Advertisment

ମାଟି କାମୁଡ଼ିଲା ପାକିସ୍ତାନ, ବ୍ରୋଞ୍ଜ ଜିତିଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ବୁଧବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ଜବରଦସ୍ତ କମବ୍ୟାକ୍ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଦ୍ୱିତୀୟଥର ଲାଗି ପାକିସ୍ତାନକୁ ହରାଇଛି। ଏହା ପୂର୍ବରୁ ରାଉଣ୍ଡ ରବିନ୍ ମ୍ୟାଚରେ ଭାରତ ୩-୧ ଗୋଲରେ ପାକିସ୍ତାନକୁ ହରାଇଥିଲା। ଆଜି ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ଦ୍ୱିତୀୟ), ସୁମିତ୍ (୪୫ତମ), […]

ଅଦ୍ୟତନ ହୋଇଛି
ମାଟି କାମୁଡ଼ିଲା ପାକିସ୍ତାନ, ବ୍ରୋଞ୍ଜ ଜିତିଲା ଭାରତ

india-vs-pak

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ବୁଧବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ଜବରଦସ୍ତ କମବ୍ୟାକ୍ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଦ୍ୱିତୀୟଥର ଲାଗି ପାକିସ୍ତାନକୁ ହରାଇଛି। ଏହା ପୂର୍ବରୁ ରାଉଣ୍ଡ ରବିନ୍ ମ୍ୟାଚରେ ଭାରତ ୩-୧ ଗୋଲରେ ପାକିସ୍ତାନକୁ ହରାଇଥିଲା। ଆଜି ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ଦ୍ୱିତୀୟ), ସୁମିତ୍ (୪୫ତମ), ବରୁଣ କୁମାର (୫୪ତମ), ଆକାଶଦୀପ ସିଂହ (୫୭ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଛନ୍ତି।

Advertisment

ଚଳିତ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଶ୍ରେଷ୍ଠ ଦଳ ଭାରତ ରାଉଣ୍ଡ ରବିନ୍ ପରେ ପଏଣ୍ଟ ଟେବୁଲର ଶୀର୍ଷରେ ରହି ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା। ଟାଇଟଲର ସବୁଠାରୁ ମଜଭୁତ୍ ଦାବିବାର ଭାରତ ସେମିଫାଇନାଲରେ ଜାପାନ ନିକଟରୁ ୫-୩ ଗୋଲରେ ହାରି ନିରାଶ କରିଥିଲା। ଯାହା ପରେ ଟିମ୍ ତୃତୀୟ ସ୍ଥାନ ମ୍ୟାଚରେ ଆଜି ପାକିସ୍ତାନକୁ ଭେଟିଥିଲା। ଅନ୍ୟପଟେ ପାକିସ୍ତାନ ସେମି ମୁକାବିଲାରେ ଦକ୍ଷିଣ କୋରିଆ ନିକଟରୁ ୫-୬ ଗୋଲରେ ହାରିଯାଇଥିଲା।

https://twitter.com/ddsportschannel/status/1473609701447274497?s=20

ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଖେଳାଯାଇଥିବା ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ ଆରମ୍ଭରୁ ଭାରତକୁ ସଫଳତା ମିଳିଥିଲା। ୨ୟ ମିନିଟରେ ଭାଇସ୍-କ୍ୟାପଟେନ୍ ହରମନପ୍ରୀତ ସିଂହ ଗୋଟିଏ ଗୋଲ୍ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମ କ୍ୱାର୍ଟରର ଦଶମ ମିନିଟରେ ପାକିସ୍ତାନର ଅଫରାଜ ଗୋଲ୍ ପରିଶୋଧ କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ଯେଉଁ କାରଣରୁ ପ୍ରଥମାର୍ଦ୍ଧ ସୁଦ୍ଧା ସ୍କୋର ୧-୧ ରହିଥିଲା।

Advertisment

ତୃତୀୟ କ୍ୱାର୍ଟର ଆରମ୍ଭରୁ ପାକିସ୍ତାନ ଜୋରଦାର ଆକ୍ରମଣ କରିଥିଲା। ମ୍ୟାଚରେ ୩୩ତମ ମିନିଟରେ ଅବଦୁଲ ରାଣା ଗୋଟିଏ ଗୋଲ୍ ଦେଇ ପାକିସ୍ତାନକୁ ୨-୧ରେ ଆଗୁଆ କରାଇଥିଲେ। ୪୫ତମ ମିନିଟରେ ସୁମିତ୍ ଗୋଲ୍ ପରିଶୋଧ କରିବାରେ ସଫଳ ହୋଇଥିଲେ।

https://twitter.com/ddsportschannel/status/1473615787759861761?s=20

ଚତୁର୍ଥ କ୍ୱାର୍ଟରରେ ଭାରତ ଦୁଇଟି ଗୋଲ୍ ଦେଇଥିବା ବେଳେ ପାକିସ୍ତାନ ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ୫୪ତମ ମିନିଟରେ ବରୁଣ କୁମାରଙ୍କ ଗୋଲ୍ ବଳରେ ଭାରତ ୩-୨ରେ ଆଗୁଆ ହୋଇଥିଲା। ଏହା ପରେ ୫୭ତମ ମିନିଟରେ ଆକାଶଦୀପ ସିଂହ ଗୋଲ୍ ଦେଇ ସ୍କୋରକୁ ୪-୨ରେ ପହଞ୍ଚାଇଥିଲେ। ତୁରନ୍ତ ପାକିସ୍ତାନ ଆଟାକ୍ କରି ତୃତୀୟ ଗୋଲ୍ ସ୍କୋର କରିଥିଲା।

ଅହମ୍ମଦ ନଦୀମ (୫୭ତମ) ଏହି ଗୋଲଟି ଦେଇଥିଲେ। ଶେଷ ଦୁଇ ମିନିଟରେ ପାକିସ୍ତାନ ମ୍ୟାଚ୍ ବରାବର କରିବାକୁ ଭରପୂର ପ୍ରୟାସ କରିଥିଲେ ହେଁ ଏଥିରେ ସେମାନେ ସଫଳ ହୋଇନଥିଲେ। ଫଳରେ ଭାରତ ମୁକାବିଲାକୁ ୪-୩ ଗୋଲରେ ଜିତି ନେଇଥିଲା। ଭାରତ କ୍ୟାପଟେନ୍ ମନପ୍ରୀତ ସିଂହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe