Advertisment

୧୬ବର୍ଷ ପରେ ଆର୍ଜେଣ୍ଟିନା ଚାମ୍ପିୟନ୍

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ତାଜ ପିନ୍ଧିଲା ଆର୍ଜେଣ୍ଟିନା। ଲାଉତାରୋ ଡୋମେନଙ୍କ ହ୍ୟାଟ୍ରିକ ଗୋଲ ବଳରେ ଶକ୍ତିଶାଳୀ ଜର୍ମାନୀକୁ ୨-୪ ଗୋଲରେ ହରାଇ ଆର୍ଜେଣ୍ଟିନା ଦୀର୍ଘ ୧୬ବର୍ଷ ପରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଏହା ପୂର୍ବରୁ ଆର୍ଜେଣ୍ଟିନା ୨୦୦୫ରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ କପ୍ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ୬ଥରର ବିଜେତା ଜର୍ମାନୀର ସପ୍ତମ ଟାଇଟଲ୍ ଆଶା ଧୂଳିସାତ୍ ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧୬ବର୍ଷ ପରେ ଆର୍ଜେଣ୍ଟିନା ଚାମ୍ପିୟନ୍

argentina2

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ତାଜ ପିନ୍ଧିଲା ଆର୍ଜେଣ୍ଟିନା। ଲାଉତାରୋ ଡୋମେନଙ୍କ ହ୍ୟାଟ୍ରିକ ଗୋଲ ବଳରେ ଶକ୍ତିଶାଳୀ ଜର୍ମାନୀକୁ ୨-୪ ଗୋଲରେ ହରାଇ ଆର୍ଜେଣ୍ଟିନା ଦୀର୍ଘ ୧୬ବର୍ଷ ପରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଏହା ପୂର୍ବରୁ ଆର୍ଜେଣ୍ଟିନା ୨୦୦୫ରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ କପ୍ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ୬ଥରର ବିଜେତା ଜର୍ମାନୀର ସପ୍ତମ ଟାଇଟଲ୍ ଆଶା ଧୂଳିସାତ୍ ହୋଇଛି।

Advertisment

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ଦଳକୁ ଟ୍ରଫି ଓ ମେଡାଲ ପ୍ରଦାନ କରିଛନ୍ତି। ରନର୍ସଅପ୍ ତଥା ରୌପ୍ୟ ପଦକ ବିଜେତା ଜର୍ମାନୀ ଦଳକୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବ୍ରୋଞ୍ଜ ପଦକ ବିଜେତା ଫ୍ରାନ୍ସ ଖେଳାଳିଙ୍କୁ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମେଡାଲ ଓ ମେମେଣ୍ଟ ପ୍ରଦାନ କରିଥିଲେ।

ଆର୍ଜେଣ୍ଟିନା ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚର ଚତୁର୍ଥ କ୍ୱାର୍ଟରରେ ଏକ ସମୟରେ ମ୍ୟାଚ୍ ୨-୨ରେ ବରାବରରେ ଥିଲା। ହେଲେ ଶେଷ ୧୦ ମିନିଟରେ ଆର୍ଜେଣ୍ଟିନା ଦୁଇଟି ଗୋଲ୍ ଦେଇ ମ୍ୟାଚ୍ ନିଜ ସପକ୍ଷକୁ ନେଇ ବିଜୟୀ ମୁକୁଟ ପିନ୍ଧିଥିଲା।ଆରମ୍ଭରୁ ଉଭୟ ଦଳ କାଉଣ୍ଟର ଆଟାକ କରି ଖେଳୁଥିଲେ। ମ୍ୟାଚର ୧୦ମ ମିନିଟରେ ଆର୍ଜେଣ୍ଟିନାକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ସୁଯୋଗକୁ ହାତ ଛଡା ନକରି ଡ୍ରାଗ ଫ୍ଲିକର ଡୋମେନେ ଏହାକୁ ଗୋଲରେ ରୂପାନ୍ତରିତ କରିଥିଲେ। ଏଥିସହ ଦକ୍ଷିଣ ଆମେରିକା ଟିମ୍ ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ୧-୦ଗୋଲରେ ଆଗୁଆ ରହିଥିଲା।

Advertisment

ଦ୍ଵିତୀୟ କ୍ୱାର୍ଟରରେ ଜର୍ମାନୀ କମବ୍ୟାକ କରିବାକୁ ଚେଷ୍ଟା କରି ଆର୍ଜେଣ୍ଟିନାକୁ ଘନଘନ କରିଥିଲେ ସୁଦ୍ଧା କୌଣସି ସଫଳତା ମିଳିନଥିଲା। ଏହା ବଦଳରେ ଆର୍ଜେଣ୍ଟିନାକୁ ୨୪ତମ ମିନିଟରେ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ତାକୁ ମଧ୍ୟ ହାତଛଡା ନକରି ଡୋମେନେ ବ୍ୟକ୍ତିଗତ ଦ୍ଵିତୀୟ ଏବଂ ଦଳୀୟ ଦ୍ଵିତୀୟ ଗୋଲ ସ୍କୋର କରିଥିଲେ। ଆଉ ଏଥିସହ ହାଫଟାଇମ ଶେଷ ସୁଦ୍ଧା ଆର୍ଜେଣ୍ଟିନା ୨-୦ରେ ଆଗୁଆ ରହି ଏକପ୍ରକାର ମ୍ୟାଚକୁ ନିଜ ସପକ୍ଷରେ କରି ନେଇଥିଲା।

ତୃତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଡିଫେନ୍ସ ଉପରେ ଗୁରୁତ୍ୱ ଦେଇଥିବା ବେଳେ ଜର୍ମାନୀ ଆଟାକିଂ ମୁଡକୁ ଆସିଥିଲା। ଫଳସ୍ୱରୂପ ମ୍ୟାଚର ୩୬ତମ ମିନିଟରେ ଆର୍ଜେଣ୍ଟିନାର ଡିଫେଣ୍ଡରଙ୍କୁ ଚକମା ଦେଇ ଜମାର୍ନୀର ପଲ ସ୍ମିଥ୍ ବଲକୁ ପୁସ କରିଥିଲେ, ଯାହାକୁ ଗୋଲ ପୋଷ୍ଟ ଭିତରକୁ ଅତି ସୁନ୍ଦର ମାରିଥିଲେ ଜୁଲିୟସ ହେନର। ଏହି ଗୋଲ୍ ସହ ସ୍କୋର ୧-୨କୁ ଆସିଥିଲା।

ଚତୁର୍ଥ କ୍ୱାର୍ଟରରେ ୪୬ତମ ମିନିଟରେ ଜର୍ମାନୀକୁ ବ୍ୟାକ ଟୁ ବ୍ୟାକ୍ ୩ଟି ପେନାଲଟି କର୍ଣ୍ଣର ମିଳିଥିଲା। ଆଉ ଜର୍ମାନୀ କୌଣସି ଭୁଲ୍ ନକରି ଏହାକୁ ଗୋଲରେ ପରିଣତ କରିଥିଲା। ଦଳ ପକ୍ଷରୁ ମାସି ଫାଣ୍ଡ ଏହି ଗୋଲଟି ଦେଇ ସ୍କୋରକୁ ୨-୨ରେ ବରାବର କରିଥିଲେ। ୫୦ତମ ମିନିଟରେ ଆର୍ଜେଣ୍ଟିନା ଏକ ପେନାଲଟି କର୍ଣ୍ଣରର ସୁଯୋଗ ପାଇଥିଲା, ଯାହାକୁ ଡୋମେନ ଗୋଲରେ ପରିଣତ କରି ନିଜର ହ୍ୟାଟ୍ରିକ ପୂରଣ କରିଥିଲେ। ତାଙ୍କର ଏହି ଗୋଲ୍ ଦ୍ୱାରା ଆର୍ଜେଣ୍ଟିନା ପୁଣିଥରେ ମ୍ୟାଚରେ ଆଗୁଆ ହୋଇଥିଲା। ୫୪ତମ ମିନିଟରେ ଜର୍ମାନୀକୁ ମିଳିଥିବା ଏକ ପେନାଲଟି କର୍ଣ୍ଣରକୁ ହାତଛଡ଼ା କରିଥିଲା। ମ୍ୟାଚକୁ ରକ୍ଷା କରିବା ଲାଗି ଜର୍ମାନୀ ଗୋଲକିପର ପଡ଼ିଆ ଛାଡିଥିଲେ। ମ୍ୟାଚର ଶେଷ ମିନିଟରେ ଆର୍ଜେଣ୍ଟିନାର ଫ୍ରାଙ୍କୋ ଅଗଷ୍ଟିନୀ ଫିଲ୍ଡ ଗୋଲ ଦେଇ ଦଳକୁ ୪-୨ଗୋଲରେ ତାଜ ପିନ୍ଧାଇଥିଲେ।

Hockey Men's Junior World Cup Bhubaneswar 2021