Advertisment

ହକି ବିଶ୍ୱକପ୍‌: ୱେଲ୍‌ସକୁ ହରାଇଲା ଇଂଲଣ୍ଡ

ରାଉରକେଲା (ଓଡ଼ିଶା ରିପୋର୍ଟର): ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ତୃତୀୟ ମ୍ୟାଚ୍‌ରେ ୱେଲ୍ସକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ରାଉରକେଲାରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ଖେଳ ଆରମ୍ଭର ୨୦ ସେକେଣ୍ଡରେ ପ୍ରଥମ ଗୋଲ୍ ହୋଇଥିଲା। ଇଂଲଣ୍ଡର ନିକୋଲାସ୍ ପର୍କ ଏହି ଗୋଲ୍‌ଟି ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଏହି ଗୋଟିଏ ମାତ୍ର ଗୋଲ୍ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଇଂଲଣ୍ଡ ଅନେକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ […]

ହକି ବିଶ୍ୱକପ୍‌: ୱେଲ୍‌ସକୁ ହରାଇଲା ଇଂଲଣ୍ଡ

England

Advertisment

ରାଉରକେଲା (ଓଡ଼ିଶା ରିପୋର୍ଟର): ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ତୃତୀୟ ମ୍ୟାଚ୍‌ରେ ୱେଲ୍ସକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି ଇଂଲଣ୍ଡ।

Advertisment

ରାଉରକେଲାରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ଖେଳ ଆରମ୍ଭର ୨୦ ସେକେଣ୍ଡରେ ପ୍ରଥମ ଗୋଲ୍ ହୋଇଥିଲା। ଇଂଲଣ୍ଡର ନିକୋଲାସ୍ ପର୍କ ଏହି ଗୋଲ୍‌ଟି ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଏହି ଗୋଟିଏ ମାତ୍ର ଗୋଲ୍ ହୋଇଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଇଂଲଣ୍ଡ ଅନେକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ସେଥିରୁ ମାତ୍ର ଗୋଟିଏ ଗୋଲ୍‌ରେ ପରିଣତ ହୋଇଥିଲା। ହାପ୍‌ ଟାଇମ୍ ପାଖାପାଖି ଏହି ଗୋଲ୍‌ଟି ହୋଇଥିଲା। ଏହି ଗୋଲ୍‌ଟି ଦେଇଥିଲେ ଲିଆମ ଆନ୍‌ସେଲ୍‌। ହାପ୍‌ ଟାଇମ୍ ଶେଷ ସୁଦ୍ଧା ଇଂଲଣ୍ଡ ୨-୦ ଗୋଲ୍‌ରେ ଆଗୁଆ ରହିଥିଲା।

Advertisment

ତୃତୀୟ କ୍ୱାର୍ଟରରେ ଲିଆମ ଆନ୍‌ସେଲ୍ ଆଉ ଏକ ଗୋଲ ଦେବା ସକ୍ଷମ ହୋଇଥିଲେ। ସେହିଭଳି ଫିଲ୍ ରୋପର ଏକ ଗୋଲ୍ କରିଥିଲେ। ଫଳରେ ଏହି କ୍ୱାର୍ଟର ଶେଷ ବେଳକୁ ଇଂଲଣ୍ଡ ୪-୦ରେ ଆଗୁଆ ରହିଥିଲା। ୱେଲ୍‌ସ ଗୋଟିଏ ବି ଗୋଲ୍ କରିବାକୁ ସମର୍ଥ ହୋଇ ନଥିଲା।

ଚତୁର୍ଥ କ୍ୱାର୍ଟରରେ ୱେଲ୍‌ସ କିଛି ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ସେଗୁଡ଼ିକ ଗୋଲ୍‌ରେ ପରିଣତ ହୋଇ ନଥିଲା। ତେବେ ଶେଷ କ୍ୱାର୍ଟରରେ ଇଂଲଣ୍ଡ ପୁଣି ଏକ ଗୋଲ ଦେଇ ୫-୦ରେ ମ୍ୟାଚ୍ ଜିତିଥିଲା।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ବିଜୟୀ ହୋଇଛନ୍ତି। ଆର୍ଜେଣ୍ଟିନା ୧-୦ ଗୋଲର ଦକ୍ଷିଣ ଆଫ୍ରିକାକୁ ଓ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ହରାଇଥିଲା।

Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe