Advertisment

ମହିଳା ଏସିଆ କପ୍ ହକି: ବ୍ରୋଞ୍ଜ ଜିତିଲା ଭାରତ

ନୂଆଦିଲ୍ଲୀ: ଚଳିତ ମହିଳା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଶୁକ୍ରବାର ଖେଳାଯାଇଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୨-୦ ଗୋଲରେ ଚାଇନାକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଭାରତ ପକ୍ଷରୁ ଶର୍ମିଳା ଦେବୀ (୧୩ଶ) ଓ ଗୁରଜିତ୍ କୌର୍ (୧୯ଶ) ଗୋଟିଏ ଲେଖାଏ ଗୋଲ୍ ଦେଇଥିବା ବେଳେ ଚାଇନା ଗୋଟିଏ ବି ଗୋଲ୍ କରିପାରିନଥିଲା। ମସ୍କାଟର ସୁଲତାନ କାବୁସ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ […]

author-image
Ranjit Kumar Jena
ମହିଳା ଏସିଆ କପ୍ ହକି: ବ୍ରୋଞ୍ଜ ଜିତିଲା ଭାରତ

india-hocket

ନୂଆଦିଲ୍ଲୀ: ଚଳିତ ମହିଳା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଶୁକ୍ରବାର ଖେଳାଯାଇଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୨-୦ ଗୋଲରେ ଚାଇନାକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଭାରତ ପକ୍ଷରୁ ଶର୍ମିଳା ଦେବୀ (୧୩ଶ) ଓ ଗୁରଜିତ୍ କୌର୍ (୧୯ଶ) ଗୋଟିଏ ଲେଖାଏ ଗୋଲ୍ ଦେଇଥିବା ବେଳେ ଚାଇନା ଗୋଟିଏ ବି ଗୋଲ୍ କରିପାରିନଥିଲା।

Advertisment

ମସ୍କାଟର ସୁଲତାନ କାବୁସ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଆରମ୍ଭରୁ ଆଟାକିଂ ଆଭିମୁଖ୍ୟ ଆପଣାଇଥିଲା। ପ୍ରଥମ କ୍ୱାର୍ଟରର ୧୩ଶ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଗୋଲରେ ପରିଣତ କରିଥିଲେ ଶର୍ମିଳା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଆକ୍ରମଣ ଜାରି ରହିଥିଲା। ଏହି କ୍ୱାର୍ଟରର ଚତୁର୍ଥ ତଥା ମ୍ୟାଚର ୧୯ଶ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୁରଜିତ୍ ଗୋଲରେ ପରିଣତ କରିଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ଦୁଇଟି ଗୋଲର ମହତ୍ତ୍ୱପୂର୍ଣ୍ଣ ଲିଡ୍ ହାସଲ କରିଥିଲା।

ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ମଧ୍ୟ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଥିଲା। ବିଶେଷକରି ପ୍ରଥମାର୍ଦ୍ଧରେ ଦୁଇଟି ଗୋଲ୍ ଖାଇଥିବା ଚାଇନା ଗୋଲ୍ ପରିଶୋଧ କରିବା ପାଇଁ ଉଦ୍ୟମ କରିଥିଲେ ହେଁ, ଏଥିରେ ଟିମ୍ ବିଫଳ ରହିଥିଲା। ଅନ୍ୟପକ୍ଷରେ ଭାରତ ମଧ୍ୟ ତୃତୀୟ ଗୋଲ୍ କରିବାକୁ ପ୍ରୟାସ କରିଥିଲା। କିନ୍ତୁ ଡିଫେଣ୍ଡିଂ ଚାମ୍ପିୟନ୍ ଟିମକୁ ସଫଳ ମିଳିନଥିଲା। ଏଥିସହ ତୃତୀୟ ଓ ଚତୁର୍ଥ କ୍ୱାର୍ଟର୍ ଗୋଲ୍ ଶୂନ୍ୟ ରହିଥିଲା ଏବଂ ଭାରତ ମୁକାବିଲାକୁ ୨-୦ରେ ଜିତି ନେଇଥିଲା।

Advertisment

ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳର ପ୍ରଦର୍ଶନ ଆଶାମୁତାବକ ରହିନଥିଲା। ପୁଲ୍ ପର୍ଯ୍ୟାୟରେ ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ସହ ସେମିଫାଇଲରେ ସ୍ଥାନ ପକ୍କା କରିଥିଲା। ପୁଲରେ ଭାରତ ପ୍ରଥମ ମ୍ୟାଚରେ ୯-୦ ଗୋଲରେ ମାଲେସିୟାକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଜାପାନ ନିକଟରୁ ୦-୨ରେ ହାରିଥିଲା। ତେବେ ତୃତୀୟ ମୁକାବିଲାରେ ସିଙ୍ଗାପୁରକୁ ୯-୧ ଗୋଲର ବଡ଼ ବ୍ୟବଧାନରେ ହରାଇ ଭାରତ ସେମିରେ ପହଞ୍ଚିଥିଲା। ସେମିରେ ଭାରତ ୨-୩ ଗୋଲରେ ଦକ୍ଷିଣ କୋରିଆ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲା।