେହିପରି ବାଉଣ୍ଡରୀ ପାଖରେ ସେ ଗୋଟିଏ ହାତରେ ଜମ୍ପ ମାରି ଧରିଥିବା କ୍ୟାଚ୍‌ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଇଣ୍ଡିଜ ଅଧିନାୟକ ଷ୍ଟେଫାନି ଟେଲର ୯୪ ରନ୍‌ କରି ବ୍ୟାଟିଂ କରୁଥିଲେ। ଏହି ସମୟରେ ସେ ଏକତା ବିଷ୍ଟଙ୍କୁ ଛକା ମାରି ଶତକ ହାସଲ କରିବାକୁ ଚାହିଁଥିଲେ। ଏଥିପାଇଁ ସେ ଲଙ୍ଗଅନ୍‌ ଅଞ୍ଚଳରେ ବଲଟିକୁ ମାରିଥିଲେ।

Advertisment

ବଲଟି ନିଶ୍ଚିତ ଛକା ହେବ ବୋଲି ସମସ୍ତେ ଭାବିଥିଲେ। ତେବେ ହଠାତ୍‌ ହରମନପ୍ରୀତ କୌର ସୁନ୍ଦର ଭାବେ ଜମ୍ପ ମାରି ନିଜର ବାମ ହାତରେ ବାଉଣ୍ଡରୀ ବାହାରକୁ ଯାଉଥିବା ବଲଟିକୁ ଝାମ୍ଫି ଆଣିଥିଲେ।

ଦେଖନ୍ତୁ ଭିଡିଓ
https://twitter.com/i/status/1190456139206426624