ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଫେରିଲା ବିଶ୍ୱକପ ହକି ଟ୍ରଫି। ୧୩ଟି ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଟ୍ରଫି। ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଟ୍ରଫିକୁ ସ୍ୱାଗତ କରିଥିଲେ।
ପରେ ପରେ ଭୁବନେଶ୍ୱର ମହାନଗର ନିଗମକୁ ଏହି ଟ୍ରଫି ହସ୍ତାନ୍ତର କରାଯାଇଥିଲା। ବିମାନବନ୍ଦର ନିକଟ ବିଜୁ ପଟ୍ଟନାୟକ ଛକ ଠାରେ ଓଡ଼ିଶୀ ନୃତ୍ୟ, ଯୋଡ଼ି ଶଙ୍ଖ, ଢୋଲ ବାଜା ବଜାଇ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। BMC ମେୟର ସୁଲୋଚନା ଦାସ ଏବଂ କମିଶନର ଏହି ଟ୍ରଫିକୁ ଗ୍ରହଣ କରିଥିଲେ।
ତାହା ପରେ ଟ୍ରଫିକୁ ଲିଙ୍ଗରାଜ ମନ୍ଦିର, ଏସ୍-ପ୍ଲାନେଡ ମଲ ଓ ପରେ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେବାର କାର୍ଯ୍ୟକ୍ରମ ରହିଛି। କାଲିଠୁ ବିଶ୍ୱକପ୍ ଟ୍ରଫି ସମସ୍ତ ଜିଲ୍ଲା ପରିଭ୍ରମଣ କରି ଜାନୁଆରୀ ୧୨ରେ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ପହଞ୍ଚିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ଜୁନିୟର ହକି ଏସିଆ କପ୍: ପାକିସ୍ତାନକୁ ଧୂଳି ଚଟାଇ ୫ମ ଟାଇଟଲ୍ ଜିତିଲା ଭାରତ
ଭାରତ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍ ଦେଇ କ୍ୟାରିୟରର ଶ୍ରେଷ୍ଠ ପାଳି ଖେଳିଲେ ଅରିଜିତ ସିଂହ।
Hockey
ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି: ଚାଇନାକୁ ହରାଇ ଭାରତ ପୁଣି ଚାମ୍ପିୟନ
ଆଜିର ଫାଇନାଲରେ ଭାରତ ପକ୍ଷରୁ ଏକମାତ୍ର ଗୋଲ ଦୀପିକା ସ୍କୋର କରିଛନ୍ତି
Hockey
ଏସିଆନ ଚାମ୍ପିୟନ୍ସ ଟ୍ରଫି: ଫାଇନାଲରେ ଭାରତ, ବୁଧବାର ଚାଇନାକୁ ଭେଟିବ
ଓଡ଼ିଶାର ସୁନେଲିତା ଟୋପ୍ପୋ ନିଜର ଜଲୱା ଦେଖାଇ ୫୬ତମ ମିନିଟରେ ଲାରେମସିଆମିଙ୍କୁ ବଲ ପାସ୍ କରିବାରୁ ସେ ଗୋଲ କରିବାକୁ ସକ୍ଷମ ହୋଇଛନ୍ତି। ଆସନ୍ତାକାଲି ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ମହିଳା ଦଳ ଫାନାଲରେ ଚାଇନାକୁ ଭେଟିବ।
Hockey
ଇତିହାସ ରଚିଲା ଓଡ଼ିଶା ପୁରୁଷ ହକି ଦଳ, ପ୍ରଥମ ଥର ପାଇଁ ଜିତିଲା ଜାତୀୟ ସିନିୟର ହକି ଚାମ୍ପିୟନଶିପ
ସେମି ଫାଇନାଲରେ ମଣିପୁରକୁ ୪-୨ ଗୋଲରେ ପରାସ୍ତ କରି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ କରିଥିଲା।
Hockey
ଦ୍ୱିତୀୟ ମ୍ୟାଚ୍ ଜିତିଲା ଭାରତ, କିନ୍ତୁ ଶୁଟ ଆଉଟରେ ଜର୍ମାନୀ ଠାରୁ ସିରିଜ ହାରିଲା
ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। କିନ୍ତୁ ହକି ଟେଷ୍ଟ ସିରିଜକୁ ଘରୋଇ ଟିମ ଶୁଟ ଆଉଟରେ ଜର୍ମାନୀ ଠାରୁ ହାରି ଯାଇଛି।