Advertisment

ହକି ବିଶ୍ୱକପ: ପୁଲ୍‌ ଡି’ରେ ସ୍ଥାନ ପାଇଲା ଆୟୋଜକ ଭାରତ

ନୂଆଦିଲ୍ଲୀ: ଓଡ଼ିଶାରେ ଆସନ୍ତା ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ସିଡ୍ୟୁଲ ଜାରି ହୋଇଛି। ଆଜି ଭୁବେନଶ୍ୱରରେ ଅନୁଷ୍ଠିତ ଡ୍ର ସେରିମନିରେ ଆୟୋଜକ ଭାରତ ପୁଲ୍‌ ଡି’ରେ ସ୍ଥାନ ପାଇଛି। ଭାରତ ସହ ଏହି ପୁଲ୍‌ରେ ଇଂଲଣ୍ଡ, ୱେଲ୍ସ ଓ ସ୍ପେନ ରହିଛନ୍ତି। ଭାରତ ବର୍ତ୍ତମାନ ବିଶ୍ୱ ହକି ରାଙ୍କିଙ୍ଗର ୫ମ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ୬ଷ୍ଠ, ସ୍ପେନ ୮ମ ଓ ୱେଲ୍ସ ୧୬ନଂ ସ୍ଥାନରେ ରହିଛି। ତେଣୁ ଭାରତ ଅପେକ୍ଷାକୃତ ଦୁର୍ବଳ […]

author-image
Hemant Lenka
ଅଦ୍ୟତନ ହୋଇଛି
ହକି ବିଶ୍ୱକପ: ପୁଲ୍‌ ଡି’ରେ ସ୍ଥାନ ପାଇଲା ଆୟୋଜକ ଭାରତ

Hockey

ନୂଆଦିଲ୍ଲୀ: ଓଡ଼ିଶାରେ ଆସନ୍ତା ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ସିଡ୍ୟୁଲ ଜାରି ହୋଇଛି। ଆଜି ଭୁବେନଶ୍ୱରରେ ଅନୁଷ୍ଠିତ ଡ୍ର ସେରିମନିରେ ଆୟୋଜକ ଭାରତ ପୁଲ୍‌ ଡି’ରେ ସ୍ଥାନ ପାଇଛି। ଭାରତ ସହ ଏହି ପୁଲ୍‌ରେ ଇଂଲଣ୍ଡ, ୱେଲ୍ସ ଓ ସ୍ପେନ ରହିଛନ୍ତି। ଭାରତ ବର୍ତ୍ତମାନ ବିଶ୍ୱ ହକି ରାଙ୍କିଙ୍ଗର ୫ମ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ୬ଷ୍ଠ, ସ୍ପେନ ୮ମ ଓ ୱେଲ୍ସ ୧୬ନଂ ସ୍ଥାନରେ ରହିଛି। ତେଣୁ ଭାରତ ଅପେକ୍ଷାକୃତ ଦୁର୍ବଳ ପୁଲ୍‌ରେ ରହିଛି।

Advertisment

୨୦୧୮ ଭଳି ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ଜାନୁଆରୀ ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ମ୍ୟାଚ୍‌ ଆରମ୍ଭ ହୋଇ ଜାନୁଆରୀ ୨୯ ଯାଏ ଚାଲିବ। ଏଥିରେ ମୋଟ ୧୬ଟି ଦଳ ଭାଗ ନେବେ। ୧୬ଟି ଦଳକୁ ୪ଟି ପୁଲ୍‌ ବା ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପ୍‌ରେ ୪ଟି ଲେଖାଏ ଦେଶ ରହିଛନ୍ତି।

ଭାରତ ପୁଲ୍‌ ଡି’ରେ ଥିବା ବେଳେ ବିଶ୍ୱକପର ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟ ପୁଲ୍‌ ବି’ରେ ରହିଛି। ବେଲଜିୟମ ବ୍ୟତୀତ ପୁଲ୍‌ ବି’ରେ ଜର୍ମାନୀ, ଦକ୍ଷିଣ କୋରିଆ ଓ ଜାପାନ ରହିଛନ୍ତି। ପୁଲ୍‌ ଏ’ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଷ୍ଟ୍ରେଲିଆ ସହ ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ପୁଲ୍‌ ସି’ରେ ନେଦରଲ୍ୟାଣ୍ତସ, ନ୍ୟୁଜିଲ୍ୟାଣ୍ଡ, ମାଲେସିୟା ଓ ଚିଲି ସ୍ଥାନ ପାଇଛନ୍ତି।

Advertisment


ବିଶ୍ୱକପରେ ଭାଗ ନେବାକୁ ଯାଉଥିବା ୧୬ଟି ଦେଶ ମଧ୍ୟରେ ଏସିଆ ମହାଦେଶରୁ ଭାରତ, ମାଲେସିୟା, ଜାପାନ ଓ ଦକ୍ଷିଣ କୋରିଆ ରହିଛନ୍ତି। ଆଫ୍ରିକା ମହାଦେଶର ପ୍ରତିନିଧିତ୍ୱ ଦକ୍ଷିଣ ଆଫ୍ରିକା କରିବ। ବିଶ୍ୱକପରେ ୟୁରୋପରୁ ୭ଟି ଦଳ ରହିଛନ୍ତି। ବେଲଜିୟମ, ଇଂଲଣ୍ଡ, ଜର୍ମାନୀ, ନେଦରଲ୍ୟାଣ୍ଡସ, ସ୍ପେନ, ଫ୍ରାନ୍ସ ଓ ୱେଲ୍ସ ହେଉଛନ୍ତି ୭ ୟୁରୋପୀୟ ଦେଶ।

ପାନ ଆମେରିକା କପ ୨୦୨୨ର ବିଜେତା ଆର୍ଜେଣ୍ଟିନା ଓ ରନର୍ସଅପ ଚିଲି ମଧ୍ୟ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଓସେନିଆରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ ଖେଳିବେ।

ଭୁବନେଶ୍ୱରେ ଅନୁଷ୍ଠିତ ୨୦୧୮ ହକି ବିଶ୍ୱକପରେ ବେଲଜିୟମ ଚାମ୍ପିୟନ ହୋଇଥିବା ବେଳେ ୩ଥରର ବିଜେତା ନେଦରଲ୍ୟାଣ୍ଡସ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା। ସେହିପରି ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ରହି ନିଜର ବିଶ୍ୱକପ ଅଭିଯାନ ଶେଷ କରିଥିଲା।