Advertisment

ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ହକି ଖେଳାଳିଙ୍କୁ ଜାତିଗତ ଆକ୍ଷେପ

ହରିଦ୍ୱାର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ସେମିଫାଇନାଲରେ ଆର୍ଜେଣ୍ଟିନା ନିକଟରୁ ପରାସ୍ତ ହୋଇଛି। ଏବେ ଭାରତୀୟ ହକି ଟିମର ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ୍ ବ୍ରିଟେନ୍ ସହ ଲଢ଼ିବ। ହେଲେ ସେମିଫାଇନାଲରେ ହାରିବା ପରେ ଭାରତୀୟ ହକି ଟିମର ଖେଳାଳି ବନ୍ଦନା କଟାରିୟାଙ୍କ ଘର ବାହାରେ ବାଣ ଫୁଟାଇବା ସହ ଜାତିଗତ ଆକ୍ଷେପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ କହିଛନ୍ତି ଯେ ଅନେକ ଦଳିତ ଖେଳାଳି କାରଣରୁ ଭାରତୀୟ […]

ଅଦ୍ୟତନ ହୋଇଛି
ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ହକି ଖେଳାଳିଙ୍କୁ ଜାତିଗତ ଆକ୍ଷେପ

VANDANA-KATARIYA

Advertisment

ହରିଦ୍ୱାର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ସେମିଫାଇନାଲରେ ଆର୍ଜେଣ୍ଟିନା ନିକଟରୁ ପରାସ୍ତ ହୋଇଛି। ଏବେ ଭାରତୀୟ ହକି ଟିମର ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ୍ ବ୍ରିଟେନ୍ ସହ ଲଢ଼ିବ। ହେଲେ ସେମିଫାଇନାଲରେ ହାରିବା ପରେ ଭାରତୀୟ ହକି ଟିମର ଖେଳାଳି ବନ୍ଦନା କଟାରିୟାଙ୍କ ଘର ବାହାରେ ବାଣ ଫୁଟାଇବା ସହ ଜାତିଗତ ଆକ୍ଷେପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ କହିଛନ୍ତି ଯେ ଅନେକ ଦଳିତ ଖେଳାଳି କାରଣରୁ ଭାରତୀୟ ମହିଳା ଟିମ୍ ହାରିଲା।

Advertisment

ହରିଦ୍ୱାରର ରୋଶାନାବାଦ ଗାଁରେ ଫରୱାର୍ଡ ଖେଳାଳି ବନ୍ଦନା କଟାରିୟାଙ୍କ ଘର ବାହାରେ ଏହି ଘଟଣା ଘଟିଛି। ତାଙ୍କ ଭାଇ ଶେଖର କହିଛନ୍ତି ଯେ ଟିମର ପରାଜୟରେ ଆମେ ସମସ୍ତେ ଦୁଃଖୀତ। କିନ୍ତୁ ଆମ ଟିମ୍ ଲଢ଼ିକି ହାରିଥିବାରୁ ଆମେ ଗର୍ବିତ। ମ୍ୟାଚର କିଛି ସମୟ ଘର ବାହାରେ ବାଣ ଫୁଟୁଥିବା ଶୁଣିବାକୁ ପାଇଲୁ। ବାହାରେ ଯାଇ ଦେଖିଲୁ ଯେ ଗାଁର ଉଚ୍ଚ ଜାତିର ଦୁଇ ଯୁବକ ନାଚୁଥିଲେ।

ଏହି ଘଟଣାରେ ଶେଖର ପୁଲିସରେ ମାମଲା ଦାୟର କରିଛନ୍ତି। ଏହି ଅଭିଯୋଗ ଅନୁଯାୟୀ, ପରିବାର ଲୋକେ ଘର ବାହାରେ ଦେଖିବାକୁ ପାଇଲେ ଯେ କିଛି ଯୁବକ ଜାତିଆଣ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଥିଲେ। ଯୁବକମାନେ କହୁଥିଲେ ଯେ କିଛି ଦଳିତ ଖେଳାଳି କାରଣରୁ ଭାରତକୁ ଏହି ପରାଜୟ ମିଳିଲା। ଅଭିଯୁକ୍ତ କହିଛନ୍ତି ଯେ କେବଳ ହକି ନୁହେଁ, ବରଂ ପ୍ରତି ଖେଳରୁ ଦଳିତଙ୍କୁ ଦୂରେଇ ରଖିବା ଦରକାର।

Advertisment

ଏଫଆଇଆର୍ ମୁତାବକ, ଅଭିଯୁକ୍ତ ବନ୍ଦନାଙ୍କ ପରିବାରର ସଦସ୍ୟଙ୍କୁ ଅପମାନ କରିଛନ୍ତି ଏବଂ ଶର୍ଟ କାଢ଼ି ନାଚିଥିଲେ। ସିଡକୁଲ୍ ଥାନାର ଏସଏଚଓ ଏଲଏସ୍ ବୁଟୋଲା କହିଛନ୍ତି ଯେ ଅଭିଯୋଗ ଆଧାରରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏବେ ମାମଲାର ତଦନ୍ତ ଜାରି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe