ଆଉ ନାହାନ୍ତି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ବଡ଼ ପୁଅ

ନୂଆଦିଲ୍ଲୀ: ହକି ଯାଦୁଗର ଭାବେ ସାରା ଦୁନିଆରେ ଚର୍ଚ୍ଚିତ ଧ୍ୟାନଚାନ୍ଦଙ୍କର ବଡ଼ ପୁଅ ବ୍ରଜମୋହନ ସିଂହଙ୍କର ଦେହାନ୍ତ ହୋଇଛି । ବ୍ରଜମୋହନ ଧ୍ୟାନଚାନ୍ଦଙ୍କର ୭ ପୁଅଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ । ଧ୍ୟାନଚାନ୍ଦଙ୍କ ଅନ୍ୟତମ ପୁଅ ତଥା ଭାରତର ପୂର୍ବତନ ହକି ଷ୍ଟାର୍ ଅଶୋକ କୁମାର ଏହାର ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ବ୍ରଜମୋହନଙ୍କୁ ୮୨ ବର୍ଷ ହୋଇଥିଲା । ସେ ନିଜ ପତ୍ନୀ, ଦୁଇ ପୁଅ ଓ ଏକମାତ୍ର ଝିଅକୁ ଛାଡ଼ି ଚାଲିଯାଇଛନ୍ତି […]

Brij-Mohan-Singh

Ranjit Kumar Jena
  • Published: Monday, 10 May 2021
  • , Updated: 10 May 2021, 10:29 PM IST

ନୂଆଦିଲ୍ଲୀ: ହକି ଯାଦୁଗର ଭାବେ ସାରା ଦୁନିଆରେ ଚର୍ଚ୍ଚିତ ଧ୍ୟାନଚାନ୍ଦଙ୍କର ବଡ଼ ପୁଅ ବ୍ରଜମୋହନ ସିଂହଙ୍କର ଦେହାନ୍ତ ହୋଇଛି । ବ୍ରଜମୋହନ ଧ୍ୟାନଚାନ୍ଦଙ୍କର ୭ ପୁଅଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ । ଧ୍ୟାନଚାନ୍ଦଙ୍କ ଅନ୍ୟତମ ପୁଅ ତଥା ଭାରତର ପୂର୍ବତନ ହକି ଷ୍ଟାର୍ ଅଶୋକ କୁମାର ଏହାର ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ବ୍ରଜମୋହନଙ୍କୁ ୮୨ ବର୍ଷ ହୋଇଥିଲା । ସେ ନିଜ ପତ୍ନୀ, ଦୁଇ ପୁଅ ଓ ଏକମାତ୍ର ଝିଅକୁ ଛାଡ଼ି ଚାଲିଯାଇଛନ୍ତି । ସେ ରାଜସ୍ଥାନ ସ୍ପୋର୍ଟ୍ସ କାଉନସିଲରେ ରିଜନାଲ୍ ସ୍ପୋର୍ଟ୍ସ ଅଫିସର୍ ପଦରୁ ଅବସର ନେଇଥିଲେ । ତାଙ୍କର ପରିବାର ରାଜସ୍ଥାନର କୋଟାରେ ରୁହନ୍ତି ।

ଆଇଏଏନଏସକୁ ସୂଚନା ନେଇ ଅଶୋକ କୁମାର କହିଛନ୍ତି, ମୋ ବଡ଼ ଭାଇ ମାସକ ତଳେ କୋଭିଡରୁ ସୁସ୍ଥ ହୋଇ ସାରିଥିଲେ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ସେ ଇଂଲିଶ ଫିଲ୍ମର ସୌକିନ୍ ଥିଲେ ଏବଂ ଗତ ରାତିରେ ମଧ୍ୟ ଏକ ଫିଲ୍ମ ଦେଇଥିଲେ । ପ୍ରତିଦିନ ଭଳି ଆଜି ସକାଳେ ସେ ମର୍ଣ୍ଣିଂ ୱାକରେ ଯାଇଥିଲେ ଏବଂ ସେଠାରୁ ଫେରି ଜୁସ୍ ପିଇଥିଲେ । ଏହା ପରେ ସେ ବାଥରୁମ୍ ଯାଇଥିଲେ ଏବଂ ତାଙ୍କର ଦେହାନ୍ତ ହୋଇଛି ।

ଭାରତୀୟ ହକି ପାଇଁ ମେ’ ୮ ତାରିଖ ଅତ୍ୟନ୍ତ ଖରାପ ଦିନ ଥିଲା । ଦେଶର ଦୁଇ କିମ୍ବଦନ୍ତୀ ହକି ଖେଳାଳି ଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ ଓ ଏମକେ କୌଶିକଙ୍କର ଏହି ଦିନ କରୋନାରେ ଦେହାନ୍ତ ହୋଇଥିଲା । ସକାଳେ ରବିନ୍ଦର ପାଲ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ସନ୍ଧ୍ୟାରେ କୌଶିକଙ୍କ ପରଲୋକ ହୋଇଥିଲା । ସେହିପରି ରବିବାର ପୂର୍ବତନ ହକି ଖେଳାଳି ଜର୍ଜ ଫର୍ଣ୍ଣାଣ୍ଡିଜଙ୍କର କରୋନାରେ ଦେହାନ୍ତ ହୋଇଥିଲେ।

Related story