Advertisment

ଦୁଇ ଦିନରେ ତିନି ଷ୍ଟାର୍ ଖେଳାଳିଙ୍କ ସନ୍ନ୍ୟାସ, ସବୁକିଛି ଠିକ୍ ଅଛି ତ?

ନୂଆଦିଲ୍ଲୀ: ଗୁରୁବାର ଭାରତର ଦୁଇ ଷ୍ଟାର୍ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ରୂପିନ୍ଦର ପାଲ ସିଂହ ହକି ଅଲବିଦା କହିଥିଲେ। ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମର ଅଭିଜ୍ଞ ଷ୍ଟ୍ରାଇକର୍ ଏସଭି ସୁନୀଲ ମଧ୍ୟ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହାସହ ସେ ତାଙ୍କର ୧୪ ବର୍ଷର ସ୍ୱର୍ଣ୍ଣିମ କ୍ୟାରିୟରରେ ବ୍ରେକ୍ ଲଗାଇଛନ୍ତି। ଗୁରୁବାର ସନ୍ନ୍ୟାସ ନେଇଥିବା ରୂପିନ୍ଦର ଓ ଲାକ୍ରା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଟିମର ସଦସ୍ୟ ଥିଲେ। ଗତ ଦୁଇ […]

ଦୁଇ ଦିନରେ ତିନି ଷ୍ଟାର୍ ଖେଳାଳିଙ୍କ ସନ୍ନ୍ୟାସ, ସବୁକିଛି ଠିକ୍ ଅଛି ତ?

rupinder-pal-singh-sv-sunil

Advertisment

ନୂଆଦିଲ୍ଲୀ: ଗୁରୁବାର ଭାରତର ଦୁଇ ଷ୍ଟାର୍ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ରୂପିନ୍ଦର ପାଲ ସିଂହ ହକି ଅଲବିଦା କହିଥିଲେ। ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମର ଅଭିଜ୍ଞ ଷ୍ଟ୍ରାଇକର୍ ଏସଭି ସୁନୀଲ ମଧ୍ୟ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହାସହ ସେ ତାଙ୍କର ୧୪ ବର୍ଷର ସ୍ୱର୍ଣ୍ଣିମ କ୍ୟାରିୟରରେ ବ୍ରେକ୍ ଲଗାଇଛନ୍ତି। ଗୁରୁବାର ସନ୍ନ୍ୟାସ ନେଇଥିବା ରୂପିନ୍ଦର ଓ ଲାକ୍ରା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଟିମର ସଦସ୍ୟ ଥିଲେ।

Advertisment

ଗତ ଦୁଇ ଦିନରେ ତିନି ଜଣ ଷ୍ଟାର୍ ଖେଳାଳିଙ୍କୁ ଅଚାନକ୍ ସନ୍ନ୍ୟାସ ଘୋଷଣା କରିବା ସହଜରେ ହଜମ ହେଉନାହିଁ। ଯଦିଓ ଏହି ତିନି ଖେଳାଳି କହିଛନ୍ତି ଯେ ଯୁବ ଖେଳାଳିଙ୍କୁ ଅଗ୍ରାଧିକାର ଦେବା ପାଇଁ ସେମାନେ ଅବସର ନେଇଛନ୍ତି, କିନ୍ତୁ ଏଥିରେ କେତେ ସହ କେତେ ସତ କେତେ ମିଛ ତାହା ସମୟ କହିବ। ହେଲେ ଆସନ୍ତା ସପ୍ତାହରେ ବାଙ୍ଗାଲୋରରେ ଆରମ୍ଭ ହେବାକୁଥିବା ଜାତୀୟ ଶିବିରରେ ସେମାନଙ୍କୁ ସ୍ଥାନ ମିଳିବ ନାହିଁ ବୋଲି ଏହି ଖେଳାଳିମାନଙ୍କୁ କୁହାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବୋଧ ହୁଏ ଏହି ଚାପରେ ଆସି ଏହି ତିନି ଖେଳାଳି ସନ୍ନ୍ୟାସ ନେବାକୁ ବାଧ୍ୟ ହୋଇଛନ୍ତି। ଆଗକୁ ମଧ୍ୟ ଆଉ କିଛି ସିନିୟର ଖେଳାଳି ସନ୍ନ୍ୟାସ ଘୋଷଣା କରିପାରନ୍ତି।

୩୨ ବର୍ଷୀୟ ସୁନୀଲ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଟିମର ସଦସ୍ୟ ନଥିଲେ। ସୁନୀଲ କହିଛନ୍ତି ଯେ ଯୁବ ଖେଳାଳିଙ୍କ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସୁନୀଲ୍ ୨୬୪ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୭୨ ଗୋଲ୍ କରିଛନ୍ତି। ସେ ସୋଶାଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ବ୍ରେକ୍ ନେବାର ଏହାହିଁ ଉପଯୁକ୍ତ ସମୟ। ଭାରତ ପକ୍ଷରୁ ୧୪ ବର୍ଷ ଧରି ଖେଳିବା ଏକ ଲମ୍ବା ଯାତ୍ରା। ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁଥିବା ଜାତୀୟ ଶିବିର ପାଇଁ ମୁଁ ଉପଲବ୍ଧ ହେବି ନାହିଁ।

Advertisment

ସୁଲୀଲ ଆହୁରି କହିଛନ୍ତି, ମୋ ପାଇଁ ଏହି ନିଷ୍ପତ୍ତି ନେବା ସହଜ ନଥିଲା କି ସେତେଟା କଠିନ ମଧ୍ୟ ନଥିଲା। ଯେହେତୁ ଅଲିମ୍ପିକ୍ସ ପାଇଁ ମୁଁ ଟିମରେ ସ୍ଥାନ ପାଇନଥିଲି, ତେଣୁ ଜଣେ ଖେଳାଳି ଭାବେ ଆଗାମୀ ଦିନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବି କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଥିଲା। ପ୍ୟାରିସ୍ ଅଲିମ୍ପିକ୍ସକୁ ଆହୁରି ତିନି ବର୍ଷ ବାକି ଅଛି। ଏଭଳି ସ୍ଥିତି ଜଣେ ସିନିୟର ଖେଳାଳି ଭାବେ ମୋତେ ଯୁବ ଖେଳାଳିଙ୍କ ପାଇଁ ବାଟ କାଢ଼ିବା ନିହାତି ଜରୁରୀ। ଏହାସହ ଭବିଷ୍ୟତ ପାଇଁ ଏକ ବିଜେତା ଟିମ୍ ଗଠଡ଼ କରିବାରେ ସହାୟତା କରିବି।

କୁର୍ଗରେ ରହୁଥିବା ଅର୍ଜୁନ ପୁରସ୍କାର ବିଜେତା ସୁନୀଲ ୨୦୦୭ରେ ଏସିଆ କପରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ଟ୍ରଫି ଜିତିଥିଲା। ଦୁଇଥର ଅଲିମ୍ପିକ୍ସ ଖେଳିସାରିଥିବା ସୁନୀଲ ଭାରତୀୟ ଫରୱାର୍ଡ ଖେଳାଳି ରହିଆସିଛନ୍ତି। ସେ ୨୦୧୧ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ ପଦକ ବିଜେତା ଟିମର ସଦସ୍ୟ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe