Advertisment

ହକି ଇଣ୍ଡିଆକୁ ଡ୍ରାଗ୍ ଫ୍ଲିକର ଏବଂ ଗୋଲ୍ କିପର ଚିନ୍ତା

ଏନେଇ ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ଗ୍ରାସ୍ ରୁଟ୍ ଡେଭଲପମେଣ୍ଟ ପ୍ରୋଗ୍ରାମ।

ଅଦ୍ୟତନ ହୋଇଛି
Dilip Tirkey

Dilip Tirkey

Advertisment

ହକି ଇଣ୍ଡିଆକୁ ଡ୍ରାଗ୍ ଫ୍ଲିକର ଏବଂ ଗୋଲ୍ କିପର ଚିନ୍ତା। ଏଥିପାଇଁ ତୃଣମୂଳ ସ୍ତରରୁ ପ୍ରତିଭା ଖୋଜିବ ହକି ଇଣ୍ଡିଆ। ଏନେଇ ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ଗ୍ରାସ୍ ରୁଟ୍ ଡେଭଲପମେଣ୍ଟ ପ୍ରୋଗ୍ରାମ। ଏନେଇ ଆଜି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ହକି ଇଣ୍ଡିଆ ପକ୍ଷରୁ ଏହି ଅଭିଯାନ ନିମନ୍ତେ ଧ୍ୟାନ ଦିଆଯାଇ ନ ଥିଲା। ଏହି ଅଭିଯାନରେ ଜୁନିଅର ଓ ସବ୍‌ଜୁନିଅର ସ୍ତରକୁ ମଜବୁଜ କରାଯିବ। ତାଙ୍କୁ ଭଲ ଟ୍ରେନିଂ ଦିଆଯିବ। ସିଲେକ୍ସନ ପ୍ରକ୍ରିୟାରେ ଭଲ ଖେଳାଳିଙ୍କୁ ଚୟନ କରିବା ମୁଖ୍ୟ ଲକ୍ଷ୍ୟ ରହିବ। ଯେହେତୁ ଭଲ ଡ୍ରାଗ୍ ଫ୍ଲିକର ଏବଂ ଭଲ ଗୋଲ୍ କିପରି ଥିବା ଟିମ୍ ଅନ୍ତର୍ଜାତୀୟ ଖେଳରେ ଭଲ ପ୍ରଦର୍ଶନ କରୁଛି ଓ ବିଜୟୀ ହେଉଛନ୍ତି। ଅଲମ୍ପିକ୍ ଓ ବିଶ୍ୱକପରେ ଏହା ଦେଖିବାକୁ ମିଳିଛି। ତେଣୁ ଗ୍ରାସ ରୁଟ୍‌ରୁ ଖେଳାଳିଙ୍କୁ ଚୟନ କରିବାକୁ ଅଭିଯାନ ହାତକୁ ନିଆଯାଇଛି। 

କିଛିଦିନ ତଳେ ଅଲମ୍ପିକ୍‌ରେ ଭଲ ଖେଳ ପାଇଁ ଭାରତୀୟ ହକି ଦଳ ବ୍ରୋଞ୍ଚ ମେଡାଲ ପାଇଥିଲେ। ହେଲେ ଭାରତୀୟ ଦଳରେ ବର୍ତ୍ତମାନ ଭଲ ଖେଳାଳି ଅଛନ୍ତି ନା ନାହିଁ ଜଣାପଡ଼ୁନି। ସେମାନଙ୍କୁ ଭଲ ତାଲିମ ମିଳିପାରୁଛି କି ନାହିଁ ଜଣାପଡ଼ୁନି। ତେଣୁ ଗ୍ରାସ୍ ରୁଟ୍ ଡେଭଲପମେଣ୍ଟ ପ୍ରୋଗ୍ରାମ କରାଯାଇଛି।

Advertisment

ଜୁନିଅର ଓ ସବ୍‌ଜୁନିଅର ସ୍ତରରେ କୌଣସି ବଡ଼ ପ୍ରତିଯୋଗିତା, ଚାମ୍ପିୟନସିପ୍ କରାଯାଉନି। ଜାତୀୟସ୍ତରରେ ମାତ୍ର ୮ଟି ପ୍ରତିଯୋଗିତା ହେଉଛି। ଏହା ପ୍ରର୍ଯ୍ୟାପ୍ତ ନୁହେଁ। ତେଣୁ ସେମାନେ ମୋଟିଭେଟ ହୋଇପାରୁନାହାନ୍ତି। ତେଣୁ ସେମାନଙ୍କ ପାଇଁ ଜୋନାଲସ୍ତରୀୟ ମ୍ୟାଚ୍ ହେବ। ଏଥିନିମନ୍ତେ କମିଟି ଓ କୋଚ୍ ବ୍ୟବସ୍ଥା କରାଯାଇଛି।

୧୬ ବର୍ଷରୁ କମ ଏବଂ ୧୯ ବର୍ଷରୁ କମ ବୟସ ବର୍ଗରେ ଇଣ୍ଟ୍ରା ଜୋନ୍ ପ୍ରତିଯୋଗିତା ହେବ। ପୁଣି ସେମାନଙ୍କ ମଧ୍ୟରୁ ଭଲ ପ୍ରତିଭାଙ୍କୁ ବଛା ଯାଇ ଅନ୍ତଃଜୋନ୍ ପ୍ରତିଯୋଗିତା ହେବ। ଏହି ପ୍ରତିଯୋଗିତାରେ ଖାସ୍ କରି ଏମାନଙ୍କ ମଧ୍ୟରୁ ଡ୍ରାଗ୍ ଫ୍ଲିକର ଏବଂ ଗୋଲ୍ କିପର ବାଛିବା ପାଇଁ ଯୋଜନା କରାଯାଉଛି। ସେମାନଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷକମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ ବୋଲି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କି ସୂଚନା ଦେଇଛନ୍ତି।

ସେହିପରି ହକି ଇଣ୍ଡିଆ ଲିଗ୍‌କୁ କିପରି ଦୀର୍ଘ ସମୟ ଧରି ଖେଳା ଯାଇପାରିବ ସେନେଇ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି।

Indian Hockey Curse Of Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe