ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ୪ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ୫ରୁ ୧୨ ତାରିଖ ଯାଏ ଖେଳାଯିବାକୁଥିବା ଡଙ୍ଗହାଇ ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ମହିଳା ହକି ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ଭେଟେରାନ୍ ଗୋଲକିପର ସବିତାଙ୍କୁ ଦାୟିତ୍ୱ ଦିଆଯାଇଛି। ନିୟମିତ କ୍ୟାପଟେନ୍ ରାଣୀ ରାମପଲଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ରାମ ଦିଆଯାଇଛି। ସେହିପରି ଏହି ସ୍କ୍ୱାଡରେ ଓଡ଼ିଶାର ଚାରି ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଅଲିମ୍ପିଆନ୍ ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ […]

india-hockey

india-hockey

Ranjit Kumar Jena
  • Published: Friday, 19 November 2021
  • Updated: 19 November 2021, 10:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ୫ରୁ ୧୨ ତାରିଖ ଯାଏ ଖେଳାଯିବାକୁଥିବା ଡଙ୍ଗହାଇ ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ମହିଳା ହକି ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ଭେଟେରାନ୍ ଗୋଲକିପର ସବିତାଙ୍କୁ ଦାୟିତ୍ୱ ଦିଆଯାଇଛି। ନିୟମିତ କ୍ୟାପଟେନ୍ ରାଣୀ ରାମପଲଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ରାମ ଦିଆଯାଇଛି।

ସେହିପରି ଏହି ସ୍କ୍ୱାଡରେ ଓଡ଼ିଶାର ଚାରି ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଅଲିମ୍ପିଆନ୍ ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ମାରିଆନା କୁଜୁର ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି। ପ୍ରଥମଥର ଲାଗି ସିନିୟର ଦଳରେ ମାରିଆନା କୁଜୁର ସ୍ଥାନ ହାସଲ କରିଛନ୍ତି। ସେହିପରି ସବିତାଙ୍କ ଡେପୁଟୀ ଭାବେ ଓଡ଼ିଶାର ଦୀପ୍ ଗ୍ରେସ ଏକ୍କା ଦାୟିତ୍ୱ ବହନ କରିବେ। ଟିମରେ ରଜନୀ ଏଟିମାର୍ପୁ, ଉଦିତା, ନିକ୍କି ପ୍ରଧାନ, ଗୁରଜିତ୍ କୌରଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ସାମିଲ୍ କରାଯାଇଛି।

ଆସନ୍ତା ଡିସେମ୍ବର ୫ ତାରିଖରେ ଭାରତ ତା'ର ପ୍ରଥମ ମ୍ୟାଚରେ ଥାଇଲ୍ୟାଣ୍ଡକୁ ଭେଟିବ। ଏହା ପରେ ୬ ତାରିଖରେ ମାଲେସିୟା, ୮ ତାରିଖରେ ଆୟୋଜକ ଓ ଡିଫେଣ୍ଡିଂ ଚାମ୍ପିୟନ୍ କୋରିଆକୁ ଭେଟିବ। ଡିସେମ୍ବର ୯ ତାରିଖରେ ଭାରତ ତା'ର ଚତୁର୍ଥ ମ୍ୟାଚରେ ଚାଇନା ଓ ୧୧ରେ ଜାପାନକୁ ଭେଟିବ। ଫାଇନାଲ୍ ମ୍ୟାଚ୍ ୧୨ ତାରିଖରେ ଖେଳାଯିବ।

ଭାରତୀୟ ଦଳ: ଗୋଲକିପର- ସବିତା (କ୍ୟାପଟେନ), ରଜନୀ ଏଟିମାର୍ପୁ; ଡିଫେଣ୍ଡର୍ସ- ଦୀପକ ଗ୍ରେସ୍ ଏକ୍କା (ଭାଇସ୍ କ୍ୟାପଟେନ୍), ଉଦିତା, ନିକ୍କି ପ୍ରଧାନ, ଗୁରଜିତ୍ କୌର; ମିଡଫିଲ୍ଡର୍ସ- ନିଶା, ସୁଶୀଲା ଚାନୁ, ନମିତା ଟପ୍ପୋ, ମୋନିକା, ନେହା, ଜ୍ୟୋତି, ଲିଲିମା ମିଞ୍ଜ; ଫରୱାର୍ଡ୍ସ- ନଭଦୀତ କୌର, ବନ୍ଦନା କଟାରିୟା, ରାଜୱିନ୍ଦର କୌର୍, ମାରିଆନା କୁଜୁର, ସୋନିକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story