Advertisment

ପ୍ୟାରିସ ପାରାଅଲିମ୍ପିକ୍ସ: ତୀରନ୍ଦାଜରେ ମିଳିଲା ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ଦେଶ ପାଇଁ ଗୌରବ ଆଣିବା ସହ ଇତିହାସ ରଚିଲେ ତୀରନ୍ଦାଜ ହରବିନ୍ଦର ସିଂହ।

ଅଦ୍ୟତନ ହୋଇଛି
harvinder-singh

harvinder-singh

Advertisment

ପ୍ୟାରିସ ପାରାଅଲିମ୍ପିକ୍ସରେ ତୀରନ୍ଦାଜୀରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ। ଦେଶ ପାଇଁ ଗୌରବ ଆଣିବା ସହ ଇତିହାସ ରଚିଲେ ତୀରନ୍ଦାଜ ହରବିନ୍ଦର ସିଂହ। ବୁଧବାର ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତାୟ ଭାବେ ନିଜ ନାଁରେ ରେକର୍ଡ କରିଛନ୍ତି ହରବିନ୍ଦର।

Advertisment

ପୁରୁଷ ବିଭାଗ ବ୍ୟକ୍ତିଗତ ରିକର୍ଭ ଓପନ ଫାଇନାଲ ମ୍ୟାଚରେ ସେ ପୋଲାଣ୍ଡ ପ୍ରତିଯୋଗୀଙ୍କୁ ୬-୦ରେ ହରାଇଥିଲେ। ହରବିନ୍ଦରଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେପଟେ ପୁରୁଷ ସଟଫୁଟ୍‌ରେ ରୌପ୍ୟ ଜିତିଛନ୍ତି ସଚିନ ସର୍ଜେରାଓ ଖିଲାରୀ। ସେହିଭଳି କ୍ଲବ୍ ଥ୍ରୋରେ ମଧ୍ୟ ଭାରତକୁ ଧରମବୀର ଓ ସୁରମା ପ୍ରଣବ ଯୋଡ଼ି ସ୍ୱର୍ଣ୍ଣ ଓ ରୌପ୍ୟ ପ୍ରଦାନ କରିଥିବାରୁ ପ୍ୟାରିସ ପାରା ଅଲିମ୍ପିକସରେ ଭାରତ ପଦକ ତାଲିକା ୨୪ ରେ ପହଞ୍ଚିଛି। ଏଥିରେ ୫ଟି ଗୋଲ୍ଡ ମେଡାଲ ରହିଛି।

Advertisment
Gold Medal India Win Gold Paris Paralympics 2024 Harvinder Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe