Advertisment

ବେଲଜିୟମକୁ ହରାଇ ସେମିରେ ଭାରତ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମ ରେ ଚାଲିଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ ରେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ ଭାରତ ସେମି ଫାଇନାଲକୁ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା ଶେଷ କ୍ୱାର୍ଟର୍ ଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ହରାଇ ଭାରତ ଚତୁର୍ଥ ଦଳ ଭାବେ ସେମିଫାଇନାଲ୍ ଟିକେଟ୍ କାଟିଛି। ଭାରତ ବ୍ୟତୀତ ଜର୍ମାନୀ, ଆର୍ଜେଣ୍ଟିନା, ଫ୍ରାନ୍ସ ଟିମ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ସେମିଫାଇନାଲରେ ଭାରତର ସାମ୍ନା ଜର୍ମାନୀ ସହ ହେବ ବୋଲି […]

ଅଦ୍ୟତନ ହୋଇଛି
ବେଲଜିୟମକୁ ହରାଇ ସେମିରେ ଭାରତ

hokcey-ind-vs-bel

Advertisment

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମ ରେ ଚାଲିଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ ରେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ ଭାରତ ସେମି ଫାଇନାଲକୁ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା ଶେଷ କ୍ୱାର୍ଟର୍ ଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ହରାଇ ଭାରତ ଚତୁର୍ଥ ଦଳ ଭାବେ ସେମିଫାଇନାଲ୍ ଟିକେଟ୍ କାଟିଛି। ଭାରତ ବ୍ୟତୀତ ଜର୍ମାନୀ, ଆର୍ଜେଣ୍ଟିନା, ଫ୍ରାନ୍ସ ଟିମ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ସେମିଫାଇନାଲରେ ଭାରତର ସାମ୍ନା ଜର୍ମାନୀ ସହ ହେବ ବୋଲି ଏଫଆଇଏଚର ଅଫିସିଆଲ୍ ୱେବସାଇଟରୁ ସ୍ପଷ୍ଟ ହୋଇଛି। ସେହିପରି ଅନ୍ୟଏକ କ୍ୱାର୍ଟର୍ ମୁକାବିଲା ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ।

Advertisment

ଭାରତ ଓ ବେଲଜିୟମ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚର ପ୍ରଥମ କ୍ୱାର୍ଟରରେ ରେଡ୍ ଲାୟନ୍ସ ପୂରା ଆଟାକିଂ ମୁଡରେ ରହିଥିଲା। ବେଲଜିୟାନ ଷ୍ଟ୍ରାଇକରଙ୍କୁ ଅତି ସୁନ୍ଦର ଭାବେ ଡିଫେନ୍ସ କରୁଥିଲେ ଭାରତୀୟ ଡିଫେଣ୍ଡର। ସୁଯୋଗ ଦେଖି ଭାରତୀୟ ଷ୍ଟ୍ରାଇକର ମାନେ ମଧ୍ୟ ବେଲଜିୟମ ଡିଫେଣ୍ଡରଙ୍କୁ ଅତିକ୍ରମ କରି ଗୋଲ ପୋଷ୍ଟ ସାମ୍ନାରେ ଗୋଲ ମାରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଫଳ ଶୂନ୍ୟ ହୋଇଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା।

ଦ୍ୱିତୀୟ କ୍ୱାର୍ଟର ପୂରା ୮୦ ପ୍ରତିଶତ ଚାପରେ ରହିଲା ବେଲଜିୟମ। ମ୍ୟାଚର ୨୧ତମ ମିନିଟରେ ଭାରତକୁ ମିଳିଥିବା ପ୍ରଥମ ପେନାଲଟି କର୍ଣ୍ଣରର ସୁଯୋଗକୁ ହାତଛଡ଼ା ନକରି ଡ୍ରାଗ ଫ୍ଲିକର ଶାରଦାନନ୍ଦ ତିୱାରୀ ଗୋଲ ସ୍କୋର କରିଥିଲେ। ତାର କିଛି ସମୟ ବ୍ୟବଧାନରେ ରେଡ୍ ଲାୟନ୍ସକୁ ମଧ୍ୟ ଏକ ପେନାଲଟି କର୍ଣ୍ଣର ସୁଯୋଗ ମିଳିଥିଲେ ସୁଦ୍ଧା ହାତଛଡ଼ା କରିଥିଲେ। ମ୍ୟାଚ ହାଫ୍ ଟାଇମ ସୁଦ୍ଧା ୧-୦ ଗୋଲରେ ଆୟୋଜକ ଭାରତ ଆଗୁଆ ରହିଥିଲା।

Advertisment

ତୃତୀୟ କ୍ୱାର୍ଟରରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଛି। ଉପସ୍ଥିତ ଦର୍ଶକଙ୍କ ତାଳି ଓ ଇଣ୍ଡିଆ ଇଣ୍ଡିଆରେ ଫାଟି ପଢୁଥିଲା ଷ୍ଟାଡିୟମ। ବେଲଜିୟମ ଗୋଲ ଦେଇ ସ୍କୋରକୁ ସମାନ କରିବା ପାଇଁ ଘନଘନ ଆକ୍ରମଣ କରୁଥିଲା। ହେଲେ ସଫଳ ହୋଇ ପାରିନଥିଲା। ସେହିପରି ଭାରତ ମଧ୍ୟ ଆଉଏକ ଗୋଲ ଦେଇ ମ୍ୟାଚକୁ ନିଜ ସପକ୍ଷରେ ନେବା ପ୍ରୟାସରେ ପ୍ରତିଆକ୍ରମଣ କରିଥିଲା। କିନ୍ତୁ ଅଳ୍ପକେ ଗୋଲରୁ ବଞ୍ଚିତ ହେଉଥିଲା। ଫଳରେ ସେହି ୧-୦ ଗୋଲରେ ଭାରତ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟର ବେଲଜିୟମ ପାଇଁ କର ବା ମର ପରିସ୍ଥିତି ଥିଲା। ଗୋଟିଏ ଗୋଲ କରିବାକୁ ଜି-ଜାନ ଲଗାଇଥିଲା। ଭାରତ ଏକାଧିକ ଗୋଲ କରି ସେଫ ସାଇଡରେ ରହିବାକୁ ଉଦ୍ୟମ କରୁଥିଲା। ଏତିକି ବେଳେ ୫୧ତମ ମିନିଟରେ ବେଲଜିୟମକୁ ଏକ ପେନାଲଟି କର୍ଣ୍ଣର ସୁଯୋଗ ମିଳିଥିଲା। କିନ୍ତୁ ବେଲଜିୟମ ଗୋଲ ଦେବାକୁ ସକ୍ଷମ ହୋଇପାରି ନଥିଲା। ଏହାକୁ ସୁନ୍ଦର ଭାବେ ରୋକିଥିଲେ ଭାରତୀୟ ଗୋଲ କିପର ପବନ। ମ୍ୟାଚ୍ ହାତଛଡା ଆଶାରେ ମ୍ୟାଚ ଆଉ ୪ମିନିଟ ବାକି ଥିବାବେଳେ ବେଲଜିୟମ ଗୋଲକିପର ପୋଷ୍ଟ ଛାଡି ବାହାରି ଯାଇଥିଲେ।

୫୭ତମ ମିନିଟରେ ବେଲଜିୟମକୁ ଦ୍ୱିତୀୟ ପେନାଲଟି କର୍ଣ୍ଣର ମିଳିଥିଲା। ତାକୁ ମଧ୍ୟ ଅତି ସୁନ୍ଦର ଭାବେ ଗୋଲ କିପର ପବନ ରୋକି ଦେଇଥିଲେ। ସମୟ ସାରିଥିଲା ରେଫରୀ ହୁଇସିଲ ମାରି ଶେଷ କରିଥିଲେ। ଗ୍ୟାଲେରୀରେ ଉପସ୍ଥିତ ଥିବା ଦର୍ଶକ ତାଳି ମାରି ଜାତୀୟ ପତାକା ଉଡାଇ ଭାରତୀୟ ଖେଳାଳିଙ୍କୁ ଚିୟର ଅପ୍ କରି ଶୁଭେଛା ଜଣାଇଥିଲେ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ବିଷ୍ଣୁକାନ୍ତ ସିଂ।

Hockey Men's Junior World Cup Bhubaneswar 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe