Advertisment

'ସାହାରା' ଛାଡ଼ି ଦେଇଥିଲା ସାଥ୍, ହକିର ହାତ ଧରିଥିଲା ଓଡ଼ିଶା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ପଦକ ଜିତିଛି। ଏହି ବିଜୟ ପରେ ସୋଶାଲ ମିଡିଆ ୟୁଜର୍ ଭାରତୀୟ ହକି ଟିମର ସ୍ୱର୍ଣ୍ଣିମ ସମୟ ଫେରିଆସିଲା ବୋଲି କହୁଛନ୍ତି। ସେହିପରି କିଛି ଲୋକେ ହକିକୁ ପୁଣିଥରେ ଜୀବନ୍ତ କରିଥିବାରୁ ଲୋକେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
'ସାହାରା' ଛାଡ଼ି ଦେଇଥିଲା ସାଥ୍, ହକିର ହାତ ଧରିଥିଲା ଓଡ଼ିଶା

indian-team-naveen-patnaik

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ପଦକ ଜିତିଛି। ଏହି ବିଜୟ ପରେ ସୋଶାଲ ମିଡିଆ ୟୁଜର୍ ଭାରତୀୟ ହକି ଟିମର ସ୍ୱର୍ଣ୍ଣିମ ସମୟ ଫେରିଆସିଲା ବୋଲି କହୁଛନ୍ତି। ସେହିପରି କିଛି ଲୋକେ ହକିକୁ ପୁଣିଥରେ ଜୀବନ୍ତ କରିଥିବାରୁ ଲୋକେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ମିଶି ୫ ବର୍ଷ ପାଇଁ ଚୁକ୍ତି କରିଥିଲା ଏବଂ ସମସ୍ତ ଜାତୀୟ ଟିମ୍ ଯଥା ସିନିୟର, ଜୁନିୟର, ପୁରୁଷ ଓ ମହିଳା ପାଇଁ ପାଖାପାଖି ୧୦୦ କୋଟି ଟଙ୍କାର ଡିଲ୍ କରିଥିଲା। ଏହାବ୍ୟତୀତ ଓଡ଼ିଶା ସରକାର ବିଶ୍ୱସ୍ତରୀୟ ଟ୍ରେନିଂ, ରିହ୍ୟାବ ସୁବିଧା, ପ୍ରାକ୍ଟିସ୍ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ଜରିଆରେ ହକିକୁ ନୂଆ ଜୀବନ ଦେଇଛନ୍ତି।

ଆଜି ଭାରତୀୟ ହକି ଟିମ୍ ଯେଉଁ ସଫଳତା ହାସଲ କରିଛି, ତା’ ପଛରେ ଓଡ଼ିଶା ସରକାରଙ୍କ ହାତ ରହିଥିବା ଲୋକେ କହିଛନ୍ତି। କାରଣ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରାୟୋଜକରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ହକିରେ ବ୍ରୋଞ୍ଜ ପଦକ ଜିତିଛି। ଯୁବ ଅବସ୍ଥାରେ ମଧ୍ୟ ନବୀନ ପଟ୍ଟନାୟକ ହକି ଖେଳୁଥିଲେ। ଡୁନ୍ ସ୍କୁଲରେ ପାଠ ପଢ଼ୁଥିବା ବେଳେ ନବୀନ ଗୋଲକିପର ଭୂମିକା ତୁଲାଉଥିଲେ।

Advertisment

ଭାରତୀୟ ହକିର ପ୍ରାୟୋଜକ ଥିବା ସାହାରା ପୁରୁଷ ଓ ମହିଳା ଟିମକୁ ସ୍ପନସରରୁ ଓହରି ଯାଇଥିଲା। ଯାହା ପରେ ହକିକୁ କୌଣସି ସ୍ପନସର୍ ମିଳିନଥିଲା। ତେବେ ଏଭଳି ବିପଦ ସମୟରେ ହକିର ହାତ ଧରିଥିଲେ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ସରକାର। ୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ୧୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଏପରିକି ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ୍ ଓ ତତ୍କାଳୀନ ବିଜେଡି ସାଂସଦ ଦିଲୀପ ତିର୍କୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପୁରୁଷ ଓ ମହିଳା ଟିମର ପ୍ରାୟୋଜକ ହେବା ପାଇଁ ରାଜି କରାଇଥିଲେ।

୨୦୧୪ରେ ଓଡ଼ିଶାରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହକି ଉପରେ ନଜର ପଡ଼ିଥିଲା। ୨୦୧୭ରେ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରାୟୋଜକରେ କଳିଙ୍ଗ୍ ଲାନ୍ସର୍ସ କ୍ଲବ୍ ହକି ଇଣ୍ଡିଆ ଲିଗରେ ବିଜେତା ହୋଇଥିଲା। ଏହା ପରେ ଓଡ଼ିଶା ୨୦୧୮ରେ ହକି ବିଶ୍ୱକପ୍ ଆୟୋଜନ କରିଥିଲା। ସେହିପରି ୨୦୧୯ରେ ଏଫଆଇଏଚ୍ ପୁରୁଷ ସେମିଫାଇନାଲ୍ସ ଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର୍ ଏବଂ ୨୦୨୦ରେ ଏଫଆଇଏଚ୍ ପ୍ରୋ’ଲିଗ୍ ଆୟୋଜିତ ହୋଇଥିଲା। ଆଉଏବୁ ନବୀନ ପଟ୍ଟନାୟକଙ୍କ ସମୟରେ ହିଁ ସମ୍ଭବ ହୋଇଛି। ୨୦୨୩ରେ ମଧ୍ୟ ଓଡ଼ିଶା ହକି ବିଶ୍ୱକପ୍ ଆୟୋଜନ କରିବ।

ଭାରତୀୟ ହକିରେ ଓଡ଼ିଶାର ଆହୁରି ମଧ୍ୟ ଅବଦାନ ରହିଛି। ଉଭୟ ଜାତୀୟ ପୁରୁଷ ଓ ମହିଳା ଟିମରେ ଓଡ଼ିଶାର ଏକାଧିକ ଖେଳାଳି ସ୍ଥାନ ପାଇଛନ୍ତି। ଟୋକିଓ ଗେମ୍ସ ପାଇଁ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଦୀପ୍ ଗ୍ରେସପ ଏକ୍କାଙ୍କୁ ଭାରତୀୟ ଦଳର ଭାଇସ୍ କ୍ୟାପଟେନ୍ କରାଯାଇଥିଲା।

Indian Hockey Tokyo Olympics