Advertisment

ଅଧାରେ ରହିଲା ସ୍ୱର୍ଣ୍ଣ ଲଢ଼େଇର ଆଶା, ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ପୁରୁଷଙ୍କ ଭଳି ଭାରତୀୟ ମହିଳା ହକି ଟିମ୍‌ର ସ୍ୱର୍ଣ୍ଣ ପଦକ ଜିତିବା ସ୍ୱପ୍ନ ଅଧାରେ ରହି ଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ହରାଇ ପ୍ରଥମଥର ସେମିରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ହାରି ଯାଇଛି। ଭାରତକୁ ୨-୧ରେ ହରାଇ ଆର୍ଜେଣ୍ଟିନା ଚଳିତ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଲଢ଼େଇରୁ ଆଜି ବାଦ୍‌ ପଡ଼ିଛି ସତ। କିନ୍ତୁ ପ୍ରଥମଥର ସେମିରେ ପ୍ରବେଶ କରି […]

ଅଦ୍ୟତନ ହୋଇଛି
ଅଧାରେ ରହିଲା ସ୍ୱର୍ଣ୍ଣ ଲଢ଼େଇର ଆଶା, ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ

Hockey1

Advertisment

ଟୋକିଓ: ପୁରୁଷଙ୍କ ଭଳି ଭାରତୀୟ ମହିଳା ହକି ଟିମ୍‌ର ସ୍ୱର୍ଣ୍ଣ ପଦକ ଜିତିବା ସ୍ୱପ୍ନ ଅଧାରେ ରହି ଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ହରାଇ ପ୍ରଥମଥର ସେମିରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ହାରି ଯାଇଛି। ଭାରତକୁ ୨-୧ରେ ହରାଇ ଆର୍ଜେଣ୍ଟିନା ଚଳିତ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିଛି।

Advertisment

ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଲଢ଼େଇରୁ ଆଜି ବାଦ୍‌ ପଡ଼ିଛି ସତ। କିନ୍ତୁ ପ୍ରଥମଥର ସେମିରେ ପ୍ରବେଶ କରି ଇତିହାସ ରଚିଥିବା ରାଣୀ ରାମପାଲଙ୍କ ଭାରତୀୟ ମହିଳା ଦଳ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ। ଭାରତ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ ଲଢ଼େଇ କରିବ। ଏହି ମ୍ୟାଚ୍‌ଟି ଅଗଷ୍ଟ ୬ ତାରିଖ ସକାଳ ୭ଟାରେ ଅନୁଷ୍ଠିତ ହେବ।

ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ମହିଳା ଦଳ ଦମଦାର ପ୍ରଦର୍ଶନ କରିଥିଲା। ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ମ୍ୟାଚ୍‌ର ୨ୟ ମିନିଟ୍‌ରେ ଦଳକୁ ମିଳିଥିବା ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଗୁରଜିତ କୌର ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। ଆର୍ଜେଣ୍ଟିନା ଏହାକୁ ପରିଶୋଧ କରିବାକୁ ଅନେକ ଚେଷ୍ଟା କରିଥିଲେ ହେଁ ସଫଳ ହୋଇଥିଲା। ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା।

Advertisment

କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଆର୍ଜେଣ୍ଟିନା ଗିୟର ବଦଳାଇ କାଉଣ୍ଟର ଆଟାକ କରିଥିଲା। ଏହାର ଫାଇଦା ଦଳକୁ ୧୮ତମ ମିନିଟ୍‌ରେ ମିଳିଥିଲା। ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ମାରିଆ ଗୋଲର ପରିଣତ କରି ସ୍ଥିତି ବାରବର କରିଥିଲେ।

ତୃତୀୟ କ୍ୱାର୍ଟରରେ ଭାରତକୁ ଆକ୍ରମଣ ପାଇଁ କୌଣସି ସୁଯୋଗ ମିଳି ନଥିଲା। ଆର୍ଜେଣ୍ଟିନା ଏକାଧିକ ଥର ହମଲା କରି ପିସି ପରେ ପିସି ଅର୍ଜନ କରିଥିଲା। ପ୍ରଥମେ ଭାରତ ଏହା ଅଟକାଇବାକୁ ସକ୍ଷମ ହୋଇଥିଲା। କିନ୍ତୁ ୩୬ତମ ମିନିଟ୍‌ରେ ମାରିଆ ପୁଣିଥରେ ଗୋଲ ଦେଇ ସ୍ଥିତିକୁ ୨-୧ କରି ଦେଇଥିଲେ। ତୃତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୨-୧ ରହିଥିଲା।

୪ର୍ଥ କ୍ୱାର୍ଟରରେ ଭାରତ ଆକ୍ରମଣ କରିବା ସହ ଲଗାତର ଦୁଇଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା। କିନ୍ତୁ ଆର୍ଜେଣ୍ଟିନାର ଗୋଲ କିପର ଭାରତର ସବୁ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲେ। ମ୍ୟାଚ୍‌ ସରିବାକୁ ୧୭ ସେକେଣ୍ଡ ବାକି ଥିବା ବେଳେ ଭାରତ ଚମତ୍କାର ଡିଫ୍ଲେସନ କରିଥିଲା। ହେଲେ ଆର୍ଜେଣ୍ଟିନା ଗୋଲ କିପର ଏହାକୁ ଅଟକାଇ ଦେଇଥିଲେ। ଭାରତ ପିସି ପାଇଁ ଭିଡିଓ ରେଫରାଲ ନେଇଥିଲେ ମଧ୍ୟ ଏହା ଖାରଜ ହୋଇଯାଇଥିଲା।

ଶେଷରେ ଆର୍ଜେଣ୍ଟିନା ମହିଳା ଦଳ ୨-୧ରେ ଭାରତକୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe