Advertisment

ହକି ବିଶ୍ୱକପ: ହରମନପ୍ରୀତ କ୍ୟାପ୍ଟେନ, ଓଡ଼ିଶାର ଅମିତ ରୋହିଦାସ ଉପ ଅଧିନାୟକ

ନୂଆଦିଲ୍ଲୀ: ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂହ। ସେହିପରି ତାଙ୍କ ଡେପୁଟି ଭାବେ ବିଶ୍ୱକପରେ କମାଣ ସମ୍ଭାଳିବେ ଓଡ଼ିଶାର ଅମିତ ରୋହିଦାସ। ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ ମିଡ୍‌ ଫିଲ୍ଡର ଭୂମିକାରେ ରହିବେ। ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପରେ ଭାରତ ଗ୍ରୁପ […]

ହକି ବିଶ୍ୱକପ: ହରମନପ୍ରୀତ କ୍ୟାପ୍ଟେନ, ଓଡ଼ିଶାର ଅମିତ ରୋହିଦାସ ଉପ ଅଧିନାୟକ

Hockey

Advertisment

ନୂଆଦିଲ୍ଲୀ: ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂହ। ସେହିପରି ତାଙ୍କ ଡେପୁଟି ଭାବେ ବିଶ୍ୱକପରେ କମାଣ ସମ୍ଭାଳିବେ ଓଡ଼ିଶାର ଅମିତ ରୋହିଦାସ। ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ ମିଡ୍‌ ଫିଲ୍ଡର ଭୂମିକାରେ ରହିବେ।

Advertisment

୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପରେ ଭାରତ ଗ୍ରୁପ ଡି’ରେ ରହିଛି। ଏହି ଗ୍ରୁପରେ ଭାରତ ସହ ଇଂଲଣ୍ତ, ସ୍ପେନ ଓ ୱେଲ୍ସ ରହିଛନ୍ତି। ଭାରତ ଜାନୁଆରୀ ୧୩ରେ ତା’ର ପ୍ରଥମ ମ୍ୟାଚ୍‌ ସ୍ପେନ ବିପକ୍ଷରେ ଖେଳିବ। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

୧୮ ଜଣିଆ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ବେଙ୍ଗାଲୁରୁରେ ଥିବା ସାଇ ସେଣ୍ଟରରେ ଟ୍ରାଏଲ ଶିବିର ଅନୁଷ୍ଠିତ ହୋଇଥିଲା। ମୋଟ ୩୩ ଜଣ ଖେଳାଳିଙ୍କ ମଧ୍ୟରୁ ୧୮ ଜଣଙ୍କୁ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଛି।

Advertisment

ଦଳରେ କ୍ରିଷ୍ଣ ବି ପାଠକ ଓ ଅଭିଜ୍ଞ ପିଆର ଶ୍ରୀଜେଶ ଗୋଲକିପର ଭାବେ ରହିଛନ୍ତି। ଶ୍ରୀଜେଶ ନିଜର ୪ର୍ଥ ବିଶ୍ୱକପ ଖେଳିବେ। ଦଳର ଡିଫେନ୍ସ ବାହିନୀର କମାଣ ଅଧିନାୟକ ହରମପ୍ରୀତ ସିଂହଙ୍କ ସମେତ ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ବରୁଣ କୁମାର, ଜରମନପ୍ରୀତ ସିଂହ ଓ ନୀଲମ ସଞ୍ଜୀପଙ୍କ ଉପରେ ରହିବ।

ମିଡଫିଲ୍ଡର ବିବେକ ସାଗର ପ୍ରସାଦ ଦଳକୁ କମବ୍ୟାକ କରିଛନ୍ତି। ଆହତ ଯୋଗୁ ସେ ଅଷ୍ଟ୍ରେଲିଆ ଟୁରରେ ଯାଇ ନଥିଲେ। ଏବେ ସେ ବିଶ୍ୱକପକ ପୂର୍ବରୁ ଦଳକୁ ଫେରିଛନ୍ତି। ତାଙ୍କ ବ୍ୟତୀତ ମିଡଫିଲ୍ଡର ଭାବେ ଦଳରେ ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ଶମଶେର ସିଂହ ଓ ଆକାଶଦୀପ ସିଂହ ରହିଛନ୍ତି।

ଫରୱାର୍ଡ ଲାଇନଅପରେ ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ ଓ ସୁଖଜୀତ ସିଂହ ରହିଛନ୍ତି। ରାଜକୁମାର ପାଲ ଓ ଜୁଗରାଜ ସିଂହ ସ୍କ୍ୱାଡରେ ଦୁଇ ଅଲଟରନେଟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି।

ଭାରତୀୟ ସ୍କ୍ୱାଡ

ଗୋଲକିପର: କ୍ରିଷ୍ଣ ବି ପାଠକ ଓ ପିଆର ଶ୍ରୀଜେଶ।

ଡିଫେଣ୍ଡର୍ସ:ହରମପ୍ରୀତ ସିଂହ, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ବରୁଣ କୁମାର, ଜରମନପ୍ରୀତ ସିଂହ ଓ ନୀଲମ ସଞ୍ଜୀପ।

ମିଡଫିଲ୍ଡର୍ସ:ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ଶମଶେର ସିଂହ ଓ ଆକାଶଦୀପ ସିଂହ।

ଫରୱାର୍ଡ: ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ ଓ ସୁଖଜୀତ ସିଂହ।

ଅଲ୍ଟରନେଟ ଖେଳାଳି: ରାଜକୁମାର ପାଲ ଓ ଜୁଗରାଜ ସିଂହ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe