Advertisment

ଟୋକିଓ ଅଲିମ୍ପିକ୍ସ: ପୁଣି ହାରିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ଅଲିମ୍ପିକ୍ସ ୨୦୨୦ରେ ଭାରତୀୟ ମହିଳା ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଠାରୁ ଶୋଚନୀୟ ଭାବେ ୫-୧ରେ ହାରିଥିବା ରାଣୀ ରାମପଲଙ୍କ ଭାରତୀୟ ଟିମ୍‌ ଆଜି ଜର୍ମାନୀ ବିରୋଧରେ ସମାନ ଦଶା ଭୋଗିଛି। ଆଜି ମ୍ୟାଚ୍‌ରେ ଭାରତକୁ ଜର୍ମାନୀ ୨-୦ରେ ହରାଇ ଦେଇଛି। ପୂରା ମ୍ୟାଚ୍‌ରେ ଭାରତ ଗୋଲ କରିବାକୁ ଏକାଧିକ ସୁଯୋଗ ପାଇଥିଲା। ହେଲେ କୌଣସି ଥିରେ ମଧ୍ୟ ସଫଳତା ହାସଲ କରିପାରି ନଥିଲା। ଏପରି କି ପେନାଲ୍ଟି […]

author-image
Hemant Lenka
ଟୋକିଓ ଅଲିମ୍ପିକ୍ସ: ପୁଣି ହାରିଲା ଭାରତୀୟ ମହିଳା ହକି ଦଳ

Hockey

ଟୋକିଓ: ଅଲିମ୍ପିକ୍ସ ୨୦୨୦ରେ ଭାରତୀୟ ମହିଳା ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଠାରୁ ଶୋଚନୀୟ ଭାବେ ୫-୧ରେ ହାରିଥିବା ରାଣୀ ରାମପଲଙ୍କ ଭାରତୀୟ ଟିମ୍‌ ଆଜି ଜର୍ମାନୀ ବିରୋଧରେ ସମାନ ଦଶା ଭୋଗିଛି।

Advertisment

ଆଜି ମ୍ୟାଚ୍‌ରେ ଭାରତକୁ ଜର୍ମାନୀ ୨-୦ରେ ହରାଇ ଦେଇଛି। ପୂରା ମ୍ୟାଚ୍‌ରେ ଭାରତ ଗୋଲ କରିବାକୁ ଏକାଧିକ ସୁଯୋଗ ପାଇଥିଲା। ହେଲେ କୌଣସି ଥିରେ ମଧ୍ୟ ସଫଳତା ହାସଲ କରିପାରି ନଥିଲା। ଏପରି କି ପେନାଲ୍ଟି ଷ୍ଟ୍ରୋକକୁ ମଧ୍ୟ ଦଳ ଗୋଲରେ ପରିଣତ କରିପାରି ନଥିଲା।

ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ହାରିଥିବାରୁ ଆଜିର ମ୍ୟାଚ୍‌ରେ କମବ୍ୟାକ୍‌ କରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ମ୍ୟାଚ୍‌ ଆରମ୍ଭରୁ ଜର୍ମାନୀ ତା’ର ଦବଦବା ଦେଖାଇଥିଲା। ଆଟାକ ପରେ ଆଟାକ କରିବାରୁ ପ୍ରଥମ କ୍ୱାର୍ଟର ତଥା ମ୍ୟାଚ୍‌ର ୧୨ତମ ମିନିଟ୍‌ରେ ଦଳକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା।

Advertisment

ଏହାକୁ ଅଧିନାୟକ ନାଇକ ଲୋରେଞ୍ଜ ଗୋଲରେ ପରିଣତ କରି ଜର୍ମାନୀକୁ ୧-୦ରେ ଆଗୁଆ କରି ଦେଇଥିଲେ। ୨୧ତମ ମିନିଟ୍‌ରେ ଜର୍ମାନୀକୁ ପୁଣି ଗୋଟିଏ ପିସି(ପେନାଲ୍ଟି କର୍ଣ୍ଣର) ମିଳିଥିଲା। ହେଲେ ଏହାକୁ ଭାରତର ଗୋଲ କିପର ସବିତା ଅଟକାଇ ଦେଇ ବଡ଼ ବିପଦ ଟାଳି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୧-୦ ରହିଥିଲା।

ଦ୍ୱିତୀୟ ହାଫରେ ଭାରତ ତା’ର ଗିୟର ବଦଳାଇ ଥିଲା। ଏହାର ଫାଇଦା ମଧ୍ୟ ଦଳକୁ ୩୨ତମ ମିନିଟ୍‌ରେ ପିସି ଆକାରରେ ମିଳିଥିଲା। ଏହାକୁ ଜର୍ମାନୀ ଫରୱାର୍ଡ ଲିସା ଅଲ୍ଟେନବର୍ଗ ଅଟକାଇ ଦେବାରୁ ଭାରତକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା।

ଗୋଲ କରିବାରେ ଏହାଠାରୁ ଆଉ ସୁବର୍ଣ୍ଣ ସୁଯୋଗ କିଛି ନଥିଲା। ହେଲେ ଭାରତର ଗୁରଜିତ କୌର ଏହି ସୁବର୍ଣ୍ଣ ସୁଯୋଗକୁ ହାତ ଛଡ଼ା କରିଥିଲେ। ଏହାର ପରିଣାମ ମଧ୍ୟ ଦଳକୁ ଭୋଗିବାକୁ ପଡ଼ିଥିଲା। ଜର୍ମାନୀ କାଉଣ୍ଟର ଆଟାକ କରି ୩୫ତମ ମିନିଟ୍‌ରେ ଆଉ ଗୋଟିଏ ଗୋଲ ସ୍କୋର କରିଥିଲା। ଫଳରେ ସ୍ଥିତି ୨-୦ ହୋଇ ଯାଇଥିଲା।

୩୮ତମ ମିନିଟରେ ଭାରତକୁ ଗୋଲ ସ୍କୋର କରିବାକୁ ସୁଯୋଗ ମିଳିଥିଲେ ହେଁ ବନ୍ଦନା ଏହାର ଫାଇଦା ଉଠାଇବାରେ ସଫଳ ହୋଇ ନଥିଲେ। ସେ ବଲ୍‌କୁ ଚମତ୍କାର ଢଙ୍ଗରେ ହିଟ୍ କରିଥିଲେ ହେଁ ଏହାକୁ ଜର୍ମାନୀ ଗୋଲ କିପର ସୋନଟାଗ ଅଟକାଇ ଦେଇଥିଲେ।

୪ର୍ଥ କ୍ୱାର୍ଟରେ ଭାରତ ଗୋଲ ପରିଶୋଧ କରିବାକୁ ଅନେକ ଚେଷ୍ଟା କରିଥିଲା। ହେଲେ ଭାରତ ସବୁ ଉଦ୍ୟମରେ ଜର୍ମାନୀ ପାଣି ପକାଇ ଦେଇଥିଲା। ଶେଷରେ ଦଳକୁ ୦-୨ରେ ହାରିବାକୁ ପଡ଼ିଥିଲା।

Tokyo Olympics