Advertisment

ଓଡ଼ିଶାରେ ଜୁନିୟର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହକିପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ହକିର ହବ ଭାବେ ପରିଚୟ ପାଇଥିବା ଓଡ଼ିଶା ଚଳିତ ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଅନୁଷ୍ଠିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱକପ୍ ଟ୍ରଫି ଓ ଲୋଗୋ ଉନ୍ମୋଚିତ କରିଛନ୍ତି। ଏହା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଓଡ଼ିଶାରେ ଜୁନିୟର ପୁରୁଷ ହକି ବିଶ୍ୱକପ୍

cm-naveen

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହକିପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ହକିର ହବ ଭାବେ ପରିଚୟ ପାଇଥିବା ଓଡ଼ିଶା ଚଳିତ ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଅନୁଷ୍ଠିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱକପ୍ ଟ୍ରଫି ଓ ଲୋଗୋ ଉନ୍ମୋଚିତ କରିଛନ୍ତି।

Advertisment

ଏହା ପୂର୍ବରୁ ମଧ୍ୟ ଓଡ଼ିଶାରେ ହକି ଜୁନିୟର ବିଶ୍ୱକପ୍ ଆୟୋଜନ ହେବା ନେଇ ସୂଚନା ମିଳିଥିଲା। କାରଣ ଆୟୋଜନ ପାଇଁ ପ୍ରଥମେ ଗୌହାଟୀ ଦୌଡ଼ରେ ଥିଲା। ଏହା ପରେ ଓଡ଼ିଶା ଓ ଲକ୍ଷ୍ନୌ ସାମିଲ୍‌ ହୋଇଥିଲା। ଏବେ ଓଡ଼ିଶା ଏହି ବିଶ୍ୱକପ୍ ଆୟୋଜନ ପାଇଁ ଦାୟିତ୍ୱ ପାଇଛି। ଏହା ପୂର୍ବରୁ ମଧ୍ୟ ଓଡ଼ିଶାରେ ସିନିୟର ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ କଳିଙ୍ଗ ଷ୍ଟାଡିୟମରେ ହୋଇସାରିଛି। ୨୦୧୮ରେ ଆୟୋଜିତ ସିନିୟର ପୁରୁଷ ହକି ବିଶ୍ୱକପରେ ବେଲଜିୟମ ଚାମ୍ପିୟନ୍ ହୋଇଥିଲା।

ବିଶ୍ୱକପ୍ ଆୟୋଜନ ପାଇଁ ତିନୋଟି ସହର ଧାର୍ଯ୍ୟ ହୋଇଥିଲା। ସେଥିରେ ଓଡ଼ିଶା ସବୁଠାରୁ ଆଗରେ ରହିଥିଲା। ଓଡ଼ିଶାରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବା ନେଇ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିଥିଲା। ଆଜି ଓଡ଼ିଶା ସରକାର ପୁଣିଥରେ ବିଶ୍ୱକପ୍ ଭଳି ମେଗା ଇଭେଣ୍ଟକ ଆୟୋଜନ କରିବାକୁ ହଁ ଭରିଥିଲେ। ଜୁନିୟର ମହିଳା ହକି ବିଶ୍ୱକପର ଆୟୋଜନ ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମରେ ଡିସେମ୍ବର ୫ରୁ ୧୬ ତାରିଖ ଯାଏ ହେବ। ତେବେ ଜୁନିୟର ହକି ବିଶ୍ୱକପ୍ ପାଇଁ ଏଯାଏ ଭେନ୍ୟୁ ସ୍ଥିର ହୋଇନାହିଁ।

Advertisment

ଉଭୟ ପୁରୁଷ ଓ ମହିଳା ଜୁନିୟର ହକି ବିଶ୍ୱକପ୍ ଆୟୋଜନ ପାଇଁ ଦୌଡ଼ରେ ଥିବା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଏଥିରୁ ଓହରିଯାଇଥିଲା। ଯାହା ପରେ ପୁରୁଷ ହକି ବିଶ୍ୱକପ୍ ପାଇଁ ଭାରତ ଓ ମହିଳା ଜୁନିୟର ହକି ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦାୟିତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆର ଅଂଶଗ୍ରହଣକୁ ନେଇ ସନ୍ଦେହ ଦେଖା ଦେଇଛି। ଉଭୟ ଟିମ୍ କୋଭିଡ୍‌ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିପାରନ୍ତି। ତେବେ ଏ ନେଇ ଉଭୟ ଦେଶ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ପରେ ଓଡ଼ିଶା ସରକାର ୨୦୩୨ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଛି। ୨୦୧୮ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ସଫଳତାପୂର୍ବକ ଆୟୋଜନ ହୋଇଥିଲା। ଯାହା ପରେ ଓଡ଼ିଶାରେ ମଧ୍ୟ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା।