ୟୁକେକୁ ହକି ଇଣ୍ଡିଆର କଡ଼ା ଜବାବ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବନି ଭାରତୀୟ ହକି ଟିମ୍

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତରେ ହେବାକୁଥିବା ଜୁନିୟର ପୁରୁଷ ହକି ବିଶ୍ୱକପକୁ ଇଂଲଣ୍ଡ ତା’ର ଦଳ ପଠାଇବାକୁ ମନା କରିଦେଇଛି। ତେବେ ଏହାର ୪୮ ଘଣ୍ଟା ଭିତରେ ହିଁ ଭାରତୀୟ ହକି ଟିମ୍ ବଡ଼ ପଦକ୍ଷେପ ନେଇଛି। ଆସନ୍ତାବର୍ଷ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ମନା କରିଦେଇଛି ଭାରତୀୟ ହକି ଟିମ୍। ୟୁକେରେ କରୋନା ମାମଲା ବଢ଼ିବା ସାଙ୍ଗକୁ ସେଠାକାର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପୁରୁଷ ଓ ମହିଳା ଟିମ୍ […]

indian-hockey-team

Ranjit Kumar Jena
  • Published: Tuesday, 05 October 2021
  • , Updated: 05 October 2021, 09:06 PM IST

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତରେ ହେବାକୁଥିବା ଜୁନିୟର ପୁରୁଷ ହକି ବିଶ୍ୱକପକୁ ଇଂଲଣ୍ଡ ତା’ର ଦଳ ପଠାଇବାକୁ ମନା କରିଦେଇଛି। ତେବେ ଏହାର ୪୮ ଘଣ୍ଟା ଭିତରେ ହିଁ ଭାରତୀୟ ହକି ଟିମ୍ ବଡ଼ ପଦକ୍ଷେପ ନେଇଛି। ଆସନ୍ତାବର୍ଷ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ମନା କରିଦେଇଛି ଭାରତୀୟ ହକି ଟିମ୍। ୟୁକେରେ କରୋନା ମାମଲା ବଢ଼ିବା ସାଙ୍ଗକୁ ସେଠାକାର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପୁରୁଷ ଓ ମହିଳା ଟିମ୍ ଏହି ସମ୍ମାନଜନକ କ୍ରୀଡ଼ାରୁ ନାଁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

ହକି ଇଣ୍ଡିଆ ମଙ୍ଗଳବାର ଏକ ବିବୃତ୍ତି ଜାରି କରି ଲେଖିଛି ଯେ ପୂରା ୟୁରୋପିଆନ୍ ଦେଶ ଗୁଡ଼ିକ ମଧ୍ୟରେ ଇଂଲଣ୍ଡ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ସେଠାରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆମେ ଭାଗ ନେଇପାରିବୁ ନାହିଁ। ଏଠାରେ କହିରଖୁଛୁ ଯେ ଇଂଲଣ୍ଡ ଭାରତୀୟଙ୍କ ପାଇଁ ୧୦ ଦିନର କ୍ୱାରେଣ୍ଟାଇନ୍ ପିରିୟଡ୍ ନିର୍ଦ୍ଧାରିତ କରିଛି, ଯାହା ପରେ ଭାରତୀୟ ଟିମ୍ ଏହି ନିଷ୍ପତ୍ତି ନେଇଛି।

ହକି ଇଣ୍ଡିଆ ସ୍ପଷ୍ଟ କରିଛି ଯେ ଭାରତୀୟ ଟିମ୍ ଏବେ ଏସିଆନ୍ ଗେମ୍ସ ଉପରେ ପୂରା ଫୋକସ୍ କରୁଛି, ଯାହା ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସର ପ୍ରସ୍ତୁତି ପାଇଁ ମହତ୍ତ୍ୱପୂର୍ଣ୍ଣ କୁହାଯାଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆସନ୍ତାବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ଯାଏ ୟୁକେରେ ଖେଳାଯିବ। ଏହାର କିଛି ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୧୦ରୁ ୨୫ ତାରିଖ ଯାଏ ଏସିଆନ୍ ଗେମ୍ସ ଆୟୋଜିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସ ଭିତରେ ମାତ୍ର ୩୨ ଦିନର ବ୍ୟବଧାନ ରହୁଛି। ତେଣୁ ଭାରତୀୟ ହକି ଟିମ୍ ତା’ର ଖେଳାଳିମାନଙ୍କୁ ବ୍ରିଟେନ୍ ପଠାଇ କୌଣସି ରିସ୍କ ଉଠାଇବାକୁ ଚାହୁଁନାହିଁ।

https://twitter.com/ANI/status/1445387411874357250?s=20

ନିକଟରେ ଭାରତର କୋଭିଡ୍-୧୯ ଟିକାକରଣ ସାର୍ଟିଫିକେଟକୁ ମାନ୍ୟତା ଦେବାକୁ ବ୍ରିଟେନ୍ ମନା କରିଦେଇଥିଲା। ଯାହା ପରେ ଇଂଲଣ୍ଡରୁ ଆସୁଥିବା ଯାତ୍ରୀଙ୍କର ପୂର୍ଣ୍ଣ ସାର୍ଟିଫିକେଟ୍ ଥିବା ସତ୍ତ୍ୱେ ସେମାନଙ୍କ ପାଇଁ ୧୦ ଦିନର କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରିଥିଲା ଭାରତ। ଭାରତର ଏହି ନିଷ୍ପତ୍ତି ପରେ ଆସନ୍ତା ମାସରେ ଓଡ଼ିଶାରେ ଆରମ୍ଭ ହେବାକୁଥିବା ଜୁନିୟର ପୁରୁଷ ହକି ବିଶ୍ୱକପରୁ ଇଂଲଣ୍ଡ ନାଁ ପ୍ରତ୍ୟାହାର କରିନେଇଛି। ଏବେ ଇଂଲଣ୍ଡ ଜୁନିୟର ଟିମର ଏହି ନିଷ୍ପତ୍ତିର ୪୮ ଘଣ୍ଟା ଭିତରେ ଭାରତ ବଡ଼ ପଦକ୍ଷେପ ଉଠାଇଛି।

ସୂଚନାଯୋଗ୍ୟ, କରୋନା ନିୟମକୁ ନେଇ ଭାରତ ଓ ୟୁକେ ମଧ୍ୟରେ ଗତ କିଛି ଦିନ ହେବ ବିବାଦ ଲାଗି ରହିଛି। ଭାରତର କୋଭିଶିଲ୍ଡ ଟିକାକୁ ମାନ୍ୟତା ଦେବାକୁ ଇଂଲଣ୍ଡ ପୂର୍ବରୁ ମନା କରିଥିଲା। ପରେ ଇଂଲଣ୍ଡ ଯେତେବେଳେ ମାନ୍ୟତା ଦେଲା, ସେତେବେଳେ ଭାରତୀୟଙ୍କ ପାଇଁ ୧୦ ଦିନର କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରିଦେଲା। ଭାରତ ମଧ୍ୟ ଇଂଲଣ୍ଡରୁ ଆସୁଥିବା ନାଗରିକଙ୍କ ପାଇଁ ଠିକ୍ ସେଭଳି କାମ କଲା।

Related story