ଟିମୋଥିଙ୍କ ହ୍ୟାଟ୍ରିକ୍, ମାଲେସିଆକୁ ମାରି ସେମିରେ ଫ୍ରାନ୍ସ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ଟିମୋଥି କ୍ଲିମେଣ୍ଟଙ୍କ ହ୍ୟାଟ୍ରିକ୍ ଗୋଲ୍ ଦମରେ ଫ୍ରାନ୍ସ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ବୁଧବାର ଖେଳାଯାଇଥିବା ତୃତୀୟ କ୍ୱାର୍ଟର୍ ଫାଇନାଲରେ ଫ୍ରାନ୍ସ ୪-୦ ଗୋଲରେ ମାଲେସିଆକୁ ପରାସ୍ତ କରିଛି। ଏଥିସହ ଫ୍ରାନ୍ସ ତୃତୀୟ ଦଳ ଭାବେ ସେମି ଟିକେଟ୍ କାଟିଛି। ଏହି ମ୍ୟାଚ୍ ପୂର୍ବରୁ ଖେଳାଯାଇଥିବା ପ୍ରଥମ ଦୁଇଟି କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ହେଲେ ଫ୍ରାନ୍ସ ଓ […]

france

Ranjit Kumar Jena
  • Published: Wednesday, 01 December 2021
  • , Updated: 01 December 2021, 07:39 PM IST

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ଟିମୋଥି କ୍ଲିମେଣ୍ଟଙ୍କ ହ୍ୟାଟ୍ରିକ୍ ଗୋଲ୍ ଦମରେ ଫ୍ରାନ୍ସ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ବୁଧବାର ଖେଳାଯାଇଥିବା ତୃତୀୟ କ୍ୱାର୍ଟର୍ ଫାଇନାଲରେ ଫ୍ରାନ୍ସ ୪-୦ ଗୋଲରେ ମାଲେସିଆକୁ ପରାସ୍ତ କରିଛି। ଏଥିସହ ଫ୍ରାନ୍ସ ତୃତୀୟ ଦଳ ଭାବେ ସେମି ଟିକେଟ୍ କାଟିଛି।

ଏହି ମ୍ୟାଚ୍ ପୂର୍ବରୁ ଖେଳାଯାଇଥିବା ପ୍ରଥମ ଦୁଇଟି କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ହେଲେ ଫ୍ରାନ୍ସ ଓ ମାଲେସିଆ ମ୍ୟାଚ୍ ଏକତରଫା ହୋଇଥିଲା। ପ୍ରଥମ କ୍ୱାର୍ଟର ଆରମ୍ଭରୁ କଡ଼ା ଟକ୍କର ହୋଇଥିଲା। ହେଲେ ଏହି କ୍ୱାର୍ଟରର ଶେଷ ଆଡ଼କୁ ବାଜି ମାରି ନେଇଥିଲା ଫ୍ରାନ୍ସ। ମ୍ୟାଚର ୧୪ଶ ମିନିଟରେ ଫ୍ରାନ୍ସ ଅଧିନାୟକ ଟିମୋଥି କ୍ଲିମେଣ୍ଟ ଦଳକୁ ମିଳିଥିବା ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ପ୍ରଥମ କ୍ୱାର୍ଟରରେ ଦଳକୁ ୧-୦ ଗୋଲରେ ଆଗୁଆ ରଖିଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ଗୋଲ ଦେବାକୁ ସଫଳ ହୋଇ ନଥିଲା। ୨୪ତମ ମିନିଟରେ ଫ୍ରାନ୍ସକୁ ମିଳିଥିବା ଆଉ ଏକ ପେନାଲଟି କର୍ଣ୍ଣରକୁ ପୁଣି ଅଧିନାୟକ କ୍ଲିମେଣ୍ଟ ଗୋଲରେ ରୂପାନ୍ତରିତ କରି ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରିଥିଲେ। ଏଥିସହ ହାଫ୍ ଟାଇମ ସୁଦ୍ଧା ଫ୍ରାନ୍ସ ୨-୦ର ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଥିଲା।

ତୃତୀୟ କ୍ୱାର୍ଟରରେ ମଧ୍ୟ କମବ୍ୟାକ କରୁବାକୁ ଚାହୁଁଥିବା ମାଲେସିଆ ପୁଣି ଫେଲ ମାରିଥିଲା। ଫ୍ରାନ୍ସ ୩୧ତମ ମିନିଟରେ ଆଉ ଏକ ପେନାଲଟି କର୍ଣ୍ଣରର ସହାୟତାରେ ତୃତୀୟ ଗୋଲ ସ୍କୋର କରିଥିଲା। ଏହି ଗୋଲଟି ଦେଇଥିଲେ ମାଥିସ କ୍ଲିମେଣ୍ଟ। ସେମି ଫାଇନାଲ ଟିକଟ ହାତଛଡ଼ା କରିଥିବା ମାଲେସିଆ ଶେଷ କ୍ୱାର୍ଟରରେ ସମ୍ମାନ ପାଇଁ ଖେଳୁଥିଲା। ତଥାପି ବି ଗୋଲ ସ୍କୋର ଖାତା ଖୋଲି ପାରି ନଥିଲା।

ମ୍ୟାଚର ଶେଷ କିଛି ସେକେଣ୍ଡରେ ଫ୍ରାନ୍ସକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଯାହାକୁ ଟିମୋଥି ଗୋଲରେ ପରିଣତ କରି ନିଜର ହ୍ୟାଟ୍ରିକ ପୂରଣ କରିଥିଲେ। ଆଉ ଏଥିସହ ଫ୍ରାନ୍ସ ମୁକାବିଲାକୁ ୪-୦ ଗୋଲର ବଡ଼ ବ୍ୟବଧାନରେ ଜିତି ନେଇଥିଲା। ଦଳ ପକ୍ଷରୁ ୩ଟି ଗୋଲ ସ୍କୋର କରିଥିବା କ୍ୟାପେଟନ କ୍ଲିମେଣ୍ଟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଭାରତ ଏବଂ ବେଲଜିୟମ ମଧ୍ୟରେ ହେବାକୁଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚର ବିଜେତା ଟିମ୍ ସହ ଫ୍ରାନ୍ସ ଆସନ୍ତା ୩ତାରିଖରେ ସେମି ଫାଇନାଲ୍ ଖେଳିବ।

Related story