Advertisment

ଏଫଆଇଏଚ୍ ପ୍ରୋ-ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷିତ, ଦୁଇ ଓଡ଼ିଆ ସାମିଲ୍

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ରୁ ୧୩ ତାରିଖ ଯାଏ ଦକ୍ଷିଣ ଆଫ୍ରିକା ଓ ଫ୍ରାନ୍ସ ବିପକ୍ଷ ଏଫଆଇଏଚ୍ ପ୍ରୋ-ଲିଗ୍ ହକି ମ୍ୟାଚ୍ ପାଇଁ ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ନେବେ ମନପ୍ରୀତ ସିଂହ। ତାଙ୍କ ଡେପୁଟୀ ଭାବେ ଡ୍ରାଗଫ୍ଲିକର ହରମନପ୍ରୀତ ସିଂହ ରହିଛନ୍ତି। ୨୦ ଜଣିଆ ଦଳରେ ଦୁଇ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ସେମାନେ ହେଲେ ଅମିତ୍ ରୋହିଦାସ ଓ ଶିଳାନନ୍ଦ ଲାକ୍ରା। ସ୍କ୍ୱାଡରେ ଦୁଇ ନୂଆ ମୁହଁ ଭାବେ […]

ଏଫଆଇଏଚ୍ ପ୍ରୋ-ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷିତ, ଦୁଇ ଓଡ଼ିଆ ସାମିଲ୍

hockey

Advertisment

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ରୁ ୧୩ ତାରିଖ ଯାଏ ଦକ୍ଷିଣ ଆଫ୍ରିକା ଓ ଫ୍ରାନ୍ସ ବିପକ୍ଷ ଏଫଆଇଏଚ୍ ପ୍ରୋ-ଲିଗ୍ ହକି ମ୍ୟାଚ୍ ପାଇଁ ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ନେବେ ମନପ୍ରୀତ ସିଂହ। ତାଙ୍କ ଡେପୁଟୀ ଭାବେ ଡ୍ରାଗଫ୍ଲିକର ହରମନପ୍ରୀତ ସିଂହ ରହିଛନ୍ତି। ୨୦ ଜଣିଆ ଦଳରେ ଦୁଇ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ସେମାନେ ହେଲେ ଅମିତ୍ ରୋହିଦାସ ଓ ଶିଳାନନ୍ଦ ଲାକ୍ରା।

Advertisment

ସ୍କ୍ୱାଡରେ ଦୁଇ ନୂଆ ମୁହଁ ଭାବେ ଡ୍ରାଗଫ୍ଲିକର ଯୁଗରାଜ ସିଂହ ଓ ଷ୍ଟ୍ରାଇକର୍ ଅଭିଷେକଙ୍କୁ ସାମିଲ୍ କରାଯାଇଛି। ଜାତୀୟ ସିନିୟର କ୍ୟାମ୍ପରେ ପ୍ରଥମଥର ଭାଗ ନେଇଥିବା ଯୁଗରାଜ ପ୍ରଥମ ହକି ଇଣ୍ଡିଆ ସିନିୟର ପୁରୁଷ ଇଣ୍ଟର ଡିପାର୍ଟମେଣ୍ଟ ଜାତୀୟ ଚାମ୍ପିୟନଶିପରେ ନିଜ ପ୍ରଦର୍ଶନ ବଳରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏହି ଚାମ୍ପିୟନଶିପରେ ସର୍ଭିସେସ୍ ସ୍ପୋର୍ଟ୍ସ କଣ୍ଟ୍ରୋଲ୍ ବୋର୍ଡ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

୨୦ ଜଣିଆ ଦଳରେ ଷ୍ଟାର୍ ଗୋଲକିପର ପିଆର ଶ୍ରୀଜେଶ ଓ କ୍ରିଷନ ବାହାଦୂର ପାଠକଙ୍କୁ ସାମିଲ୍ କରାଯାଇଛି। ସେହିପରି ହରମନପ୍ରୀତ, ଅମିତ୍ ରୋହିଦାସ, ସୁରେନ୍ଦ୍ର କୁମାର, ବରୁଣ କୁମାର, ଜର୍ମନପ୍ରୀତ ସିଂହ ଓ ଯୁଗରାଜଙ୍କ ଭଳି ମଜଭୁତ୍ ଡିଫେଣ୍ଡର ଟିମରେ ସ୍ଥାନ ପାଇଛନ୍ତି। ମିଡଫିଲ୍ଡରେ ମନପ୍ରୀତଙ୍କ ବ୍ୟତୀନ ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂହ, ଯଶକରନ ସିଂହ, ଶମଶେର୍ ସିଂହ ଓ ବିବେକ ସାଗର ପ୍ରସାଦ ରହିଛନ୍ତି।

Advertisment

ଭାରତୀୟ ଦଳ ଫେବୃଆରୀ ୪ ତାରିଖରେ ବେଙ୍ଗାଲୁରୁରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବ। ଫେବୃଆରୀ ୮ରେ ଭାରତ ତା’ର ପ୍ରଥମ ମ୍ୟାଚରେ ଫ୍ରାନ୍ସକୁ ଭେଟିବ। ୯ ତାରିଖରେ ଭାରତର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହେବ। ଏହା ପରେ ଭାରତ ପୁଣି ୧୨ ତାରିଖରେ ଫ୍ରାନ୍ସ ଏବଂ ୧୩ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସମସ୍ତ ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ପୋଚେଷ୍ଟ୍ରୁମରେ ଖେଳାଯିବ।

ଭାରତୀୟ ପୁରୁଷ ହକି ସ୍କ୍ୱାଡ

ଗୋଲକିପର: ପିଆର୍ ଶ୍ରୀଜେଶ, କ୍ରିଷନ ବାହାଦୂର ପାଠକ।

ଡିଫେଣ୍ଡର୍ସ: ହରମନପ୍ରୀତ ସିଂହ (ଭାଇସ୍-କ୍ୟାପଟେନ), ଅମିତ୍ ରୋହିଦାସ, ସୁରେନ୍ଦ୍ର କୁମାର, ବରୁଣ କୁମାର, ଜର୍ମନପ୍ରୀତ ସିଂହ, ଯୁଗରାଜ ସିଂହ।

ମିଡଫିଲ୍ଡର୍ସ: ମନପ୍ରୀତ ସିଂହ (କ୍ୟାପଟେନ୍), ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ଶର୍ମା, ଯଶକରନ ସିଂହ, ଶମଶେର ସିଂହ, ବିବେକ ସାଗର ପ୍ରସାଦ।

ଫରୱାର୍ଡ୍ସ: ମନଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ, ଆକାଶଦୀପ ସିଂହ, ଶିଳାନନ୍ଦ ଲାକ୍ରର, ଦିଲପ୍ରୀତ ସିଂହ, ଅଭିଷେକ।

ଷ୍ଟାଣ୍ଡବାଇ: ସୂରଜ କେର୍କେରା, ମନଦୀପ ମୋର୍, ରାଜ୍ କୁମାର ପାଲ୍, ସୁମିତ୍, ଗୁରସାହିବଜିତ୍ ସିଂହ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe