Advertisment

ଜୁନିୟର ବିଶ୍ୱକପ ହକି: ଜର୍ମାନୀ ଓ ପୋଲାଣ୍ଡର ବିଜୟ ଅଭିଯାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ହକି ବିଶ୍ୱକପରେ ଜର୍ମାନୀ ଓ ପୋଲାଣ୍ଡ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ୫-୨ ଗୋଲରେ ପାକିସ୍ତାନକୁ ହରାଇଥିବା ବେଳେ ତୃତୀୟ ମୁକାବିଲାରେ ପୋଲାଣ୍ଡ ୧-୦ ଗୋଲରେ କାନାଡାକୁ ହରାଇଛି। ଉଭୟ ଜର୍ମାନୀ ଓ ପୋଲାଣ୍ଡ ବିଜୟ ସହ ୩ ପଏଣ୍ଟ ଲେଖାଏ ହାସଲ କରିଛନ୍ତି। ମଧ୍ୟାହ୍ନ ୧୨ଟାରେ ଗ୍ରୁପ୍-ଡି’ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରେକର୍ଡ ୬ଥରର […]

ଜୁନିୟର ବିଶ୍ୱକପ ହକି: ଜର୍ମାନୀ ଓ ପୋଲାଣ୍ଡର ବିଜୟ ଅଭିଯାନ

germany

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ହକି ବିଶ୍ୱକପରେ ଜର୍ମାନୀ ଓ ପୋଲାଣ୍ଡ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ୫-୨ ଗୋଲରେ ପାକିସ୍ତାନକୁ ହରାଇଥିବା ବେଳେ ତୃତୀୟ ମୁକାବିଲାରେ ପୋଲାଣ୍ଡ ୧-୦ ଗୋଲରେ କାନାଡାକୁ ହରାଇଛି। ଉଭୟ ଜର୍ମାନୀ ଓ ପୋଲାଣ୍ଡ ବିଜୟ ସହ ୩ ପଏଣ୍ଟ ଲେଖାଏ ହାସଲ କରିଛନ୍ତି।

Advertisment

ମଧ୍ୟାହ୍ନ ୧୨ଟାରେ ଗ୍ରୁପ୍-ଡି’ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରେକର୍ଡ ୬ଥରର ଚାମ୍ପିୟନ୍ ଜର୍ମାନୀ ଓ ପାକିସ୍ତାନ। ଆଶାନୁରୂପ ଏହି ମ୍ୟାଚରେ ଜର୍ମାନୀର ପ୍ରଦର୍ଶନ ପାକିସ୍ତାନ ତୁଳନାରେ ବେଶ୍ ଆଟାକିଂ ଥିଲା। ମ୍ୟାଚ ଆରମ୍ଭରୁ ହିଁ ଜର୍ମାନୀ ଗୋଟିଏ ଗୋଲ ଦେଇ ଅଗ୍ରଣୀ ଲାଭ କରିଥିଲା। ଟିମର ୧୧ ନମ୍ବର ଜର୍ସି ପରିଧାନ କରିଥିବା ଷ୍ଟ୍ରାଇକର୍ ପଲ୍ ସ୍ମିଥ୍ ପ୍ରଥମ ମିନିଟରେ ଫିଲ୍ଡ ଗୋଲ ସ୍କୋର କରି ନିଜ ଟିମକୁ ୧-୦ରେ ଆଗୁଆ କରାଇଥିଲେ। ଏହା ପରେ ପ୍ରଥମ କ୍ୱାର୍ଟରର ଠିକ୍ ପୂର୍ବରୁ ଅର୍ଥାତ୍ ୧୪ ମିନିଟରେ ଜର୍ମାନୀକୁ ଦ୍ୱିତୀୟ ସଫଳତା ଦେଇଥିଲେ ରବର୍ଟ ଡକ୍ସଚିର୍।

ପ୍ରଥମ କ୍ୱାର୍ଟରରେ ନିରାଶ କରିଥିବା ପାକିସ୍ତାନ ଦ୍ୱିତୀୟ କ୍ୱାର୍ଟରରେ ଦମ୍ ଦେଖାଇଥିଲା। କ୍ୱାର୍ଟରର ପ୍ରଥମ ତିନି ମିନିଟ୍‌ ଅର୍ଥାତ ମ୍ୟାଚର ଅଷ୍ଟାଦଶ ମିନିଟରେ ପାକିସ୍ତାନ ତାର ପ୍ରଥମ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ଦଳର ୯ ନମ୍ବର ଜର୍ସି ପରିଧାନ କରିଥିବା ଶାହିଦ ଅବଦୁଲ ଫିଲ୍ଡ ଗୋଲ ଦେଇ ସ୍କୋରକୁ ୧-୨ରେ ପହଞ୍ଚାଇଥିଲେ। ତେବେ ଜର୍ମାନୀ ପ୍ରତିଆକ୍ରମଣ କରି ଗୋଟିଏ ମିନିଟ୍ ଭିତରେ ଗୋଲର ଭରଣା କରିଦେଇଥିଲେ। ୧୯ଶ ମିନିଟରେ ମ୍ୟାକ୍ସିମିଲିଆନ୍ ଫିଲ୍ଡ ଏହି ଗୋଲ ଦେଇଥିବା ବେଳେ ୨୨ତମ ମିନିଟରେ ଜର୍ମାନୀ ପାଇଁ ଚତୁର୍ଥ ଗୋଲ ସ୍କୋର କରିଥିଲେ ୮ ନମ୍ବର ଜର୍ସି ପିନ୍ଧିଥିବା ବେନେଡିକ୍ଟ ଶ୍ୱାର୍ଜହପ୍ଟ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଜର୍ମାନୀ ୪-୧ ଗୋଲରେ ଆଗୁଆ ଥିଲା।

Advertisment

ପାର୍ଶ୍ଵ ପରିବର୍ତ୍ତନ କରିବା ପରେ ତୃତୀୟ କ୍ୱାର୍ଟର ଖେଳରେ ଉଭୟ ଦଳ ଆଟାକିଂ ମୁଡରେ ଖେଳିଥିଲେ ସୁଦ୍ଧା କିଏ କାହାରୀକୁ ଗୋଲ ଦେବାକୁ ସକ୍ଷମ ହୋଇ ପାରିନଥିଲେ। ମ୍ୟାଚର ଶେଷ ତଥା ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ କରିବାକୁ ସକ୍ଷମ ହୋଇଥିଲେ। ମ୍ୟାଚର ୪୯ତମ ମିନିଟରେ ପାକିସ୍ତାନର ୧୮ ନମ୍ବର ଜର୍ସି ପରିଧାନ କରିଥିବା ଖେଳାଳି ରୁମାନ ଖାନ ଫିଲ୍ଡ ଗୋଲ ଦେଇଥିଲେ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଏହାର ୬ ମିନିଟ୍ ବ୍ୟବଧାନରେ ଅର୍ଥାତ୍ ୫୪ତମ ମିନିଟରେ ଜର୍ମାନୀ ପାଇଁ ପଞ୍ଚମ ଗୋଲ ଦେଇଥିଲେ ରବର୍ଟ ଡକ୍ସଚିର୍। ଏହା ଥିଲା ଉକ୍ତ ମ୍ୟାଚର ତାଙ୍କର ଦ୍ୱିତୀୟ ଗୋଲ।

ପୋଲାଣ୍ଡର କଷ୍ଟସାଧ୍ୟ ବିଜୟ

ଆଜି ଖେଳାଯାଇଥିବା ଗ୍ରୁପ୍-ବି’ର ଏକ ମ୍ୟାଚରେ ପୋଲାଣ୍ଡର ସାମ୍ନା କାନାଡା ସହ ହୋଇଥିଲା। ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ କ୍ୱାର୍ଟରରେ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଉଭୟଙ୍କ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। ହେଲେ ଏହି କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ଗୋଲଶୂନ୍ୟ ରହିଥିଲେ। ଏହାର ଭିତରେ ଉଭୟ ଦଳଙ୍କୁ ଦୁଇଟି ଲେଖାଏ ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ସୁଦ୍ଧା ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ।

ଦ୍ୱିତୀୟାର୍ଦ୍ଧରେ ପୋଲାଣ୍ଡ ଆରମ୍ଭରୁ ଆଟାକ୍ କରିଥିଲା। ଆଉ ଏହାର ପରିଣାମ ମଧ୍ୟ ଟିମକୁ ମିଳିଥିଲା। ମ୍ୟାଚର ୩୪ତମ ମିନିଟରେ ଏରିକ୍ ବେମ୍ବେନେକ୍ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ଏଥିସହ ସେ ପୋଲାଣ୍ଡ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଥିଲା। ଶେଷ କ୍ୱାର୍ଟରରେ ଉଭୟ ଦଳ ଗୋଲ ଦେବାକୁ ପ୍ରୟାସ କରିଥିଲେ ହେଁ, ଏଥିରେ କେହି ସଫଳ ହୋଇନଥିଲେ। ଏହି ମ୍ୟାଚରେ ସମ୍ମାନିତ ଅତିଥି ଭାବେ ଯୋଗ ଆଥଲେଟ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଯୋଗ ଦେଇ ଖେଳାଳି ଓ ରେଫରୀଙ୍କ ସହ ପରିଚିତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe