ହକି ଟିମ୍‌ ପାଇଁ ମନସ୍ତତ୍ତ୍ୱବିତ୍‌ ଦରକାର: କୋଚ୍ ହରେନ୍ଦ୍ର

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ହକି କୋଚ୍‌ ହରେନ୍ଦ୍ର ସିଂହ ମିଡିଆ ଆଗରେ ଗୋଟିଏ କଥା କହୁଥିବା ବେଳେ କାମରେ ଆଉ କିଛି କରୁଛନ୍ତି। ପୁରୁଷ ହକି ଟିମ୍‌ ଏସିଆ କପ୍‌ରେ ଦୁର୍ବଳ ମ୍ୟାଲେସିୟାଠାରୁ ହାରିବା ପରେ ଖେଳାଳିଙ୍କ ମାନସିକ ସ୍ଥିତି ଠିକ୍‌ ଅଛି ବୋଲି କହୁଥିବା ହରେନ୍ଦ୍ର ଏବେ କିନ୍ତୁ ଟିମ୍‌ ପାଇଁ ଜଣେ ମନସ୍ତତ୍ତ୍ୱବିତ୍‌ ନିଯୁକ୍ତ କରିବାକୁ ହକି ଇଣ୍ଡିଆକୁ ଚିଠି ଲେଖିଛନ୍ତି। କେବଳ ଜଣେ ମନସ୍ତତ୍ତ୍ୱବିତ୍‌ ନୁହନ୍ତି, ବରଂ ଯୋଗ ଟ୍ରେନର୍‌ ମଧ୍ୟ ନିଯୁକ୍ତ […]

asq

asq

Hemant Lenka
  • Published: Thursday, 13 September 2018
  • Updated: 13 September 2018, 01:31 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ହକି କୋଚ୍‌ ହରେନ୍ଦ୍ର ସିଂହ ମିଡିଆ ଆଗରେ ଗୋଟିଏ କଥା କହୁଥିବା ବେଳେ କାମରେ ଆଉ କିଛି କରୁଛନ୍ତି।
ପୁରୁଷ ହକି ଟିମ୍‌ ଏସିଆ କପ୍‌ରେ ଦୁର୍ବଳ ମ୍ୟାଲେସିୟାଠାରୁ ହାରିବା ପରେ ଖେଳାଳିଙ୍କ ମାନସିକ ସ୍ଥିତି ଠିକ୍‌ ଅଛି ବୋଲି କହୁଥିବା ହରେନ୍ଦ୍ର ଏବେ କିନ୍ତୁ ଟିମ୍‌ ପାଇଁ ଜଣେ ମନସ୍ତତ୍ତ୍ୱବିତ୍‌ ନିଯୁକ୍ତ କରିବାକୁ ହକି ଇଣ୍ଡିଆକୁ ଚିଠି ଲେଖିଛନ୍ତି। କେବଳ ଜଣେ ମନସ୍ତତ୍ତ୍ୱବିତ୍‌ ନୁହନ୍ତି, ବରଂ ଯୋଗ ଟ୍ରେନର୍‌ ମଧ୍ୟ ନିଯୁକ୍ତ କରାଯାଉ ବୋଲି ସେ କହିଛନ୍ତି।
ବଡ଼ ମ୍ୟାଚ୍‌ରେ ଟିମ୍‌ର ଖେଳାଳିମାନେ ଚାପଗ୍ରସ୍ତ ହେଉଛନ୍ତି କି ବୋଲି ପ୍ରଶ୍ନର ଉତ୍ତର ଦେଇ ହରେନ୍ଦ୍ର ପୂର୍ବରୁ କହିଥିଲେ, ଖେଳାଳିଙ୍କ ଉପରେ କୌଣସି ଚାପ ନାହିଁ। ସେମାନେ ମାନସିକସ୍ତରରେ ସଂପୂର୍ଣ୍ଣ ଫିଟ୍‌।
ହେଲେ ଏବେ ନ୍ୟାଶନାଲ୍‌ ଫେଡରେସନ୍‌କୁ ଲିଖିତ ଭାବେ ହରେନ୍ଦ୍ର ପୁରୁଷ ହକି ଟିମ୍‌ ପାଇଁ ଯୋଗ ଓ ମନସ୍ତତ୍ତ୍ୱବିତ୍‌ ନିହାତି ଦରକାର ବୋଲି କହିଛନ୍ତି।
ହରେନ୍ଦ୍ର ଦୁଇଥର ହକି ଇଣ୍ଡିଆକୁ ଯୋଗ ପରାମର୍ଶଦାତା ଓ ମନସ୍ତତ୍ତ୍ୱବିତ୍‌ ଯୋଗାଇ ଦେବାକୁ ଲିଖିତ ଭାବେ ଜଣାଇଛନ୍ତି। ଏହାର ଅର୍ଥ, ହକି ଟିମ୍‌ ଏସିଆନ୍‌ ଗେମ୍ସରେ ରହିଥିବା ଚାପକୁ ଠିକ୍‌ ଭାବେ ହ୍ୟାଣ୍ଡଲ୍‌ କରିପାରି ନଥିବା ବୋଲି ପ୍ରମାଣିତ ହୋଇଛି।
ଏସିଆନ୍‌ ଗେମ୍ସ୍‌ର ଲିଗ୍‌ ମ୍ୟାଚ୍‌ରେ ଏକତରଫା ଭାବେ ବିଜୟୀ ହୋଇଥିବା ଟିମ୍‌ ଇଣ୍ଡିଆ ସେମିଫାଇନାଲ୍‌ରେ ମ୍ୟାଲେସିୟାଠାରୁ ହାରି ଯାଇଥିଲା। ଆଗକୁ ଏସିଆନ୍‌ ଚାମ୍ପିୟନସ ଟ୍ରଫି ଓ ବିଶ୍ୱକପ୍‌ ଥିବାରୁ ଖେଳାଳିଙ୍କୁ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ପଡ଼ିବ। ତେଣୁ କୋଚ୍‌ ଜଣେ ମନସ୍ତତ୍ତ୍ୱବିତ୍‌କୁ ନିଯୁକ୍ତ କରିବାକୁ ଚାହିଁଥିବା ଜଣାପଡ଼ିଛି।
ଭାରତରେ ଯୋଗ ପ୍ରଶିକ୍ଷକଙ୍କ ଅଭାବ ନାହିଁ। କିନ୍ତୁ ଜଣେ ଖେଳ ମନସ୍ତତ୍ତ୍ୱବିତ୍‌ଙ୍କ ପାଇଁ ଏବେ ହକି ଇଣ୍ଡିଆ ବିଦେଶରୁ ଅଭିଜ୍ଞ ବ୍ୟକ୍ତିଙ୍କୁ ଆଣିବାକୁ ଯୋଜନା କରିଛି। ରବିବାରଠାରୁ ହକି ନ୍ୟାଶନାଲ୍‌ କ୍ୟାମ୍ପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେଉଛି। ଏହାପୂର୍ବରୁ ଟିମ୍‌ର କୋଚ୍‌ଙ୍କ ଦାବିକୁ ହକି ଇଣ୍ଡିଆ କେତେଦୂର ପୂରଣ କରୁଛି, ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos