/odisha-reporter/media/post_attachments/uploadimage/library/16_9/16_9_0/Team_1757239766.jpg)
Team
ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରଥମଥର ପାଇଁ ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଅମନ ସୈନି, ଋଷଭ ଯାଦବ ଓ ପ୍ରଥମେଶ ବାଲଚନ୍ଦ୍ର ଫୁଜେଙ୍କୁ ନେଇ ଗଠିତ ଭାରତୀୟ ଟିମ ଏପରି କୀର୍ତ୍ତିମାନ ହାସଲ କରିପାରିଛି।
ଫାଇନାଲରେ ଭାରତୀୟ ଟିମ ଫ୍ରାନ୍ସର ନିକୋଲ୍ସ ଗିରାର୍ଡ, ଜେନ ଫିଲିପେ ବୌଲଚ ଓ ଫ୍ରାଙ୍କୋସ ଡୁବୋଇସଙ୍କୁ ପରାସ୍ତ କରିଛି। ଫ୍ରାନ୍ସ ପୂର୍ବରୁ ୧୯୯୫ ଜାକାର୍ତ୍ତା ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଥିଲା। ପ୍ରଥମଥର ପାଇଁ କମ୍ପାଉଣ୍ଡ ଟିମ ଇଭେଣ୍ଟ ବିଶ୍ୱ ଚାମ୍ପିୟନଶିପରେ ସାମିଲ ହୋଇଥିବା ବେଳେ ଫ୍ରାନ୍ସ ବାଜି ମାରି ନେଇଥିଲା।
କିନ୍ତୁ ୨୦୨୫ରେ ଭାରତୀୟ ଟିମ ଫ୍ରାନ୍ସକୁ ହରାଇ ଇତିହାସ ରଚିଛି। ଭାରତର ବିଜୟ ଯାତ୍ରା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରୁ ଆରମ୍ଭ ହୋଇଥିଲା। ମ୍ୟାଚ୍ ୨୩୨ ପଏଣ୍ଟରେ ଟାଇ ରହିବାରୁ ଶୁଟ ଆଉଟ ସ୍ଥିତି ଉପୁଜି ଥିଲା। ଏହାକୁ ୩୦-୨୮ରେ ଭାରତ ଜିତି ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲା। ଏହାପରେ ଆମେରିକାକୁ କ୍ୱାର୍ଟର ଫାଇନାଲରେ ଦଳ ୨୩୪-୨୩୩ ପଏଣ୍ଟରେ ହରାଇଥିଲା ଦଳ।
ସେମି ଫାଇନାଲରେ ଭାରତୀୟ ଟିମକୁ କଡ଼ା ଟକ୍କର ଦେଇଥିବା ତୁର୍କୀ। କିନ୍ତୁ ଏହି ମ୍ୟାଚ୍ ଭାରତର ୩ ଷ୍ଟାର ତୀରନ୍ଦାଜ ଚମତ୍କାର ଢଙ୍ଗରେ ୨୩୪-୨୩୨ ପଏଣ୍ଟ ବ୍ୟବଧାନରେ ଜିତି ଫାଇନାଲରେ ପ୍ରବେଶ କରିଥିଲେ।
ଫାଇନାଲରେ ଦଳର ମୁକାବିଲା ପୂର୍ବତନ ଚାମ୍ପିୟନ ଫ୍ରାନ୍ସ ସହ ହୋଇଥିଲା। ଦୁଇ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଶେଷରେ ଭାରତୀୟ ଟିମ ୨୩୫-୨୩୩ ପଏଣ୍ଟ ବ୍ୟବଧାନରେ ଫ୍ରାନ୍ସକୁ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି। ତୃତୀୟ ରାଉଣ୍ଡ ସୁଦ୍ଧା ସ୍ଥିତି ୧୭୬-୧୭୬ ରହିଥିଲା। ନିର୍ଣ୍ଣାୟକ ରାଉଣ୍ଡରେ ଭାରତ ୫୯ ପଏଣ୍ଟ ସ୍କୋର କରିଥିବା ବେଳେ ଫ୍ରାନ୍ସ ୫୭ ପଏଣ୍ଟ ହିଟ କରିଥିଲା। ଫଳରେ ଭାରତ ୨ ପଏଣ୍ଟ ବ୍ୟବଧାନରେ ଫାଇନାଲକୁ ଜିତି ଇତିହାସ ରଚିଥିଲା।
୨୩ ବର୍ଷୀୟ ଋଷଭ ଯାଦବଙ୍କ ପାଇଁ ଆଜିର ବିଜୟ ଓ ଦିନ ବେଶ ସ୍ମରଣୀୟ ହୋଇଛି। କାରଣ ସେ ରବିବାର ବ୍ୟକ୍ତିଗତ ଭାବେ ନିଜର ଦ୍ୱିତୀୟ ପଦକ ହାସଲ କରିଛନ୍ତି। ପୁରୁଷ ବର୍ଗର ଫାଇନାଲ ପୂର୍ବରୁ ସେ ମିକ୍ସଡ ଟିମ ଫାଇନାଲରେ ମଧ୍ୟ ନଜର ଆସିଥିଲେ। ସେ ଜ୍ୟୋତି ସୁରେଖା ବର୍ମାଙ୍କୁ ସାଥୀ କରି ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ନେଦରଲ୍ୟାଣ୍ଡ୍ସ ଠାରୁ ଭାରତୀୟ ଯୋଡ଼ିଙ୍କୁ ୧୫୫-୧୫୭ ପଏଣ୍ଟ ବ୍ୟବଧାରେ ହାରିବାକୁ ପଡ଼ିଥିଲେ। ମିକ୍ସଡ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତଥିଲା।
ମିକ୍ସଡ ଇଭେଣ୍ଟରେ ହାରିଥିବା ଋଷଭ ପୁରୁଷ ବର୍ଗରେ କମାଲ କରି ଦେଶ ପାଇଁ ଓ ବ୍ୟକ୍ତିଗତ ନିଜ ପାଇଁ ସ୍ୱର୍ଣ୍ଣ ପଦକ ଜିତି ପାରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
