Advertisment

ପଦ ଛାଡ଼ିବେ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସେମି ଫାଇନାଲକୁ ଯାଇ ଥିବା ଭାରତୀୟ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ ଜୋଏଡ ମାରିନ ପଦ ଛାଡ଼ିବେ। ଅଲିମ୍ପିକ୍ସ ହିଁ ତାଙ୍କର ଭାରତୀୟ ମହିଳା ଦଳ ସହ ଶେଷ ଆସାଇନମେଣ୍ଟ ଥିଲା ବୋଲି ସେ ନିଜେ କହିଛନ୍ତି। ତେଣୁ ସେ ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍ ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଯାଇଛି। ୪୭ ବର୍ଷୀୟ ମାରିନଙ୍କ ତତ୍ତ୍ୱାବଧାନରେ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ […]

ପଦ ଛାଡ଼ିବେ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌

Marin

Advertisment

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସେମି ଫାଇନାଲକୁ ଯାଇ ଥିବା ଭାରତୀୟ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ ଜୋଏଡ ମାରିନ ପଦ ଛାଡ଼ିବେ। ଅଲିମ୍ପିକ୍ସ ହିଁ ତାଙ୍କର ଭାରତୀୟ ମହିଳା ଦଳ ସହ ଶେଷ ଆସାଇନମେଣ୍ଟ ଥିଲା ବୋଲି ସେ ନିଜେ କହିଛନ୍ତି। ତେଣୁ ସେ ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍ ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଯାଇଛି।

Advertisment

୪୭ ବର୍ଷୀୟ ମାରିନଙ୍କ ତତ୍ତ୍ୱାବଧାନରେ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଦଳ ସେମି ଫାଇନାଲରେ ପରାସ୍ତ ହୋଇଥିଲା। ଏହାପରେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରି ବି ଦଳ ହାରି ଯାଇଥିଲା। ତଥାପି ମହିଳା ଖେଳାଳି ଓ ସେମାନଙ୍କ କୋଚ୍‌ ମାରିନ ସମସ୍ତଙ୍କ ହୃଦୟ ଜିତି ପାରିଥିଲେ। ଅଷ୍ଟ୍ରେଲିଆକୁ କ୍ୱାର୍ଟର ଫାଇନାଲରେ ହରାଇବା ପରେ ମାରିନଙ୍କୁ ଚକ ଦେ ଇଣ୍ଡିଆର ଶାହାରୁଖ ଖାନଙ୍କ ସହ ତୁଳନା ମଧ୍ୟ କରାଯାଇଥିଲା।

ବ୍ରୋଞ୍ଜ ପଦକ ଲଢ଼େଇରେ ଭାରତ ହାରିବା ପରେ ମାରିନ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ବେଶ ଭାବବିହ୍ୱଳ ହୋଇ ଯାଇଥିଲେ। ସେ କହିଥିଲେ ଯେ “ମୁଁ ଦଳକୁ ନେଇ ଆଉ କୌଣସି ଯୋଜନା କରିନି। କାରଣ ଭାରତୀୟ ମହିଳା ଦଳ ସହ ମୋର ଏହା ଶେଷ ଆସାଇନମେଣ୍ଟ ଥିଲା। ଏବେ ସବୁ କିଛି ଦଳର ଆନାଲିଟିକାଲ କୋଚ୍‌ ଜାନ୍ନେକାଙ୍କ ଉପରେ ନିର୍ଭର କରେ।”

Advertisment

ଏହାପୂର୍ବରୁ ସାଇ ପକ୍ଷରୁ ମାରିନ ଓ ଜାନ୍ନେକାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ମାରିନ ବ୍ୟକ୍ତିଗତ କାରଣ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିବାକୁ ମନା କରିଦେଇଥିଲେ। ମାରିନ ମୁଖ୍ୟ କୋଚ୍‌ ପଦ ଛାଡ଼ିବାକୁ ଥିବାରୁ କିଏ ହେବେ ଦଳ କୋଚିଂ ଦାୟିତ୍ୱ ନେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୧୭ରେ ପୂର୍ବତନ ନେଦରଲ୍ୟାଣ୍ଡ୍ସର ଖେଳାଳି ମାରିନ ଭାରତୀୟ ମହିଳା ଦଳର କୋଚ୍ ହୋଇଥିଲେ। କିନ୍ତୁ ସେହିବର୍ଷ ଶେଷ ଭାଗରେ ତାଙ୍କୁ ପୁରୁଷ ଦଳର କୋଚ୍ କରାଯାଇଥିଲା। ଏହାପରେ ୨୦୧୮ରେ ପୁଣିଥରେ ମାରିନଙ୍କୁ ମହିଳା ଦଳର ଦାୟିତ୍ୱ ମିଳିଥିଲା।

ସେବେଠାରୁ ସେ ମହିଳା ଟିମ୍‌ର କୋଚିଂ ଦାୟିତ୍ୱ ସମ୍ଭାଳୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାରିନ ଦୀର୍ଘ ୧୬ ମାସ ହେଲା କରୋନା ପାଇଁ ନିଜ ପରିବାର ଲୋକଙ୍କୁ ଭେଟି ନାହାନ୍ତି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe