Advertisment

ବିନା ଦର୍ଶକରେ ଖେଳାଯିବ ଜୁନିୟର ହକି ବିଶ୍ୱକପ୍ ମ୍ୟାଚ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ବର ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଜୁନିୟର ହକି ବିଶ୍ୱକପ୍। ତେବେ ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳାଯିବ। ଏ ନେଇ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ସବୁ ମ୍ୟାଚ୍ ଗୁଡ଼ିକ ବନ୍ଦ କବାଟ ବା ବିନା ଦର୍ଶକରେ ଖେଳାଯିବ। ଖେଳାଳିଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ହକି […]

ବିନା ଦର୍ଶକରେ ଖେଳାଯିବ ଜୁନିୟର ହକି ବିଶ୍ୱକପ୍ ମ୍ୟାଚ୍

hockey

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ବର ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଜୁନିୟର ହକି ବିଶ୍ୱକପ୍। ତେବେ ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳାଯିବ। ଏ ନେଇ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ସବୁ ମ୍ୟାଚ୍ ଗୁଡ଼ିକ ବନ୍ଦ କବାଟ ବା ବିନା ଦର୍ଶକରେ ଖେଳାଯିବ। ଖେଳାଳିଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ରାଜଧାନୀ ଭୁବନେଶ୍ୱରରେ ହକି ପ୍ରତି କ୍ରେଜ୍ ଓ ମ୍ୟାଚ୍ ସମୟରେ ଷ୍ଟାଡିୟମକୁ ବିପୁଳ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଦର୍ଶକଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ, ଏଫଆଇଚ୍ ଓ ହକି ଇଣ୍ଡିଆ କୋଭିଡୋ ଗାଇଡଲାଇନ୍ ଓ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ବିନା ମ୍ୟାଚ୍ କରାଇବାକୁ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି।

ଏଫଆଇଏଚ୍ ପୁରୁଷ ଜୁନିୟର ହକି ବିଶ୍ୱକପରେ ମୋଟ ୧୬ ଟିମ୍ ଭାଗ ନେବେ। ଭାଗ ନେଉଥିବା ଟିମ୍ ଗୁଡ଼ିକ ହେଲେ ଆୟୋଜକ ଭାରତ, ଆର୍ଜେଣ୍ଟିନା, ବେଲଜିୟମ, କାନାଡା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିୟା, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡସ୍ ଓ ଆମେରିକା। ପାଞ୍ଚଦିନିଆ ଫୁଲ୍ ଷ୍ଟେଜ୍ ମ୍ୟାଚ୍ ପରେ ନଭେମ୍ବର ୩୦ ତାରିଖରୁ କ୍ଲାସିଫିକେସନ୍ ମ୍ୟାଚ୍ ଖେଳାଯିବ। ଏହା ପରେ ଡିସେମ୍ବର ୧ରେ କ୍ୱାର୍ଟରଫାଇନାଲ୍, ସେମିଫାଇନାଲ ମ୍ୟାଚ୍ ଡିସେମ୍ବର ୩ରେ ଏବଂ ଫାଇନାଲ୍ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ।

Advertisment

ବିଶ୍ୱକପ୍ ଆୟୋଜନ ପାଇଁ ତିନୋଟି ସହର ଧାର୍ଯ୍ୟ ହୋଇଥିଲା। ସେଥିରେ ଓଡ଼ିଶା ସବୁଠାରୁ ଆଗରେ ରହିଥିଲା। ଓଡ଼ିଶାରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବା ନେଇ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିଥିଲା। ଆଜି ଓଡ଼ିଶା ସରକାର ପୁଣିଥରେ ବିଶ୍ୱକପ୍ ଭଳି ମେଗା ଇଭେଣ୍ଟକ ଆୟୋଜନ କରିବାକୁ ହଁ ଭରିଥିଲେ। ଜୁନିୟର ମହିଳା ହକି ବିଶ୍ୱକପର ଆୟୋଜନ ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମରେ ଡିସେମ୍ବର ୫ରୁ ୧୬ ତାରିଖ ଯାଏ ହେବ। ତେବେ ଜୁନିୟର ହକି ବିଶ୍ୱକପ୍ ପାଇଁ ଏଯାଏ ଭେନ୍ୟୁ ସ୍ଥିର ହୋଇନାହିଁ।

Hockey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe