Advertisment

ଅଲିମ୍ପିୟାନଙ୍କୁ ଏମିତି ସମ୍ମାନ, ଟଙ୍କା ପାଇଁ ଶବ ଛାଡ଼ିଲାନି ହସ୍ପିଟାଲ

ଲାହୋର: ଦେଶ ପାଇଁ ଅନେକ ପଦକ ସହ ଅଲିମ୍ପିକ୍ସ ଓ ବିଶ୍ୱକପ ହକିରେ ସ୍ୱର୍ଣ୍ଣ ଭେଟି ଦେଇଥିବା ଖେଳାଳିଙ୍କୁ ମୃତ୍ୟୁ ପରେ ବି ପାକିସ୍ତାନରେ ମିଳିନି ସମ୍ମାନ। ପାକିସ୍ତାନ ହକିକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ମଞ୍ଜୁର ହୁସୈନ ହୃଦଘାତରେ ଆଜି ଲାହୋର ସ୍ଥିତ ଗୋଟିଏ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ହେଲେ ତାଙ୍କ ଚିକିତ୍ସା ବାବଦରେ ପରିବାର ଲୋକ ଠିକ୍‌ ସମୟରେ ଟଙ୍କା ପୈଠ କରି ନଥିବାରୁ ମଞ୍ଜୁରଙ୍କ ଶବକୁ ହସ୍ପିଟାଲ କର୍ତ୍ତୃପକ୍ଷ ଦୀର୍ଘ ଘଣ୍ଟା ଧରି […]

author-image
Hemant Lenka
ଅଲିମ୍ପିୟାନଙ୍କୁ ଏମିତି ସମ୍ମାନ, ଟଙ୍କା ପାଇଁ ଶବ ଛାଡ଼ିଲାନି ହସ୍ପିଟାଲ

manzoor

ଲାହୋର: ଦେଶ ପାଇଁ ଅନେକ ପଦକ ସହ ଅଲିମ୍ପିକ୍ସ ଓ ବିଶ୍ୱକପ ହକିରେ ସ୍ୱର୍ଣ୍ଣ ଭେଟି ଦେଇଥିବା ଖେଳାଳିଙ୍କୁ ମୃତ୍ୟୁ ପରେ ବି ପାକିସ୍ତାନରେ ମିଳିନି ସମ୍ମାନ। ପାକିସ୍ତାନ ହକିକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ମଞ୍ଜୁର ହୁସୈନ ହୃଦଘାତରେ ଆଜି ଲାହୋର ସ୍ଥିତ ଗୋଟିଏ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ହେଲେ ତାଙ୍କ ଚିକିତ୍ସା ବାବଦରେ ପରିବାର ଲୋକ ଠିକ୍‌ ସମୟରେ ଟଙ୍କା ପୈଠ କରି ନଥିବାରୁ ମଞ୍ଜୁରଙ୍କ ଶବକୁ ହସ୍ପିଟାଲ କର୍ତ୍ତୃପକ୍ଷ ଦୀର୍ଘ ଘଣ୍ଟା ଧରି ଅଟକ ରଖିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ବିଶ୍ୱର ବିଭିନ୍ନ ମହଲରେ ହସ୍ପିଟାଲର ଏପରି ଆଚରଣକୁ ନିନ୍ଦା କରାଯାଇଛି।

Advertisment

୧୯୫୮ ମସିହା ଅକ୍ଟୋବର ୨୮ରେ ପାକିସ୍ତାନର ସିଆଲକୋଟରେ ଜନ୍ମ ଗ୍ରହଣ କରିଥିବା ହୁସୈନ ନିଜର ହକି ଖେଳ ବେଳେ ମଞ୍ଜୁର ଜୁନିୟର ଭାବେ ପରିଚିତ ଥିଲେ। ମଞ୍ଜୁର ସଦସ୍ୟ ଥିବା ପାକିସ୍ତାନ ହକି ଟିମ ୧୯୭୬ ଅଲିମ୍ପିକ୍ସରେ ବ୍ରୋଞ୍ଜ ଓ ୧୯୮୪ରେ ସ୍ୱର୍ଣ୍ଣ ଜିତିଥିଲା। ୧୯୭୮ ଓ ୧୯୮୨ରେ ପାକିସ୍ତାନ ହକି ବିଶ୍ୱକପରେ ସ୍ୱର୍ଣ୍ଣ ଜିତିବା ବେଳେ ମଧ୍ୟ ମଞ୍ଜୁର ଏହାର ସଦସ୍ୟ ରହିଥିଲେ।

ଦେଶ ପାଇଁ ଅନେକ ସଫଳତା ହାସଲ କରିଥିବା ୬୪ ବର୍ଷୀୟ ମଞ୍ଜୁର ଦୀର୍ଘଦିନ ହେଲା ହୃଦ ରୋଗରେ ପୀଡ଼ିତ ଥିଲେ। ସୋମବାର ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲାହୋରର ଶାଲିମାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ହେଲେ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ନ ଦେବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ମଞ୍ଜୁରଙ୍କ ଶବ ଦେଇ ନଥିଲେ। ଏକଥା ପାକିସ୍ତାନ ହକି ଫେଡରେସନ ପାଖରେ ପହଞ୍ଚିଥିଲା।

Advertisment

ଏହାପରେ ଫେଡରେସନ ପକ୍ଷରୁ ତୁରନ୍ତ ୫୦,୦୦୦୦ ପାକିସ୍ତାନ ଟଙ୍କା ଯୋଗାଡ଼ କରାଯାଇଥିଲା। ଏହାକୁ ହସ୍ପିଟାଲ କର୍ତ୍ତୃପକ୍ଷକୁ ଦିଆଯିବା ପରେ ସେମାନେ ମଞ୍ଜୁରଙ୍କ ଶବ ପରବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣାକୁ ପାକିସ୍ତାନ ହକି ଫେଡରେସନ ନିନ୍ଦା କରିଛି।