Advertisment

ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ହକି ଟିମ୍‌ର କ୍ୟାପ୍ଟେନ, ଜୁନ ୧୧ରୁ ମ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଟିମ୍‌ର ନେତୃତ୍ୱ ପୂର୍ବଭଳି ନେବେ ଓଡ଼ିଆ ପୁଅ ଅମିତ ରୋହିଦାସ। ଅଲିମ୍ପିକ୍ସରେ ଡିଫେଣ୍ଡର ଭାବେ ବ୍ରୋଞ୍ଜ ପଦକ ଜିତିବା ରୋହିଦାସଙ୍କ କ୍ୟାପ୍ଟେନ୍ସିରେ ଭାରତ ୨୦୨୧-୨୨ ଏଫଆଇଏଚ୍‌ ପ୍ରୋ ଲିଗ୍‌ର ଗୁରୁତ୍ୱପୂର୍ଣ୍ଣ ଶେଷ ଲେଗ୍‌ ମ୍ୟାଚ୍‌ ଖେଳିବ। ତାଙ୍କ କ୍ୟାପ୍ଟେନ୍ସିରେ ଭାରତୀୟ ହକି ଟିମ୍‌ ଶକ୍ତିଶାଳୀ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ସକୁ ଭେଟିବ। ପୂର୍ବରୁ ଘରୋଇ ପରିବେଶରେ ଖେଳାଯାଇଥିବା ଏହି ଲିଗ୍‌ରେ ମଧ୍ୟ ରୋହିଦାସ ଭାରତ କମାଣ ସମ୍ଭାଳିଥିଲେ। ବର୍ତ୍ତମାନ ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ […]

ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ହକି ଟିମ୍‌ର କ୍ୟାପ୍ଟେନ, ଜୁନ ୧୧ରୁ ମ୍ୟାଚ୍‌

amit-rohidas

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଟିମ୍‌ର ନେତୃତ୍ୱ ପୂର୍ବଭଳି ନେବେ ଓଡ଼ିଆ ପୁଅ ଅମିତ ରୋହିଦାସ। ଅଲିମ୍ପିକ୍ସରେ ଡିଫେଣ୍ଡର ଭାବେ ବ୍ରୋଞ୍ଜ ପଦକ ଜିତିବା ରୋହିଦାସଙ୍କ କ୍ୟାପ୍ଟେନ୍ସିରେ ଭାରତ ୨୦୨୧-୨୨ ଏଫଆଇଏଚ୍‌ ପ୍ରୋ ଲିଗ୍‌ର ଗୁରୁତ୍ୱପୂର୍ଣ୍ଣ ଶେଷ ଲେଗ୍‌ ମ୍ୟାଚ୍‌ ଖେଳିବ। ତାଙ୍କ କ୍ୟାପ୍ଟେନ୍ସିରେ ଭାରତୀୟ ହକି ଟିମ୍‌ ଶକ୍ତିଶାଳୀ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ସକୁ ଭେଟିବ। ପୂର୍ବରୁ ଘରୋଇ ପରିବେଶରେ ଖେଳାଯାଇଥିବା ଏହି ଲିଗ୍‌ରେ ମଧ୍ୟ ରୋହିଦାସ ଭାରତ କମାଣ ସମ୍ଭାଳିଥିଲେ।

Advertisment

ବର୍ତ୍ତମାନ ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତ ୧୨ ମ୍ୟାଚ୍‌ରୁ ୨୭ ପଏଣ୍ଟ ହାସଲ କରି ସମସ୍ତଙ୍କ ଠାରୁ ଆଗରେ ରହିଛି। ଏବେ ଏହି ଲିଡ୍‌କୁ ଆହୁରି ବଢ଼ାଇବାକୁ ଦଳ ଚେଷ୍ଟା କରିବ। ଏହି ଟୁର୍‌ରେ ରୋହିଦାସଙ୍କ ଡେପୁଟି ଭାବେ ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂହ ଦାୟିତ୍ୱ ସଂପାଦନ କରିବେ।

ବିଶ୍ୱର ୨ ନଂ ସ୍ଥାନରେ ଥିବା ବେଲଜିୟମ ସହ ଭାରତ ଜୁନ୍‌ ୧୧ ଓ ୧୨ରେ ମ୍ୟାଚ୍‌ ଖେଳିବ। ସେହିପରି ଜୁନ୍‌ ୧୮ ଓ ୧୯ରେ ନେଦରଲ୍ୟାଣ୍ଡ୍ସକୁ ଭେଟିବ। ପ୍ରୋ ଲିଗ୍‌ ସିରିଜ୍‌ରେ ଭାରତ ଘରୋଇ ପରିବେଶରେ ସ୍ପେନ ଠାରୁ ଗୋଟିଏ ମ୍ୟାଚ୍‌ ହାରିଥିଲା ଓ ଗୋଟିଏରେ ଜିତିଥିଲା। ସେହିପରି ଆର୍ଜେଣ୍ଟିନା ବିପକ୍ଷରେ ମଧ୍ୟ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ମିଳିଛି। ଇଂଲଣ୍ଡକୁ କିନ୍ତୁ ଭାରତ ୨ଟି ଯାକ ମ୍ୟାଚ୍‌ରେ ହରାଇଛି। ଏବେ ଦଳ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ସରେ ୨ଟି ଲେଖାଏ ମ୍ୟାଚ୍‌ ଖେଳିବ।

Advertisment

ଭାରତୀୟ ଟିମ

ଗୋଲ କିପର: ସୁରଜ କାରକେରା, ପିଆର ଶ୍ରୀଜେଶ

ଡିଫେଣ୍ଡର:ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ(ଉପ ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ(ଅଧିନାୟକ), ଯୁଗରାଜ ସିଂହ, ଜରମନପ୍ରୀତ ସିଂହ

ମିଡ ଫିଲ୍ଡର: ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ଶମସେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ନୀଳକଣ୍ଠ ଶର୍ମା

ଫରୱାର୍ଡ: ଗୁରଜନ୍ତ ସିଂହ, ମନଦୀପ ସିଂହ, ଶିଳାନ୍ଦ ଲାକ୍ରା, ସୁଖଜୀତ ସିଂହ, ଲଳିତ କୁମାର ଉପାଧ୍ୟାୟ ଓ ଅଭିଷେକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe