Advertisment

ହକି ବିଶ୍ୱକପ: କଳିଙ୍ଗରେ ପ୍ରଥମ ମ୍ୟାଚ୍‌ ଜିତିଲା ଆର୍ଜେଣ୍ଟିନା

ଭୁବନେଶ୍ୱର: ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ୍‌ ଜିତିଛି ଆର୍ଜେଣ୍ଟିନା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚ୍‌ରେ ଦଳ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୧-୦ରେ ପରାସ୍ତ କରିଛି। ‌ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ ସ୍କୋର କରିଛନ୍ତି ମାଇକୋ କାସେଲ୍ଲା। ତୃତୀୟ କ୍ୱାର୍ଟରର ଶେଷ ମିନିଟ୍‌ରେ ସେ ଦଳ ପାଇଁ ନିର୍ଣ୍ଣାୟକ ତଥା ଏକମାତ୍ର ଗୋଲ ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟରେ ଖେଳାଯାଇଥିବା ବିଶ୍ୱକପ ହକିର ପ୍ରଥମ ମ୍ୟାଚ୍‌ ବେଶ ସଂଘର୍ଷ ପୂର୍ଣ୍ଣ ଥିଲା। […]

ଅଦ୍ୟତନ ହୋଇଛି
ହକି ବିଶ୍ୱକପ: କଳିଙ୍ଗରେ ପ୍ରଥମ ମ୍ୟାଚ୍‌ ଜିତିଲା ଆର୍ଜେଣ୍ଟିନା

Hockey1

Advertisment

ଭୁବନେଶ୍ୱର: ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ୍‌ ଜିତିଛି ଆର୍ଜେଣ୍ଟିନା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚ୍‌ରେ ଦଳ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୧-୦ରେ ପରାସ୍ତ କରିଛି। ‌ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ ସ୍କୋର କରିଛନ୍ତି ମାଇକୋ କାସେଲ୍ଲା। ତୃତୀୟ କ୍ୱାର୍ଟରର ଶେଷ ମିନିଟ୍‌ରେ ସେ ଦଳ ପାଇଁ ନିର୍ଣ୍ଣାୟକ ତଥା ଏକମାତ୍ର ଗୋଲ ଦେଇଛନ୍ତି।

Advertisment

କଳିଙ୍ଗ ଷ୍ଟାଡିୟରେ ଖେଳାଯାଇଥିବା ବିଶ୍ୱକପ ହକିର ପ୍ରଥମ ମ୍ୟାଚ୍‌ ବେଶ ସଂଘର୍ଷ ପୂର୍ଣ୍ଣ ଥିଲା। ପ୍ରଥମ କ୍ୱାର୍ଟରରେ ଦୁଇ ଦଳ ରକ୍ଷାଣାତ୍ମକ ଢଙ୍ଗରେ ଖେଳିଥିଲେ। ତଥାପି ଗୋଟିଏ ଥର ଦକ୍ଷିଣ ଆଫ୍ରିକା ଶକ୍ତିଶାଳୀ ଆର୍ଜେଣ୍ଟିନାର ଡି’ ଭିତରେ ପ୍ରବେଶ କରିଥିଲା। କିନ୍ତୁ ଦଳ ଗୋଲ କରିବାକୁ ସକ୍ଷମ ହୋଇ ନଥିଲା। ପ୍ରଥମ କ୍ୱାର୍ଟର ୦-୦ରେ ଶେଷ ହୋଇଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ମ୍ୟାଚ୍‌ର ଗତି ସାମାନ୍ୟ ବଢ଼ାଇଥିଲା। ଅଧିକ ଆଟାକିଂ ଖେଳିବା ଦଳକୁ ମହଙ୍ଗା ପଡ଼ିଥିଲା। ଫାଉଲ ପାଇଁ ମ୍ୟାଚ୍‌ର ୨୪ତମ ମିନିଟ୍‌ରେ ଆଜେଣ୍ଟିନାର ନିକୋଲାସ କୀନାନଙ୍କୁ ୟେଲୋ କାର୍ଡ ମିଳିଥିଲା। ଫଳରେ ତାଙ୍କୁ ୫ମିନିଟ ପଡ଼ିଆ ବାହାରେ ବିତାଇବାକୁ ପଡ଼ିଥିଲା।

Advertisment

ଆଜେଣ୍ଟିନା ୧୦ଜଣ ଖେଳାଳିଙ୍କୁ ନେଇ ଡିଫେଣ୍ଡ କରୁଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଏହାର ଫାଇଦା ଉଠାଇ ପାରି ନଥିଲା। ଗୋଟିଏ ଥର ଦଳ ପାଖରେ ଗୋଲ କରିବାର ସୁଯୋଗ ଥିଲେ ମଧ୍ୟ ଏହାକୁ ଆର୍ଜେଣ୍ଟିନା ଗୋଲ କିପର ଥୋମାସ ସାଣ୍ଟିଆଗୋ ଅଟକାଇ ଦେଇଥିଲେ। ଶେଷରେ ଦ୍ୱିତୀୟ କ୍ୱାର୍ଟର ମଧ୍ୟ ଗୋଲ ଶୂନ୍ୟ ରହିଥିଲା।

ହାଫ ଟାଇମ ସୁଦ୍ଧା ସ୍ଥିତି ୦-୦ ଥିବାରୁ ତୃତୀୟ କ୍ୱାର୍ଟର ବେଶ ରୋମାଞ୍ଚକର ହୋଇଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରୁ ଆର୍ଜେଣ୍ଟିନାକୁ କ୍ରମାଗତ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଦଳ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ତେବେ କ୍ୱାର୍ଟର ଶେଷ ହେବାକୁ ମାତ୍ର କିଛି ମିନିଟ୍‌ ଥିବା ବେଳେ ଟୋସକାନିଙ୍କ ସୁନ୍ଦର ପାସ୍‌କୁ କାସେଲ୍ଲା ଗୋଲରେ ପରିଣତ କରି ଦଳ ତଥା ଚଳିତ ବିଶ୍ୱକପରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏଥିସହ ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ।


୪ର୍ଥ କ୍ୱାର୍ଟରରେ ମଧ୍ୟ ଆର୍ଜେଣ୍ଟିନାର ଦବଦବା ଦେଖିବାକୁ ମିଳିଥିଲା। କିନ୍ତୁ ଦଳ ଗୋଲ କରିପାରି ନଥିଲା। ଶେଷ ଭାଗରେ ଦକ୍ଷିଣ ଆଫ୍ରିକାକୁ ପେନାଣ୍ଟି କର୍ଣ୍ଣର ମିଳିଥିଲେ ବି ଦଳ ମଧ୍ୟ ସ୍କୋର କରିପାରି ନଥିଲା। ଶେଷରେ ଆର୍ଜେଣ୍ଟିନା କସେଲ୍ଲାଙ୍କ ଗୋଲ ବଳରେ ପାଇଥିବା ଅଗ୍ରଣୀ ଆଧାରରେ ମ୍ୟାଚ୍‌ ଜିତିଥିଲା।

ଆଜି କଳିଙ୍ଗରେ ଆଉ ଗୋଟିଏ ମ୍ୟାଚ୍‌ ମଧ୍ୟ ଦିନ ୩ଟାରୁ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଦୁର୍ବଳ ଫ୍ରାନ୍ସକୁ ଭେଟିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe