Advertisment

ଓଡ଼ିଶା ଫେରିଲା ବିଶ୍ୱକପ ହକି ଟ୍ରଫି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଫେରିଲା ବିଶ୍ୱକପ ହକି ଟ୍ରଫି। ୧୩ଟି ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଟ୍ରଫି। ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଟ୍ରଫିକୁ ସ୍ୱାଗତ କରିଥିଲେ। ପରେ ପରେ ଭୁବନେଶ୍ୱର ମହାନଗର ନିଗମକୁ ଏହି ଟ୍ରଫି ହସ୍ତାନ୍ତର କରାଯାଇଥିଲା। ବିମାନବନ୍ଦର ନିକଟ ବିଜୁ ପଟ୍ଟନାୟକ ଛକ ଠାରେ ଓଡ଼ିଶୀ ନୃତ୍ୟ, […]

ଅଦ୍ୟତନ ହୋଇଛି
ଓଡ଼ିଶା ଫେରିଲା ବିଶ୍ୱକପ ହକି ଟ୍ରଫି

hockey

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଫେରିଲା ବିଶ୍ୱକପ ହକି ଟ୍ରଫି। ୧୩ଟି ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଟ୍ରଫି। ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଟ୍ରଫିକୁ ସ୍ୱାଗତ କରିଥିଲେ।

Advertisment

ପରେ ପରେ ଭୁବନେଶ୍ୱର ମହାନଗର ନିଗମକୁ ଏହି ଟ୍ରଫି ହସ୍ତାନ୍ତର କରାଯାଇଥିଲା। ବିମାନବନ୍ଦର ନିକଟ ବିଜୁ ପଟ୍ଟନାୟକ ଛକ ଠାରେ ଓଡ଼ିଶୀ ନୃତ୍ୟ, ଯୋଡ଼ି ଶଙ୍ଖ, ଢୋଲ ବାଜା ବଜାଇ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। BMC ମେୟର ସୁଲୋଚନା ଦାସ ଏବଂ କମିଶନର ଏହି ଟ୍ରଫିକୁ ଗ୍ରହଣ କରିଥିଲେ।

ତାହା ପରେ ଟ୍ରଫିକୁ ଲିଙ୍ଗରାଜ ମନ୍ଦିର, ଏସ୍-ପ୍ଲାନେଡ ମଲ ଓ ପରେ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେବାର କାର୍ଯ୍ୟକ୍ରମ ରହିଛି। କାଲିଠୁ ବିଶ୍ୱକପ୍ ଟ୍ରଫି ସମସ୍ତ ଜିଲ୍ଲା ପରିଭ୍ରମଣ କରି ଜାନୁଆରୀ ୧୨ରେ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ପହଞ୍ଚିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe