Advertisment

ବିବାଦ ପରେ ନିଷ୍ପତ୍ତିି ବଦଳାଇଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ହେଲେ ଆଡହକ୍ କମିଟିର ଚେୟାରମ୍ୟାନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ବିବାଦ ପରେ ଶେଷରେ ହକି ଇଣ୍ଡିଆ ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍ ବଦଳାଇଯାଇଛି। ଚାରିଆଡ଼ୁ ବିରୋଧର ସ୍ୱର ଉଠିବା ପରେ ପୂର୍ବତନ ହକି ତାରକା ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏବେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି। ସେହିପରି ପୂର୍ବରୁ ଆଡହକ୍ କମିଟିର ଚେୟାରମ୍ୟାନ୍ ହୋଇଥିବା ଭୋଳାନାଥ ସିଂହ ଆଡହକ୍ କମିଟିର ସଦସ୍ୟ ହୋଇଛନ୍ତି। କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା, ରାଜେନ୍ଦ୍ର ପାଣି, ଆରକେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିବାଦ ପରେ ନିଷ୍ପତ୍ତିି ବଦଳାଇଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ହେଲେ ଆଡହକ୍ କମିଟିର ଚେୟାରମ୍ୟାନ୍

dilip-tirkey

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ବିବାଦ ପରେ ଶେଷରେ ହକି ଇଣ୍ଡିଆ ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍ ବଦଳାଇଯାଇଛି। ଚାରିଆଡ଼ୁ ବିରୋଧର ସ୍ୱର ଉଠିବା ପରେ ପୂର୍ବତନ ହକି ତାରକା ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏବେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି। ସେହିପରି ପୂର୍ବରୁ ଆଡହକ୍ କମିଟିର ଚେୟାରମ୍ୟାନ୍ ହୋଇଥିବା ଭୋଳାନାଥ ସିଂହ ଆଡହକ୍ କମିଟିର ସଦସ୍ୟ ହୋଇଛନ୍ତି।

Advertisment

କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା, ରାଜେନ୍ଦ୍ର ପାଣି, ଆରକେ ଶ୍ରୀବାସ୍ତକ ଓ ଅଧିପ ଦାସ ମଧ୍ୟ ଆଡହକ କମିଟିର ସଦସ୍ୟ ନିଯୁକ୍ତ ହୋଇଛନ୍ତି।କିଛି ଦିନ ତଳେ ହକି ଇଣ୍ଡିଆ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ହକି ଝାଡ଼ଖଣ୍ଡର ସଭାପତି ଭୋଳାନାଥ ସିଂହଙ୍କୁ ନିଯୁକ୍ତ କରିଥିବା ବେଳେ ଦିଲ୍ଲୀପ ତିର୍କୀଙ୍କୁ କେବଳ କମିଟିର ସଦସ୍ୟ କରିଥିଲା । ଯାହା ପରେ ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଓଡ଼ିଶାରେ ଏତେ ଦକ୍ଷ ହକି ଖେଳାଳି ଥାଉ ଥାଉ ବାହାର ରାଜ୍ୟର ବ୍ୟକ୍ତିଙ୍କୁ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ କରାଯିବା ଲୋକେ ସହଜରେ ଗ୍ରହଣ କରିପାରିନଥିଲେ।

ଗୋଟିଏ ପଟେ ଦିଲ୍ଲୀପ ତିର୍କୀ ଭାରତର ପୂର୍ବତନ କ୍ୟାପଟେନ୍ ସହ ଓଡ଼ିଶା ହକିର ସବୁଠାରୁ ବଡ଼ ଖେଳାଳି। କିନ୍ତୁ ତାଙ୍କୁ ଚେୟାରମ୍ୟାନ୍ ବଦଳରେ କମିଟିର ସଦସ୍ୟ କରାଯାଇଥିଲା । ଅନ୍ୟ ପକ୍ଷରେ ଭୋଳାନାଥ ଜଣେ କୁସ୍ତି ଖେଳାଳି ଥିଲେ । ଆଉ ତାଙ୍କ ହାତରେ ଚେୟାରମ୍ୟାନ୍ ଭଳି ବଡ଼ ପଦ, ତା’ ପୁଣି ଓଡ଼ିଶା ହକି ଆଡହକ୍ କମିଟିର। ଏସବୁ ହକି ଇଣ୍ଡିଆ ଜାଣିଶୁଣି ଏବଂ ହକି ଓଡ଼ିଶାକୁ ଭାଙ୍ଗିବାକୁ ପ୍ରୟାସ କରୁଥିବା ଅନେକେ ମତ ଦେଇଛନ୍ତି।

Advertisment

କିଛି ଦିନ ତଳେ ହକି ଇଣ୍ଡିଆ ହକି ଗାଙ୍ଗପୁର ଓଡ଼ିଶାର ସଦସ୍ୟତା କାଟି ଦେଇଥିବା ବେଳେ ହକି ଓଡ଼ିଶାର ଭୋଟ୍ ଅଧିକାରକୁ ମଧ୍ୟ ଛଡ଼ାଇ ନେଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ରହିଛି, ସେହି ରାଜ୍ୟରେ ହକିକୁ ଅଣଦେଖା ପଛର କାରଣ କ’ଣ।