ankita
ପ୍ୟାରିସ ଅଲିମ୍ପିକ୍ସରେ ଭାରତରୁ ତୀରନ୍ଦାଜିରୁ ନିରାଶଜନକ ଖବର ମିଳିବାରେ ଲାଗିଛି। ପ୍ରଥମେ ଟିମ ଇଭେଣ୍ଟରେ ଭାରତୀୟ ମହିଳା ଓ ପୁରୁଷ ଟତମ କ୍ୱାର୍ଟର ଫାଇନାଲରେ ଦୁର୍ବଳ ପ୍ରଦର୍ଶନ ସହ ଅଲିମ୍ପିକ୍ସରୁ ବାଦ ପଡ଼ିଥିଲେ।
ଆଜି ଠାରୁ ବ୍ୟକ୍ତିଗତ ତୀରନ୍ଦାଜି ଇଭେଣ୍ଟ ଆରମ୍ଭ ହୋଇଛି। ଏହି ଇଭେଣ୍ଟର ରାଉଣ୍ଡ ୩୨ରୁ ହିଁ ବିଦାୟୀ ନେଇଛନ୍ତି ଭାରତର ଅଙ୍କିତା ଭକତ। ସେ ଅପ୍ରତ୍ୟାଶିତ ଢଙ୍ଗରେ ପୋଲାଣ୍ଡର ୱଲୋଲେତାଙ୍କ ଠାରୁ ୬-୪ରେ ହାରି ଯାଇଛନ୍ତି।
ପ୍ରଥମ ସେଟକୁ ପୋଲାଣ୍ଡ ଖେଳାଳି ୨୭-୨୬ରେ ଜିତିଥିବା ବେଳେ ଦ୍ୱିତୀୟ ସେଠରେ ଅଙ୍କିତା କମବ୍ୟାକ କରିଥିଲେ। ସେ ୨୯-୨୬ରେ ସେଟକୁ କବଜା କରିଥିଲେ। ତୃତୀୟ ସେଟକୁ ମଧ୍ୟ ଅଙ୍କିତା ନିଜ ନାଁରେ କରିଥିଲେ।
କିନ୍ତୁ ୪ର୍ଥ ଓ ୫ମ ସେଟରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଥିଲା। ୪ର୍ଥ ସେଟରେ ସେ ୨୭ ଓ ୫ମ ସେଟରେ ମଧ୍ୟ ସମାନ ୨୭ ପଏଣ୍ଟ ସ୍କୋର କରିଥିଲେ। ପୋଲାଣ୍ଡର ୱାଲୋଲେତା ୪ର୍ଥ ସେଟରେ ୨୯ ଓ ୫ମ ସେଟରେ ୨୮ ପଏଣ୍ଟ ହାସଲ କରି ଅଙ୍କିତାଙ୍କୁ ପ୍ରଥମ ରାଉଣ୍ଡରୁ ବିଦା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ankita_1722342632.jpg)