ଟୋକିଓ ଫେରନ୍ତା ହକି ଖେଳାଳିଙ୍କ ପାଇଁ ଟଙ୍କା ବର୍ଷା କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ ଦେଇ ଘର ବାହୁଡ଼ିଥିବା ୪ ଓଡ଼ିଆ ହକି ଖେଳାଳିଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିଥିବା ୪ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ପାଇଁ ଟଙ୍କା ବର୍ଷା କରିଛନ୍ତି।  ପୁରୁଷ ହକି ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ହକି ଖେଳାଳିଙ୍କ ସମ୍ମାନର୍ଥେ […]

Niharika Rout
  • Published: Wednesday, 11 August 2021
  • , Updated: 11 August 2021, 02:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ ଦେଇ ଘର ବାହୁଡ଼ିଥିବା ୪ ଓଡ଼ିଆ ହକି ଖେଳାଳିଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିଥିବା ୪ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ପାଇଁ ଟଙ୍କା ବର୍ଷା କରିଛନ୍ତି।  ପୁରୁଷ ହକି ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ହକି ଖେଳାଳିଙ୍କ ସମ୍ମାନର୍ଥେ ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ବ୍ରୋଞ୍ଜ ପଦକ ଜିତିଥିବା ଅମିତ ଓ ବୀରେନ୍ଦ୍ରଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏଥିସହ ଓଡ଼ିଶା ପୁଲିସ ବିଭାଗରେ ଡିଏସପି ପଦବୀରେ ଅବସ୍ଥାପିତ ପାଇଁ ଆପଏଣ୍ଟମେଣ୍ଟ ଲେଟର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମହିଳା ହକି ଦଳର ନମିତା ଟପ୍ପୋ ଓ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।   ପଦକ ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିବା କହିଛନ୍ତି ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ । ପରିବାର ଛାଡ଼ି ଯେଉଁ ତ୍ୟାଗ କରିଥିଲୁ ତାହା ସଫଳ ହୋଇଛି ବୋଲି କହିଛନ୍ତି ଉଭୟ ।

[caption id="attachment_666050" align="aligncenter" width="650"] ଟୋକିଓ ଅଲିମ୍ପିକ୍ସରୁ ଘର ବାହୁଡ଼ିଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଉଛି।[/caption]

ଅଲିମ୍ପିକ୍ସ ପଦକ ସ୍ୱର୍ଗୀୟ ବାପାଙ୍କୁ ଉତ୍ସର୍ଗ କଲେ  ଅମିତ୍ ରୋହିଦାସ । ଅଲିମ୍ପିକ୍ସ ଖେଳିବାରେ ବାପାଙ୍କ ବହୁତ ଅବଦାନ ରହିଛି । ଗତବର୍ଷ ତାଙ୍କର ଦେହାନ୍ତ ହୋଇଛି, ସେ ଜୀବୀତ ଥିଲେ ପଦକ ଦେଖି ଖୁବ୍‌ ଖୁସି ହୋଇଥାନ୍ତେ।  ଜିତିବା ପାଇଁ ଲମ୍ବା ସଂଘର୍ଷ କରିବାକୁ ପଡ଼ିଥିଲା । ପରିଶ୍ରମ କରି ନଥିଲେ ସଫଳତା ମିଳି ନ ଥାଆନ୍ତି ବୋଲି ସେ କହିଛନ୍ତି ।

ସେହିପରି ଅଲିମ୍ପିକ୍ସ ପଦକ ବିଜେତା ବିରେନ୍ଦ୍ର ଲାକ୍ରା କହିଛନ୍ତି,ପଦକ ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ପରିବାର ଛାଡ଼ି ଯେଉଁ ତ୍ୟାଗ କରିଥିଲୁ ତାହା ଆଜି ସଫଳ ହୋଇଛି । ସେହିପରି ଭାରତ ଓ ଓଡ଼ିଶା ସରକାରଙ୍କ ସମର୍ଥନ ଅନେକ ସହାୟକ ହୋଇଥିବା ସେ କହିଛନ୍ତି । ଗତକାଲି ଟୋକିଓ ଅଲିମ୍ପିକ୍ ପଦକ ବିଜେତା ଓଡ଼ିଶା ଫେରିଥିବା ବେଳେ ଭୁବନେଶ୍ୱର ବିମାନ-ବନ୍ଦରରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି ଉତ୍ସବରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ସେବା ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଏବଂ  ୫ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Related story