Advertisment

ଏସିଆ କପ୍‌: ଭାରତୀୟ ଦଳରେ ୪ ଓଡ଼ିଆ, ରୂପିନ୍ଦର ଅଧିନାୟକ, ବୀରେନ୍ଦ୍ର ଲାକ୍ରା ଡେପୁଟି

ନୂଆଦିଲ୍ଲୀ: ଆସନ୍ତା ପୁରୁଷ ଏସିଆ କପ ପାଇଁ ଆଜି ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ୨୦ ଜଣିଆ ଟିମରେ ଓଡ଼ିଶାର ୪ ଜଣ ଖେଳାଳି ଅଛନ୍ତି। ସେହିପରି ଏସିଆ କପ ହକିରେ ଭାରତୀୟ ଟିମର ନେତୃତ୍ୱ ନେବେ ଅଭିଜ୍ଞ ରୂପିନ୍ଦର ପାଲ ସିଂହ ନେବେ। ତାଙ୍କ ଡେପୁଟି ଭାବେ ବୀରେନ୍ଦ୍ର ଲାକ୍ରା ନିଯୁକ୍ତି ପାଇଛନ୍ତି। ବୀରେନ୍ଦ୍ର ଲାକ୍ରାଙ୍କ ବ୍ୟତୀତ ଭାରତୀୟ ଟିମ୍‌ରେ ଓଡ଼ିଶାର ଦୀପସାନ୍ ତୀର୍କି, ନୀଲମ୍ ସଂଜୀବ […]

ଏସିଆ କପ୍‌: ଭାରତୀୟ ଦଳରେ ୪ ଓଡ଼ିଆ, ରୂପିନ୍ଦର ଅଧିନାୟକ, ବୀରେନ୍ଦ୍ର ଲାକ୍ରା ଡେପୁଟି

Hockey

Advertisment

ନୂଆଦିଲ୍ଲୀ: ଆସନ୍ତା ପୁରୁଷ ଏସିଆ କପ ପାଇଁ ଆଜି ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ୨୦ ଜଣିଆ ଟିମରେ ଓଡ଼ିଶାର ୪ ଜଣ ଖେଳାଳି ଅଛନ୍ତି। ସେହିପରି ଏସିଆ କପ ହକିରେ ଭାରତୀୟ ଟିମର ନେତୃତ୍ୱ ନେବେ ଅଭିଜ୍ଞ ରୂପିନ୍ଦର ପାଲ ସିଂହ ନେବେ। ତାଙ୍କ ଡେପୁଟି ଭାବେ ବୀରେନ୍ଦ୍ର ଲାକ୍ରା ନିଯୁକ୍ତି ପାଇଛନ୍ତି। ବୀରେନ୍ଦ୍ର ଲାକ୍ରାଙ୍କ ବ୍ୟତୀତ ଭାରତୀୟ ଟିମ୍‌ରେ ଓଡ଼ିଶାର ଦୀପସାନ୍ ତୀର୍କି, ନୀଲମ୍ ସଂଜୀବ ଖେସ୍ ଓ ଅଭିଷେକ ଲାକ୍ରା ରହିଛନ୍ତି।

Advertisment

ଆସନ୍ତା ମେ’ ୨୩ରୁ ଜୁନ୍‌ ୧ ତାରିଖ ଯାଏ ଇଣ୍ଡୋନେସିଆର ଜାକର୍ତ୍ତାରେ ଏସିଆ କପ ଅନୁଷ୍ଠିତ ହେବ। ବିଶ୍ୱକପ ଯୋଗ୍ୟତା ପାଇଁ ଟୁର୍ଣ୍ଣାମେଣ୍ଟରେ ସୁଯୋଗ ରହିବ। ଭାରତ ପୁଲ ଏରେ ରହିଛି। ଏହି ପୁଲରେ ଭାରତ ବ୍ୟତୀତ ଜାପାନ, ପାକିସ୍ତାନ ଓ ଆୟୋଜକ ଇଣ୍ଡୋନେସିଆ ରହିଛି। ସେହିପରି ପୁଲ ବି’ରେ ମାଲେସିୟା, କୋରିଆ, ଓମାନ ଓ ବାଂଲାଦେଶ ସ୍ଥାନ ପାଇଛନ୍ତି।

ଭାରତୀୟ ଟିମ୍‌ର ନିୟମିତ ଅଧିନାୟକ ମନପ୍ରୀତ ସିଂହ ଏସିଆ କପ ଖେଳିବେ ନାହିଁ। ତେଣୁ ରୂପିନ୍ଦର ପାଲ ସିଂହ ଭାରତର ନେତୃତ୍ୱ ନେବେ। ଉପ ଅଧିନାୟକ ଭାବେ ବୀରେନ୍ଦ୍ର ଲାକ୍ରା ଦଳକୁ ସମ୍ଭାଳିବେ। ସେହିପରି ଭାରତୀୟ ସିନିୟର ହକି ଟିମ୍‌ରେ ଏକାଥରକେ ୧୦ ଜଣ ନୁଆ ଖେଳାଳି ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରେ ଜୁନିୟର ବିଶ୍ୱକପ ଖେଳିଥିବା ୟାଶଦୀପ ସିୱାଚ, ଅଭିଷେକ ଲାକ୍ରା, ମନଜୀତ, ବିଷ୍ଣୁକାନ୍ତ ସିଂହ ଓ ଉତ୍ତମ ସିଂହ ରହିଛନ୍ତି। ଦଳରେ ନୂଆ ମୁହଁ ଭାବେ ଏମ ଶକ୍ତିଭେଲ, ଏସ୍‌ ଗୌଡ଼ା ବିଏମ, ପବନ ରାଜବର, ଅବର୍ଣ୍ଣ ସୁଦେବ ଓ ଏସ୍‌ କାର୍ତ୍ତିକ ସ୍ଥାନ ପାଇଛନ୍ତି।

Advertisment

ଗୋଲ କିପର ଭାବେ ପଙ୍କଜ କୁମାର ରଜକ ଓ ସୁରଜ କାରକେରା ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe