Advertisment

ବଦଳୁଛି ଭାରତୀୟ ହକିର ଚିତ୍ର, ୫ ବର୍ଷରେ କେନ୍ଦ୍ର ଖର୍ଚ୍ଚ କରିଛି ୬୫ କୋଟି

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ ଗତ କିଛି ବର୍ଷ ଧରି ଦମଦାର ପ୍ରଦର୍ଶନ କରିଆସୁଛି। ଟୋକିଓ ଅଲିମ୍ପିକ୍ସରେ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲା। ଅନ୍ୟପକ୍ଷରେ ଭୁବନେଶ୍ୱରରେ ଚାଲିଥିବା ଜୁନିୟର ହକି ବିଶ୍ୱକପରେ ମଧ୍ୟ ଭାରତର ଯୁବ ଟିମ୍ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଛି। ଏବେ ଭାରତୀୟ ପୁରୁଷ ହକି ଟିମକୁ ନେଇ ଆସିଛି ନୂଆ ସୂଚନା ସାମ୍ନାକୁ ଆସିଛି। ଗତ ପାଞ୍ଚ ବର୍ଷରେ କେନ୍ଦ୍ର ସରକାର […]

ବଦଳୁଛି ଭାରତୀୟ ହକିର ଚିତ୍ର, ୫ ବର୍ଷରେ କେନ୍ଦ୍ର ଖର୍ଚ୍ଚ କରିଛି ୬୫ କୋଟି

hockey1

Advertisment

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ ଗତ କିଛି ବର୍ଷ ଧରି ଦମଦାର ପ୍ରଦର୍ଶନ କରିଆସୁଛି। ଟୋକିଓ ଅଲିମ୍ପିକ୍ସରେ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲା। ଅନ୍ୟପକ୍ଷରେ ଭୁବନେଶ୍ୱରରେ ଚାଲିଥିବା ଜୁନିୟର ହକି ବିଶ୍ୱକପରେ ମଧ୍ୟ ଭାରତର ଯୁବ ଟିମ୍ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଛି। ଏବେ ଭାରତୀୟ ପୁରୁଷ ହକି ଟିମକୁ ନେଇ ଆସିଛି ନୂଆ ସୂଚନା ସାମ୍ନାକୁ ଆସିଛି।

Advertisment

ଗତ ପାଞ୍ଚ ବର୍ଷରେ କେନ୍ଦ୍ର ସରକାର ପୁରୁଷ ହକି ଉପରେ ୬୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ରାଜ୍ୟରେ ଏକ ଲିଖିତ ଜବାବରେ ଏହି ସୂଚନା ଦେଇଛନ୍ତି। ଜବାବ ମୁତାବକ, ସିନିୟର ପୁରୁଷ ଟିମ୍ ଉପରେ କେନ୍ଦ୍ର ସରକାର ୪୫.୦୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଅନ୍ୟପକ୍ଷରେ ଜୁନିୟର ପୁରୁଷ ଟିମକୁ କୋଚିଂ କ୍ୟାମ୍ପ, ବିଦେଶୀ ପ୍ରତିଯୋଗିତା, ଘରୋଇ ପ୍ରତିଯୋଗିତା, କୋଚ୍ ମାନଙ୍କୁ ଦରମା ପାଇଁ ଗତ ୫ ବର୍ଷରେ ଅର୍ଥାତ୍ ୨୦୧୬-୧୭ରୁ ୨୦୨୦-୨୧ ଭିତରେ ୨୦.୨୩ କୋଟି ଟଙ୍କାର ଆବଣ୍ଟନ କରାଯାଇଛି। ଏହାବ୍ୟତୀତ ହକିର ୨୦ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୨୦୧୬-୧୭ ପରଠାରୁ ଖେଳ ଇଣ୍ଡିଆ ସ୍କିମ୍ ଆଧାରରେ ୧୦୩.୯୮ କୋଟି ଟଙ୍କା ଅନୁମୋଦନ କରାଯାଇଛି।

Advertisment

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଟିମ୍ ୪୧ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଥିଲା। ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ପରାସ୍ତ କରିଥିଲା। ବଡ଼ କଥା ହେଉଛି ଏହି ମ୍ୟାଚରେ ଭାରତ ଏକ ସମୟରେ ୧-୩ରେ ପଛୁଆ ଥିଲା, କିନ୍ତୁ ଏହା ପରେ ଟିମ୍ ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ କରି ଦେଶବାସୀଙ୍କୁ ସେଲିବ୍ରେସନ୍ କରିବାର ବଡ଼ ସୁଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe