Advertisment

ବେଲଜିୟମ ଓ ଜର୍ମାନୀ ମଧ୍ୟରେ କଡ଼ା ଟକ୍କର, ମ୍ୟାଚ୍‌ ୨-୨ରେ ଡ୍ର

ଭୁବନେଶ୍ୱର: ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମକୁ ଚଳିତ ହକି ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରେ କଡ଼ା ଟକ୍କର ଦେଇଛି ଜର୍ମାନୀ। ଦୁଇ ଟିମ୍‌ର ଆଟାକ ଓ କାଉଣ୍ଟର ଆଟାକ ଦେଖିଛି ପୂରା ବିଶ୍ୱ। କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକମାନେ ମଧ୍ୟ ମ୍ୟାଚ୍‌ର ଭରପୂର ମଜା ଉଠାଇଛନ୍ତି। ମ୍ୟାଚ୍‌ ୨-୨ରେ ଡ୍ର ରହିଥିଲେ ମଧ୍ୟ ବିଶ୍ୱକପର ସବୁଠାରୁ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ମିଳିଛି। ବେଲଜିୟମ ପାଇଁ କେଡ୍ରିଚ୍‌ ଚାରଲିଇର ପ୍ରଥମ କ୍ୱାର୍ଟରେ ଗୋଲ କରିଥିବା ବେଳେ ଜର୍ମାନୀ ପାଇଁ ଦ୍ୱିତୀୟ […]

author-image
Hemant Lenka
ବେଲଜିୟମ ଓ ଜର୍ମାନୀ ମଧ୍ୟରେ କଡ଼ା ଟକ୍କର, ମ୍ୟାଚ୍‌ ୨-୨ରେ ଡ୍ର

germany

ଭୁବନେଶ୍ୱର: ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମକୁ ଚଳିତ ହକି ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରେ କଡ଼ା ଟକ୍କର ଦେଇଛି ଜର୍ମାନୀ। ଦୁଇ ଟିମ୍‌ର ଆଟାକ ଓ କାଉଣ୍ଟର ଆଟାକ ଦେଖିଛି ପୂରା ବିଶ୍ୱ। କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକମାନେ ମଧ୍ୟ ମ୍ୟାଚ୍‌ର ଭରପୂର ମଜା ଉଠାଇଛନ୍ତି। ମ୍ୟାଚ୍‌ ୨-୨ରେ ଡ୍ର ରହିଥିଲେ ମଧ୍ୟ ବିଶ୍ୱକପର ସବୁଠାରୁ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ମିଳିଛି।

Advertisment

ବେଲଜିୟମ ପାଇଁ କେଡ୍ରିଚ୍‌ ଚାରଲିଇର ପ୍ରଥମ କ୍ୱାର୍ଟରେ ଗୋଲ କରିଥିବା ବେଳେ ଜର୍ମାନୀ ପାଇଁ ଦ୍ୱିତୀୟ କ୍ୱାର୍ଟରରେ ୱେଲ୍ଲେନ ନିକଲାସ ସ୍କୋର କରିଥିଲେ। ୪ର୍ଥ କ୍ୱାର୍ଟରରେ ଟମ ଗ୍ରାମବୁଶ ଗୋଲ ଦେଇ ଜର୍ମାନୀକୁ ୨-୧ରେ ଆଗକୁ କରି ଦେଥିଲେ। କିନ୍ତୁ ଡିଫେଣ୍ଡିଂ ଚାମ୍ପିୟନ ପାଇଁ ଶେଷ ସମୟରେ ଭିକ୍ଟୋର ୱେଗନେଜ ଗୋଲ ଦେଇ ମ୍ୟାଚ୍‌କୁ ଡ୍ର ରଖିବାକୁ ସକ୍ଷମ ହୋଇଥିଲେ।

କଳିଙ୍ଗ ଷ୍ଟାଡିୟମରେ ଆଜି ଦୁଇ ଥର ହକି ବିଶ୍ୱକପ ଜିତିଥିବା ଜର୍ମାନୀ ଓ ୨୦୧୮ରେ ବିଶ୍ୱକପ ଜିତିଥିବା ବେଲଜିୟମ ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍‌ ଆରମ୍ଭରୁ ହିଁ ଆଟାକ ଓ କାଉଣ୍ଟର ଆଟାକ ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟରର ଶେଷ ହେବାକୁ କିଛି ମିନିଟ ଥିବା ବେଳେ ବେଲଜିୟମ ପାଇଁ କେଡ୍ରିଚ୍‌ ଗୋଲ ଦେଇ ସ୍ଥିତିକୁ ୧-୦ କରି ଦେଇଥିଲେ।

Advertisment

ଦ୍ୱିତୀୟ କ୍ୱାର୍ଟରର ପ୍ରଥମ ୬ ମିନିଟ ଦୁଇ ଦଳ ବେଶ ସତର୍କତାର ସହ ଖେଳିଥିଲେ। ଏହାପରେ ଜର୍ମାନୀକୁ ଗୋଲ କରିବାର ସୁଯୋଗ ମିଳିଥିଲା। କିନ୍ତୁ ଦଳ ସୁନ୍ଦର ସୁଯୋଗକୁ ହାତ ଛଡ଼ା କରିଥିଲା। ତେବେ ସୁଯୋଗ ହାତ ଛଡ଼ା କରିବାର ମାତ୍ର କିଛି ମିନିଟ ପରେ ନିକଲାସ ବେଶ ଚମତ୍କାର ଢଙ୍ଗରେ ଗୋଲ କରି ସ୍ଥିତି ୧-୧ କରି ଦେଇଥିଲେ। ହାଫ ଟାଇମ ସୁଦ୍ଧା ଜର୍ମାନୀ ୧ ଓ ବେଲଜିୟମ ୧ ରହିଥିଲା।

ତୃତୀୟ କ୍ୱାର୍ଟରରେ ବେଲଜିୟମକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲା ଏହାକୁ ହେଣ୍ଡରିକ୍ସ ଗୋଲରେ ପରିଣତ କରିପାରି ନଥିଲେ। ଟମ ବୁନଙ୍କୁ କାର୍ଡ ମଧ୍ୟ ମିଳିଥିଲା। ତୃତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା। ୪ର୍ଥ କ୍ୱାର୍ଟରେ ଜର୍ମାନୀ ପାଇଁ ଟମ ଗ୍ରାମବୁଶ ଗୋଲ ଦେଇ ପ୍ରଥମଥର ପାଇଁ ମ୍ୟାଚ୍‌ରେ ଦଳକୁ ଅଗ୍ରଣୀ ଦେଇଥିଲେ। ହେଲେ ଏହି ଲିଡ୍‌କୁ ଦଳ ବେଶୀ ସମୟ କାଏମ ରଖି ପାରି ନଥିଲା। ଏସବୁ ଭିତରେ ଜର୍ମାନୀର ପ୍ରିଞ୍ଜଙ୍କୁ ଗ୍ରୀନ କାର୍ଡ ମିଳିଥିଲା। ଫଳରେ ଦଳ ୨ ମିନିଟ ପାଇଁ ୧୦ ଖେଳାଳିଙ୍କୁ ନେଇ ଖେଳିଥିଲା।

ଏହାର ଫାଇଦା ଉଠାଇ ବିଶ୍ୱର ୨ନଂର ଦଳ ବେଲଜିୟମ ଘନଘନ ଆକ୍ରମଣ କରଥିଲା। ମ୍ୟାଚ୍‌ ସରିବାକୁ ୫ ମିନିଟ ସମୟ ଥିବା ବେଳେ ବେଲଜିମୟ ପାଇଁ ଭିକ୍ଟୋର ଚମତ୍କାର ଗୋଲ ଦେଇଥିଲେ। ଫଳରେ ସ୍ଥିତି ୨-୨ ହୋଇଯାଇଥିଲା। ଏହାପରେ ମଧ୍ୟ ବେଲଜିୟମକୁ ଆଉ ଗୋଟିଏ ଗୋଲ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ଜର୍ମାନୀ ଗୋଲ କିପର ଏହାକୁ ଅଟକା ଦେଇଥିଲେ। ଶେଷରେ ମ୍ୟାଚ୍‌ ୨-୨ରେ ଡ୍ର ରହିଥିଲା।