Advertisment

ଶେଷ ମିନିଟରେ ନେଦରଲ୍ୟାଣ୍ଡ୍‌ସକୁ ଝଟକା ଦେଲା ଆର୍ଜେଣ୍ଟିନା

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଦ୍ୱିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ଆର୍ଜେଣ୍ଟିନା। ବୁଧବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲର ଶେଷ ମିନିଟରେ ଆକର୍ଷଣୀୟ ଗୋଲ ଦେଇ ଆର୍ଜେଣ୍ଟିନା ୨-୧ରେ ନେଦେରଲ୍ୟାଣ୍ଡସକୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିନେଇଛି। ସେମିଫାଇନାଲରେ ଆର୍ଜେଣ୍ଟିନାର ସାମ୍ନା ୬ଥରର ବିଶ୍ୱ ବିଜେତା ଜର୍ମାନୀ ସହ ହେବ। ଏହି ମ୍ୟାଚ୍ ଡିସେମ୍ବର ୩ ତାରିଖରେ ଖେଳାଯିବ। ମ୍ୟାଚଟି ଆରମ୍ଭରୁ ଶେଷ […]

author-image
Ranjit Kumar Jena
ଶେଷ ମିନିଟରେ ନେଦରଲ୍ୟାଣ୍ଡ୍‌ସକୁ ଝଟକା ଦେଲା ଆର୍ଜେଣ୍ଟିନା

argentina

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଦ୍ୱିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ଆର୍ଜେଣ୍ଟିନା। ବୁଧବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲର ଶେଷ ମିନିଟରେ ଆକର୍ଷଣୀୟ ଗୋଲ ଦେଇ ଆର୍ଜେଣ୍ଟିନା ୨-୧ରେ ନେଦେରଲ୍ୟାଣ୍ଡସକୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିନେଇଛି। ସେମିଫାଇନାଲରେ ଆର୍ଜେଣ୍ଟିନାର ସାମ୍ନା ୬ଥରର ବିଶ୍ୱ ବିଜେତା ଜର୍ମାନୀ ସହ ହେବ। ଏହି ମ୍ୟାଚ୍ ଡିସେମ୍ବର ୩ ତାରିଖରେ ଖେଳାଯିବ।

Advertisment

ମ୍ୟାଚଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ କ୍ୱାର୍ଟର ଉଭୟ ଦଳ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା। ହେଲେ ଏହି ୧୫ ମିନିଟରେ କେହି କାହାରିକୁ ଗୋଲ ଦେବାକୁ ସକ୍ଷମ ହୋଇ ପାରି ନଥିଲେ।

ତେବେ ଦ୍ୱିତୀୟ କ୍ୱାର୍ଟରର ଆରମ୍ଭରୁ ମଧ୍ୟ ଉଭୟ ଦଳ ମଧ୍ୟ କଡ଼ା ଟକ୍କର ହୋଇଥିଲା। ତେବେ ମ୍ୟାଚର ୨୪ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା ଆର୍ଜେଣ୍ଟିନା। ଦଳ ପକ୍ଷରୁ ଜୋଆକ୍ୱିନ୍ କ୍ରୁଗର ନେଦରଲ୍ୟାଣ୍ଡସର ଡିଫେନ୍ସକୁ ଭେଦ କରି ବଲକୁ ସିଧା ଗୋଲ ପୋଷ୍ଟ ଭିତରକୁ ମାରିଥିଲେ। ଏଥିସହ ଆର୍ଜେଣ୍ଟିନା ୧-୦ ଗୋଲରେ ଆଗୁଆ ରହିଥିଲା। ତେବେ ପରବର୍ତ୍ତୀ ମିନିଟ୍ ଅର୍ଥାତ୍ ମ୍ୟାଚର ୨୫ତମ ମିନିଟରେ କାଉଣ୍ଟର ଆଟାକ କରି ନେଦେରଲ୍ୟାଣ୍ଡସ ଏକ ପେନାଲଟି କର୍ଣ୍ଣରର ଫାଇଦା ଉଠାଇ ଗୋଲ୍ ପରିଶୋଧ କରିଥିଲା। ମାଇଲ୍ସ ବକେନ୍ସ ଏହି ଗୋଲଟି ଦେଇଥିଲେ।

Advertisment

ତୃତୀୟ କ୍ୱାର୍ଟରରେ ମଧ୍ୟ ଗୋଲ ସ୍କୋର ବଢାଇବା ପାଇଁ ଉଭୟ ଦଳ ପକ୍ଷରୁ ଘନଘନ ଆକ୍ରମଣ କରାଯାଇଥିଲା। ହେଲେ ଏଥିରେ ଉଭୟ ଦଳ ଗୋଲ୍ ଦେବାରେ ବିଫଳ ହୋଇଥିଲେ। ଶେଷ କ୍ୱାର୍ଟରର ଅନ୍ତିମ ମିନିଟ ଅର୍ଥାତ ମ୍ୟାଚର ୫୯ତମ ମିନିଟରେ ନେଦରଲ୍ୟାଣ୍ଡସର ଡିଫେନ୍ସ ଖେଳାଳିଙ୍କ ତାଳମେଳ ନଥିବାର ଫାଇଦା ଉଠାଇ ଆର୍ଜେଣ୍ଟିନାର ଫ୍ରାଙ୍କୋ ଅଗୋଷ୍ଟିନୀ ଅତି ଚମତ୍କାର ଢଙ୍ଗରେ ଫିଲ୍ଡ ଗୋଲ ଦେଇ ଦଳକୁ ୨-୧ ଗୋଲରେ ଜିତାଇ ସେମି ଫାଇନାଲରେ ପହଞ୍ଚାଇଥିଲେ। ଆର୍ଜେଣ୍ଟିନାର ଟାଡିଓ ମାରକୁକ୍କି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।