Advertisment

ପାକିସ୍ତାନକୁ ଧୋଇଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତୀୟ ପୁରୁଷ ଟିମର ବିଜୟ ଧାରା ଅବ୍ୟାହତ ରହିଛି। ଭାରତ ଆଜି ତା’ର ତୃତୀୟ ମ୍ୟାଚରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ଦ୍ୱିତୀୟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ହରାଇଥିଲା। ତେବେ ଦକ୍ଷିଣ କୋରିଆ ବିପକ୍ଷ ପ୍ରଥମ ମ୍ୟାଚକୁ ଭାରତ ୨-୨ ଗୋଲରେ ଡ୍ର’ କରିଥିଲା। ହେଲେ ଆଜି ଭାରତ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ […]

ଅଦ୍ୟତନ ହୋଇଛି
ପାକିସ୍ତାନକୁ ଧୋଇଲା ଭାରତ

hockey1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତୀୟ ପୁରୁଷ ଟିମର ବିଜୟ ଧାରା ଅବ୍ୟାହତ ରହିଛି। ଭାରତ ଆଜି ତା'ର ତୃତୀୟ ମ୍ୟାଚରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ଦ୍ୱିତୀୟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ହରାଇଥିଲା। ତେବେ ଦକ୍ଷିଣ କୋରିଆ ବିପକ୍ଷ ପ୍ରଥମ ମ୍ୟାଚକୁ ଭାରତ ୨-୨ ଗୋଲରେ ଡ୍ର' କରିଥିଲା। ହେଲେ ଆଜି ଭାରତ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା। ଏହି ବିଜୟ ସହ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହି ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି।

Advertisment

ଢାକାର ମୌଲାନା ଭାସନୀ ହକି ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚର ପ୍ରଥମାର୍ଦ୍ଧରେ ଭାରତ ୧-୦ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ପାକିସ୍ତାନ ଗୋଟିଏ ଗୋଲ୍ ପରିଶୋଧ କରିଥିଲେ ହେଁ ଭାରତ ଆଉ ଦୁଇଟି ଗୋଲ୍‌ ଦେଇ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା।

ପ୍ରଥମ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ୍ ସହ ଲିଡ୍ କରିଥିଲା। ମ୍ୟାଚର ନବମ ମିନିଟରେ ଡ୍ରାଗ୍ ଫ୍ଲିକର୍ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଆକ୍ରମଣ ଜାରି ରହିଥିଲା। କିନ୍ତୁ ଏହି କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ଏହି କ୍ୱାର୍ଟରରେ ଓଡ଼ିଆ ଖେଳାଳି ନୀଲମ ସଞ୍ଜୀପ ଗ୍ରୀନ୍ କାର୍ଡ ପାଇଥିଲେ।

Advertisment

https://twitter.com/TheHockeyIndia/status/1471801451420663810?s=20

ତୃତୀୟ କ୍ୱାର୍ଟରର ପ୍ରଥମ ୧୦ ମିନିଟ୍ ଖେଳ ଗୋଲଶୂନ୍ୟ ରହିଥିଲା। ତେବେ ପରବର୍ତ୍ତୀ ପାଞ୍ଚ ମିନିଟରେ ଉଭୟ ଦଳ ପରସ୍ପରକୁ ଆଟାକ୍ କରିଥିଲେ। ୪୨ତମ ମିନିଟରେ ଆକାଶଦୀପ ସିଂହ ଫିଲ୍ଡ ଗୋଲ୍ ଦେଇ ଭାରତର ଗୋଲ୍ ସଂଖ୍ୟା ୨ରେ ପହଞ୍ଚାଇଥିଲେ। ଏହାର ତିନି ମିନିଟ୍ ବ୍ୟବଧାନରେ ପାକିସ୍ତାନର ଜୁନେଦ୍ ମନଜୁର୍ ନିଜ ଦଳ ପାଇଁ ପ୍ରଥମ ଗୋଲ୍ ପରିଶୋଧ କରିଥିଲେ। ଏଥିସହ ତୃତୀୟ କ୍ୱାର୍ଟର୍ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟରରେ ଅଧିକାଂଶ ସମୟ ବଲ୍ ଭାରତ ନିୟନ୍ତ୍ରଣରେ ରହିଥିଲା। ୫୩ତମ ମିନିଟରେ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ହରମନପ୍ରୀତ ଗୋଲରେ ପରିଣତ କରିଥିଲେ। ଏହି ଗୋଲ୍ ସହ ଭାରତ ମୁକାବିଲାକୁ ୩-୧ରେ ଜିତି ନେଇଥିଲା। ରବିବାର ଭାରତ ତା'ର ଚତୁର୍ଥ ମ୍ୟାଚରେ ଜାପାନକୁ ଭେଟିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe