ବିର୍ସା ମୁଣ୍ଡା ଷ୍ଟାଡିୟମ: କ୍ରୀଡ଼ା ମନ୍ତ୍ରୀଙ୍କ ମିଛକୁ ପଦାରେ ପକାଇଲା ଆନ୍ତର୍ଜାତିକ ହକି ମହାସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ଉଦଘାଟନ ହେବାର ୨ଦିନ ପରେ ବି ଏହାକୁ ବିଶ୍ୱର ସର୍ବବୃହତ୍ ବୋଲି କହି ରାଜ୍ୟ ସରକାର ଆରମ୍ଭ କରିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିପାରିନି । ଏପରିକି ଦର୍ଶକଙ୍କ କ୍ଷମତା ଆଧାରରେ ବିର୍ସାମୁଣ୍ଡା ଷ୍ଟାଡ଼ିୟମ ବିଶ୍ୱର ସର୍ବବୃହତ୍ ବୋଲି ଆନ୍ତର୍ଜାତିକ ହକି ମହାସଂଘ(ଏଫଆଇଏଚ) ପ୍ରମାଣିତ କରିଥିବା ନେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗତକାଲି ଗଣମାଧ୍ୟମକୁ ବୟାନ ଦେଇ ଏହି ବିବାଦର ଅନ୍ତ କରିବାକୁ ଚାହିଁଥିଲାବେଳେ ଆଜି ଆଉ […]

Birsa-munda

Birsa-munda

Ordigital Desk
  • Published: Saturday, 07 January 2023
  • Updated: 07 January 2023, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ଉଦଘାଟନ ହେବାର ୨ଦିନ ପରେ ବି ଏହାକୁ ବିଶ୍ୱର ସର୍ବବୃହତ୍ ବୋଲି କହି ରାଜ୍ୟ ସରକାର ଆରମ୍ଭ କରିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିପାରିନି । ଏପରିକି ଦର୍ଶକଙ୍କ କ୍ଷମତା ଆଧାରରେ ବିର୍ସାମୁଣ୍ଡା ଷ୍ଟାଡ଼ିୟମ ବିଶ୍ୱର ସର୍ବବୃହତ୍ ବୋଲି ଆନ୍ତର୍ଜାତିକ ହକି ମହାସଂଘ(ଏଫଆଇଏଚ) ପ୍ରମାଣିତ କରିଥିବା ନେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗତକାଲି ଗଣମାଧ୍ୟମକୁ ବୟାନ ଦେଇ ଏହି ବିବାଦର ଅନ୍ତ କରିବାକୁ ଚାହିଁଥିଲାବେଳେ ଆଜି ଆଉ ଏକ ନୂଆ ତଥ୍ୟ ପଦାକୁ ଆସିଛି । ଆନ୍ତର୍ଜାତିକ ହକି ମହାସଂଘର ୱେବସାଇଟରେ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମକୁ ଓଡ଼ିଶାର ସର୍ବବୃହତ୍ ହକି ଷ୍ଟାଡ଼ିୟମ ଭାବେ ଅଭିହିତ କରାଯାଇଛି ତଥା ଏହାକୁ ‘ ବିଶ୍ୱର ସର୍ବବୃହତ୍‌’ ବୋଲି ଦର୍ଶାଇବାକୁ ରାଜ୍ୟ ସରକାର କ୍ରମାଗତ ପ୍ରୟାସ ସଫଳ ହୋଇପାରିନି ଓଲଟା ମିଛ ପ୍ରଚାର କରୁଥିବାରୁ ସରକାରଙ୍କୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆନ୍ତର୍ଜାତିକ ହକି ମହାସଂଘର ୱେବସାଇଟରେ ୨୦୨୩ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ ବୋଲି ଉଲ୍ଲେଖ ରହିଛି । ଏହାସହିତ ମହାସଂଘ ଦ୍ୱାରା ରାଉରକେଲାର ବିର୍ସା ମୁଣ୍ଡା ଆର୍ନ୍ତଜାତିକ ହକି ଷ୍ଟାଡ଼ିୟମ ସମ୍ପର୍କରେ ଦିଆଯାଇଥିବା ତଥ୍ୟରେ କୌଣସି ସ୍ଥାନରେ ବି ଏହାକୁ ଭାରତ କିମ୍ବା ବିଶ୍ୱର ସର୍ବବୃହତ୍ ବୋଲି ଉଲ୍ଲେଖ କରାଯାଇ ନାହିଁ । ବରଂ ଭାରତୀୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ ଓଡ଼ିଶାର ଇସ୍ପାତ ସହର ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ୧୫ଏକର ଜମିରେ ଏହି ଷ୍ଟାଡ଼ିୟମ ନିର୍ମାଣ ହୋଇଛି।

ଏହି ଷ୍ଟାଡ଼ିୟମ ବୃହତମ ଦୃଷ୍ଟିରୁ ଏବେ କଳିଙ୍ଗ ଷ୍ଟାଡ଼ିୟମକୁ ପଛରେ ପକାଇ ଓଡ଼ିଶାର ସର୍ବବୃହତ୍ ଷ୍ଟାଡ଼ିୟମ ହୋଇଛି । ଯାହାର ଦର୍ଶକ କ୍ଷମତା ୨୧ହଜାର । ଆନ୍ତର୍ଜାତିକ ହକି ମହାସଂଘ ନିଜର ୱେବସାଇଟ୍ କିମ୍ବା ଅନ୍ୟ କୌଣସି ଲିଖିତ ଦସ୍ତାବିଜରେ ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମକୁ ‘ବିଶ୍ୱର ସର୍ବବୃହତ୍‌’ ବୋଲି କହିନାହିଁ।

ଅନ୍ୟପକ୍ଷରେ ଗତ ୫ତାରିଖରେ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ସମ୍ବାଦପତ୍ରରେ ବଡ଼ବଡ଼ ବିଜ୍ଞାପନ ଦେଇ ଏହାକୁ ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡ଼ିୟମ ଭାବେ ଦର୍ଶାଇବାକୁ ପଛାଇ ନଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନିଜର ଟ୍ୱିଟର ଓ ଭାଷଣରେ ମଧ୍ୟ ଏହାକୁ ବିଶ୍ୱର ସର୍ବବୃହତ୍ ବୋଲି କହିଥିଲେ । ଯାହାକି ସମଗ୍ର ରାଜ୍ୟବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଥିବା ବିର୍ସା ମୁଣ୍ଡା ଷ୍ଟାଡ଼ିୟମକୁ ନେଇ ପରୋକ୍ଷରେ ଏପରି ମିଛ ପ୍ରଚାରକୁ ଜନ୍ମ ଦେଇଥିଲା ତଥା ସୋସିଆଲ ମିଡିଆ ସମେତ ବିରୋଧୀ ଦଳ ମଧ୍ୟ ସରକାରଙ୍କ ଏଭଳି ଦାବି ଉପରେ ପ୍ରଶ୍ନ ଉଠାଇଥିଲା । ୧୫ମାସ ମଧ୍ୟରେ ବିଶ୍ୱର ସର୍ବବୃହତ୍ ଷ୍ଟାଡ଼ିୟମ ରାଉରକେଲାରେ ନିର୍ମାଣ ହୋଇଛି ବୋଲି ଦାବି କରି ବାହାବା ନେବାକୁ ସରକାରୀସ୍ତରରେ ଉଦ୍ୟମ ହୋଇଥିଲେ ମଧ୍ୟ ଇଂଟରନେଟରେ ଉପଲବ୍ଧ ତଥ୍ୟ ଅନୁସାରେ ବିର୍ସାମୁଣ୍ଡା ଷ୍ଟାଡ଼ିୟମ ବିଶ୍ୱର ୪ ନମ୍ବର ସର୍ବବୃହତ୍ ବୋଲି ଉଲ୍ଲେଖ ରହିଛି । କିନ୍ତୁ ସରକାର ଏଭଳି ଦାବି ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ମିଛ ପ୍ରଚାରରେ ମସଗୁଲ ରାଜ୍ୟ ସରକାର ଏକ ନୂଆ ବିବାଦକୁ ଜନ୍ମ ଦେଛନ୍ତି । ଏହି ବିବାଦ ବଢ଼ିବା ପରେ ଗତକାଲି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆନ୍ତର୍ଜାତିକ ହକି ମହାସଂଘ ରାଉରକେଲାସ୍ଥିତ ବିର୍ସାମୁଣ୍ଡା ଆନ୍ତର୍ଜାତିକ ଷ୍ଟାଡ଼ିୟମକୁ ବିଶ୍ୱର ସର୍ବବୃହତ୍ ବୋଲି ପ୍ରମାଣିତ କରିଥିବା କହି ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହିଁଥିଲେ । କିନ୍ତୁ ଆନ୍ତର୍ଜାତିକ ହକି ମହାସଂଘର ୱେବସାଇଟରେ ବିର୍ସର୍ାମୁଣ୍ଡା ଆନ୍ତର୍ଜାତିକ ଷ୍ଟାଡ଼ିୟମ ‘ବିଶ୍ୱର ସର୍ବବୃହତ୍‌’ ବୋଲି କୌଣସି ତଥ୍ୟ ଉଲ୍ଲେଖ ନଥିବା ତଥା ଏହା ଓଡ଼ିଶାର ସର୍ବବୃହତ୍ ଷ୍ଟାଡ଼ିୟମ ଭାବେ ଦର୍ଶାଯାଇଥିବାରୁ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ଓ ରାଜ୍ୟ ସରକାରଙ୍କ ଦାବି ଯେ ମିଛ ତାହା ପ୍ରମାଣିତ ହୋଇଛି।

ସୂଚନାଯୋଗ୍ୟ, ବିଶ୍ୱକପ୍ ପୁରୁଷ ହକି ପ୍ରସ୍ତୁତିର ଯାଂଚ ପାଇଁ ୨୦୨୨ ସେପ୍ଟେମ୍ବର ୭ତାରିଖରେ ଓଡ଼ିଶା ଆସି ଆର୍ନ୍ତଜାତିକ ହକି ମହାସଂଘର କାର୍ଯ୍ୟକାରୀ ସଭାପତି ସୈଫ ଅହମ୍ମଦ ଓ ସିଇଓ ଥେରି ୱେଲ୍ ଏବଂ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ରାଉରକେଲାସ୍ଥିତ ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ପରିଦର୍ଶନରେ କରିଥିଲେ । ସେତେବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆର୍ନ୍ତଜାତିକ ହକି ମହାସଂଘର ସିଇଓ ଥେରି ୱେଲ୍ କହିଥିଲେ ଯେ, ରାଉରକେଲା ହକି ଷ୍ଟାଡ଼ିୟମ ବୋଧହୁଏ ଭାରତର ସର୍ବବୃହତ୍ ତଥା ବିଶ୍ୱର ବୃହତମ ଷ୍ଟାଡ଼ିୟମ ମଧ୍ୟରୁ ଗୋଟିଏ ବୋଲି ସେ ଭାବୁଛନ୍ତି । ପ୍ରଚାର ନିଶାରେ ମସଗୁଲ ରାଜ୍ୟ ସରକାର ନିଜକୁ ବିଶ୍ୱସ୍ତରୀୟ ପ୍ରତିପାଦନ କରିବାକୁ ଏତେ ବ୍ୟାକୁଳ ଥିଲେ ଯେ ଶ୍ରୀ ୱେଲଙ୍କ ଏହି ବୟାନକୁ ମଧ୍ୟ ୨୦୨୨ ସେପ୍ଟେମ୍ବର ୨୨ତାରିଖରେ ଓଡ଼ିଶା କ୍ୟାବିନେଟ୍ ପ୍ରେସ୍ ନୋଟରେ ମଧ୍ୟ ସାମିଲ କରିବାକୁ ପଛାଇ ନଥିଲେ । ଆଉ ଶ୍ରୀ ୱେଲ ସେବେ ବିର୍ସାମୁଣ୍ଡା ଷ୍ଟାଡ଼ିୟମ ସର୍ବବୃହତ୍ ବୋଲି ଯେଉଁ ସମ୍ଭାବନା ବ୍ୟକ୍ତ କରିଥିଲେ ତାକୁ ଆନ୍ତର୍ଜାତିକ ହକି ମହାସଂଘର ‘ପ୍ରମାଣ’ ବୋଲି ଧରି ନେଇ ରାଜ୍ୟ ସରକାର ନିଜର ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି । ଅଫିସରମାନଙ୍କ ବେପରୁୱା ନୀତି ଓ ବିଶ୍ୱସ୍ତରୀୟ ହେବା ପାଇଁ ପ୍ରଚାର ନିଶାରେ ମସଗୁଲ ହୋଇ ରାଜ୍ୟ ପ୍ରଶାସନ ମିଛ କହି ପୁଣି ତାକୁ ସତ ବୋଲି ପ୍ରମାଣିତ କରିବା ନିମନ୍ତେ ଆଉ ଏକ ମିଛ କହିବା ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା।

ସୂଚନାଯୋଗ୍ୟ, ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡ଼ିୟମ ପାକିସ୍ତାନର ଲାହୋର, ଦ୍ୱିତୀୟ ଚଣ୍ଡିଗଡ଼, ତୃତୀୟ ଲସଏଞ୍ଜେଲସ ଓ ଚତୁର୍ଥ ରାଉରକେଲାରେ ରହିଥିବା ନେଇ ୃଅଲମ୍ପିକ୍ସ ୱେବସାଇଟରେ ଉଲ୍ଲେଖ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story