Advertisment

ସୁଟଆଉଟରେ ହାରିଲା ସ୍ପେନ୍, ସେମିରେ ପହଞ୍ଚିଲା ଜର୍ମାନୀ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପର ପ୍ରଥମ ଦଳ ଭାବେ ଜର୍ମାନୀ ସେମି ଫାଇନାଲ ଟିକେଟ୍ କାଟିଛି। ଆଜି ଖେଳା ଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ସ୍ପେନକୁ ସୁଟଆଉଟରେ ହରାଇ ସେମିରେ ପହଞ୍ଚିଛି ଜର୍ମାନୀ। ଦୁଇ ଦଳ ମଧ୍ୟରେ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ ଅତି ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ହେଲେ ଶୁଟଆଉଟରେ ବାଜି […]

ଅଦ୍ୟତନ ହୋଇଛି
ସୁଟଆଉଟରେ ହାରିଲା ସ୍ପେନ୍, ସେମିରେ ପହଞ୍ଚିଲା ଜର୍ମାନୀ

hockey

Advertisment

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପର ପ୍ରଥମ ଦଳ ଭାବେ ଜର୍ମାନୀ ସେମି ଫାଇନାଲ ଟିକେଟ୍ କାଟିଛି। ଆଜି ଖେଳା ଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ସ୍ପେନକୁ ସୁଟଆଉଟରେ ହରାଇ ସେମିରେ ପହଞ୍ଚିଛି ଜର୍ମାନୀ। ଦୁଇ ଦଳ ମଧ୍ୟରେ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ ଅତି ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ହେଲେ ଶୁଟଆଉଟରେ ବାଜି ମାରିନେଇଛି ଜମାର୍ନୀ।

Advertisment

ପ୍ରଥମ କ୍ୱାର୍ଟରର ୫ମ ମିନିଟରେ ଜର୍ମାନୀ ପ୍ରଥମ ଗୋଲଦେଇ ସ୍ପେନ ଉପରେ ଚାପ ସୃଷ୍ଟି କରିଥିଲା। ପେନାଲଟି ଷ୍ଟ୍ରୋକ ଜରିଆରେ ଖ୍ରୀଷ୍ଟୋଫର କୁଟ୍ଟର ଏହି ଗୋଲ କରି ଖେଳାଳିଙ୍କ ମନୋବଳ ଦୃଢ଼ କରାଇଥିଲେ। ତେବେ ୬ ମିନିଟ୍ ବ୍ୟବଧାନରେ ଅର୍ଥାତ ମ୍ୟାଚର ୧୧ଶ ମିନିଟରେ ଏକ ପେନାଲଟି କର୍ଣ୍ଣରର ସୁଯୋଗ ନେଇ ସ୍ପେନ ଖେଳାଳି ଇଗ୍ନାସିଓ ଆବାଜୋ ଗୋଲ ସ୍କୋର କରି ମ୍ୟାଚକୁ ୧-୧ ଗୋଲରେ ସମାନ ସ୍ଥିତିକୁ ଆଣିଥିଲେ।

ଦ୍ୱିତୀୟ କ୍ୱାର୍ଟର ଏବଂ ତୃତୀୟ କ୍ୱାର୍ଟର ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେଲା। ଏହାରି ଭିତରେ ଉଭୟ ଦଳକୁ ପେନାଲଟି କର୍ଣ୍ଣରର ଏକାଧିକ ସୁଯୋଗ ମଧ୍ୟ ମିଳିଲା। କିନ୍ତୁ କେହି କାହାରିକୁ ଗୋଲ ଦେବାରେ ସଫଳ ହୋଇନଥିଲେ।

Advertisment

https://twitter.com/FIH_Hockey/status/1465944023554830345?s=20

ଶେଷ କ୍ୱାର୍ଟରର ଶେଷ ମିନିଟରେ ଅର୍ଥାତ ୫୯ମିନିଟରେ ଜର୍ମାନୀର ଡିଫେନ୍ସକୁ ଚକମା ଦେଇ ସ୍ପେନୀୟ ଖେଳାଳି ଏଡୁଆର୍ଡ ଡି ଇଗନାସିଓ-ସିମୋ ଫିଲ୍ଡ ଗୋଲ ଦେଇ ଦଳ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏଥିସହ ସ୍ପେନ୍ ୨-୧ରେ ଆଗୁଆ ହୋଇଥିଲା। ଜର୍ମାନୀ ମଧ୍ୟ ହାର ମାନି ନଥିଲା। ୬୦ତମ ମିନିଟରେ ପେନାଲଟି କର୍ଣ୍ଣରର ଭରପୂର ଫାଇଦା ଉଠାଇ ମାସି ଫାଣ୍ଡ ଗୋଲରେ ପରିଣତ କରି ମୁକାବିଲାକୁ ୨-୨ ଗୋଲରେ ବରାବର କରିଥିଲେ। ଏହା ପରେ ଫାଇନାଲ୍ ହୁଇସିଲ୍ ବାସିଲା ବେଳକୁ ମ୍ୟାଚ୍ ଡ୍ର’ ରହିଥିଲା।

ମ୍ୟାଚର ଫଲାଫଳ ପାଇଁ ସୁଟ ଆଉଟର ସହାୟତା ନିଆ ଯାଇଥିଲା। ଉଭୟ ଦଳକୁ ୪ଟି ଲେଖାଏ ଗୋଲ କରିବାକୁ ସୁଯୋଗ ଦିଆ ଯାଇଥିଲା। ସୁଟ ଆଉଟ୍ ପାଇଁ ଜର୍ମାନୀ ନେଇଥିବା ୪ଜଣଙ୍କ ମଧ୍ୟରୁ ମାଇକେଲ ଷ୍ଟ୍ରୁଥପ୍, ହାନେସ ମୁଲର ଏବଂ ପଲ୍ ସ୍ମିଥ ଆଦି ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ସେହିପରି ସ୍ପେନ ନେଇଥିବା ୪ଜଣଙ୍କ ମଧ୍ୟରୁ ଗେରାର୍ଡ କ୍ଲେପ୍ସ ଏକମାତ୍ର ଖେଳାଳି ଭାବେ ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ଫଳରେ ଜର୍ମାନୀ ସୁଟ ଆଉଟ ଜରିଆରେ ୩-୧ ଗୋଲରେ ଜିତି ସେମି ଫାଇନାଲ୍ ଟିକେଟ ଛଡାଇ ନେଲା।

Hockey Men's Junior World Cup Bhubaneswar 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe