Advertisment

କାନାଡା ବିପକ୍ଷରେ ଗୋଲ ବର୍ଷା କଲା ଫ୍ରାନ୍ସ, ଟେବୁଲ ଟପ ସହ କ୍ୱାର୍ଟରକୁ ଗଲା

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଫ୍ରାନ୍ସ ତା’ର ଦବଦବା ଦେଖା ଚାଲିଛି। ଆଜି ଦଳ ଅପେକ୍ଷାକୃତ ଦୁର୍ବଳ କାନାଡାକୁ ୧୧-୧ଗୋଲରେ ହରାଇ ନିଜ ପୁଲର ଶୀର୍ଷ ସ୍ଥାନ ହାସଲ କରିଛି। ଏଥିସହ ଫ୍ରାନ୍ସ କ୍ୱାର୍ଟର ଫାଇନାଲରେ ବି ପ୍ରବେଶ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ ଆୟୋଜକ ତଥା ଡିଫେଣ୍ଡିଙ୍ଗ ଚାମ୍ପିୟନ ଭାରତକୁ ୫-୪ଗୋଲରେ ପରାସ୍ତ କରିଥିଲା। ସେହିପରି ଦ୍ୱିତୀୟ ଲିଗ ମ୍ୟାଚରେ ପୋଲାଣ୍ଡକୁ ୭-୧ଗୋଲ ରେ […]

କାନାଡା ବିପକ୍ଷରେ ଗୋଲ ବର୍ଷା କଲା ଫ୍ରାନ୍ସ, ଟେବୁଲ ଟପ ସହ କ୍ୱାର୍ଟରକୁ ଗଲା

Farnce

Advertisment

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଫ୍ରାନ୍ସ ତା’ର ଦବଦବା ଦେଖା ଚାଲିଛି। ଆଜି ଦଳ ଅପେକ୍ଷାକୃତ ଦୁର୍ବଳ କାନାଡାକୁ ୧୧-୧ଗୋଲରେ ହରାଇ ନିଜ ପୁଲର ଶୀର୍ଷ ସ୍ଥାନ ହାସଲ କରିଛି। ଏଥିସହ ଫ୍ରାନ୍ସ କ୍ୱାର୍ଟର ଫାଇନାଲରେ ବି ପ୍ରବେଶ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ ଆୟୋଜକ ତଥା ଡିଫେଣ୍ଡିଙ୍ଗ ଚାମ୍ପିୟନ ଭାରତକୁ ୫-୪ଗୋଲରେ ପରାସ୍ତ କରିଥିଲା। ସେହିପରି ଦ୍ୱିତୀୟ ଲିଗ ମ୍ୟାଚରେ ପୋଲାଣ୍ଡକୁ ୭-୧ଗୋଲ ରେ ହରାଇ କ୍ୱାର୍ଟର ଫାଇନାଲ ଟିକେଟ ଏକ ପ୍ରକାର ନିଶ୍ଚିତ କରି ସାରିଥିଲା।

Advertisment

ତେବେ ଆଜି ମଧ୍ୟ ଦଳ କାନାଡା ବିପକ୍ଷ ଶେଷ ଲିଗ ମ୍ୟାଚରେ ବି ଦମଦାର ପ୍ରଦର୍ଶନ କରିଛି। ସ୍ପେନ ଓ ଆର୍ଜେଣ୍ଟିନା ଭଳି କଳିଙ୍ଗ ଷ୍ଟାଡିୟମରେ ଆଜି ଫ୍ରାନ୍ସ ଗୋଲ ବର୍ଷା କରି ବୋଲି ସମସ୍ତେ ଆଶା କରିଥିଲେ। ସତକୁ ସତ ତାହା ହିଁ ହୋଇଥିଲା। ଫ୍ରାନ୍ସ ଅଧିନାୟକ କ୍ଲେମେଣ୍ଟ ତିମୋଥି ମ୍ୟାଚର ୬, ୩୪ ଓ ୫୮ମିନିଟରେ ପେନାଲିଟି କର୍ଣ୍ଣରକୁ ଗୋଲରେ ରୂପାନ୍ତରିତ କରି ହ୍ୟାଟ୍ରିକ ସ୍କୋର କରିଥିଲେ।

ସେହିପରି ଫ୍ରାନ୍ସର ଆଉ ଜଣେ ଷ୍ଟ୍ରାଇକର ଇଗାଉ ଆଣ୍ଟିନି ୧୧ ଓ ୨୮ମିନିଟରେ ଦୁଇଟି ଗୋଲ କରି କାନାଡାକୁ ଚାପରେ ରଖିଥିଲେ। କାନାଡାର ଦୁର୍ବଳ ଡିଫେନ୍ସକୁ ଚକମା ଦେଇ ଯୋଉନ ନୋଏ ମଧ୍ୟ ୪୦ ଓ ୪୬ତମ ମିନିଟରେ ଗୋଲ ଦେଇ ଫ୍ରାନ୍ସ ସ୍କୋରକୁ ଆଗେଇ ନେଇଥିଲେ।

Advertisment

ଗୋନେଶା ରାଇଫ ୨୦ମିନିଟ, ସେଲିୟର କୋରେଣ୍ଟିନ ୨୬ମିନିଟ, ବଉରାନ ଜୁଲିଏସ ୩୩ ମିନିଟ, ଭେରୀୟର ଜୁଲିଏସ ୪୩ମିନିଟରେ ଗୋଟାଏ ଲେଖାଏ ଗୋଲ ଦେଇଥିଲେ। ସେପଟେ କାନାଡା ପକ୍ଷରୁ ଡାଭିଶ ସିନ ୪୮ତମ ମିନିଟରେ ଗୋଟିଏ ଗୋଲ ଦେଇ ଦଳର ଖାତା ଖୋଲିବାକୁ ସକ୍ଷମ ହୋଇଥିଲେ। ଏହି ମ୍ୟାଚ ସହ କାନାଡା ୩ଟି ଯାକ ଲିଗ ମ୍ୟାଚରେ ପରାସ୍ତ ହୋଇ କେବଳ ନିଜର ପୋଜିସନ ପାଇଁ ଏକ ମ୍ୟାଚ ଖେଳିବାକୁ ଭୁବନେଶ୍ୱରରେ ଏବେ ଅପେକ୍ଷା କରିବ। ସେପେଟ ଫ୍ରାନ୍ସ ହ୍ୟାଟ୍ରିକ ବିଜୟ ସହ କ୍ୱାର୍ଟର ଫାଇନାଲ ଖେଳିବାକୁ ଏବେ ଠାରୁ ନିଜର ରଣନୀତି ପ୍ରସ୍ତୁତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe