ମସ୍କାଟ: ଏସିଆନ୍ ହକି ଚାମ୍ପିୟନଶିପ୍ର ଆଜି ଖେଳାଯିବାକୁ ଥିବା ଫାଇନାଲ୍ ଯୁଦ୍ଧରେ ଭାରତ ତା'ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ପୂର୍ବରୁ ଏସିଆନ୍ ଚାମ୍ପିୟନଶିପ୍ର ଦୁଇଟି ଫାଇନାଲ୍ରେ ପାକିସ୍ତାନକୁ ଧୂଳି ଚଟାଇ ଚାମ୍ପିୟନ ହୋଇଥିବା ଭାରତ ତା’ର ପୂର୍ବ ରେକର୍ଡ ଦୋହରାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ସେହିପରି ଫାଇନାଲ୍ରେ ଜିତି ପାକିସ୍ତାନ ଭାରତଠାରୁ ପରାଜିତ ହେବାର ରେକର୍ଡରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚେଷ୍ଟା କରିବ।
ଭାରତୀୟ ସମୟ ରାତି ୧୦ଟା ୪୦ରୁ ଏହି ମ୍ୟାଚ୍ ଆରମ୍ଭ ହେବ।
ଶନିବାର ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ୍ରେ ପାକିସ୍ତାନ ମାଲେସିଆକୁ ସୁଟ୍ଆଉଟ୍ରେ ୩-୧ ଗୋଲ୍ରେ ପରାସ୍ତ କରି ଫାଇନାଲକୁ ଆସିଛି।
ସେହପରି ଦ୍ୱିତୀୟ ସେମିଫାଇନାଲରେ ଭାରତ ଗତ ଥରର ଚାମ୍ପିୟନ ଜାପାନକୁ ୩-୨ ଗୋଲ୍ରେ ପରାସ୍ତ କରି ଫାଇନାଲ ପାଇଁ ଟିକେଟ୍ ହାତେଇ ଥିଲା।
ପୂର୍ବରୁ ଭାରତ ୨୦୧୧ ଓ ୨୦୧୬ରେ ଫାଇନାଲ୍ରେ ପାକିସ୍ତାନକୁ ହରାଇ ଏସିଆନ୍ ଚାମ୍ପିୟନଶିପ୍ ଜିତିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।