ପୋଲାଣ୍ଡକୁ ହରାଇ ଜୁନିୟର ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର-( ନିରଞ୍ଜନ ରେଡ୍ଡୀ ) କଳିଙ୍ଗ ଷ୍ଟାଡିୟମ ରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। ଆସନ୍ତା ୧ତାରିଖରେ ବେଲଜିୟମ ଓ ଭାରତ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ।  ବିଶ୍ୱକପର ପ୍ରଥମ ଦିନରେ ଭାରତ ଫ୍ରାନ୍ସ ଠାରୁ ୫-୪ଗୋଲରେ ପରାସ୍ତ ହୋଇ ଓଡ଼ିଶା ହକି […]

FFNbB8mUcAUl2ya

FFNbB8mUcAUl2ya

Hemant Lenka
  • Published: Saturday, 27 November 2021
  • Updated: 27 November 2021, 09:37 PM IST

Sports

Latest News

ଭୁବନେଶ୍ୱର-( ନିରଞ୍ଜନ ରେଡ୍ଡୀ ) କଳିଙ୍ଗ ଷ୍ଟାଡିୟମ ରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। ଆସନ୍ତା ୧ତାରିଖରେ ବେଲଜିୟମ ଓ ଭାରତ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ। 

ବିଶ୍ୱକପର ପ୍ରଥମ ଦିନରେ ଭାରତ ଫ୍ରାନ୍ସ ଠାରୁ ୫-୪ଗୋଲରେ ପରାସ୍ତ ହୋଇ ଓଡ଼ିଶା ହକି ଦର୍ଶକଙ୍କୁ ନିରାଶ କରିଥିଲା। ହେଲେ ଦ୍ୱିତୀୟ ମ୍ୟାଚରେ କାନାଡାକୁ ୧୩-୧ ଗୋଲ ରେ ହରାଇ କ୍ୱାର୍ଟର ଫାଇନାଲ୍ ରେସକୁ ଆସିଥିଲା ଭାରତ। କ୍ୱାର୍ଟର ଫାଇନାଲ୍ ଟିକେଟ ହାତେଇବାକୁ ଭାରତ ପାଇଁ ପୋଲାଣ୍ଡ ବିପକ୍ଷ ମ୍ୟାଚ ଥିଲା କର ବା ମର ପରିସ୍ଥିତି।

ତେଣୁ ଫୁଲ ଦମ ନେଇ ଭାରତୀୟ ଖେଳାଳି ପଡ଼ିଆକୁ ଓହ୍ଲାଇ ଥିଲେ। ଫାଷ୍ଟ ହାଫ ଭାରତ ସୁଇମିଙ୍ଗ ପୁଲ ଗୋଲ ପୋଷ୍ଟ ପଟୁ ଖେଳ ଆରମ୍ଭ କରିଥିଲା। ହ୍ୱିସିଲ ବାଜିବାର ୪ମିନିଟ ମଧ୍ୟରେ ପ୍ରଥମ ପେନାଲିଟି କର୍ଣ୍ଣର ଭାରତକୁ ମିଳିଥିଲା। ଏହାକୁ ସଂଜୟ ଗୋଲରେ ପରିଣତ କରି ଦଳୀୟ ସ୍କୋରକୁ ୧-୦ ଆଗୁଆ କରି ଦେଇଥିଲେ।

ଏହାପରେ ବି ଭାରତ ଘନ ଘନ ଆକ୍ରମଣ ଜାରି ରଖିଥିଲା। ୮ମ ମିନିଟରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ତା’କୁ ଡ୍ରାଗ ଫ୍ଲିକର ହୁଣ୍ଡାଲ ଅରାଇଜିତ ସିଂହ ଅତି ସୁନ୍ଦର ଭାବେ ଗୋଲରେ ପରିଣତ କରି ଦଳୀୟ ସ୍କୋରକୁ ୨-୦କୁ ବୃଦ୍ଧି କରିଥିଲେ। ଏହି କ୍ୱାର୍ଟରରେ ପୋଲାଣ୍ଡକୁ ଏକ ପେନାଲ୍ଟି କର୍ଣ୍ଣରର ସୁଯୋଗ ମିଳିଥିଲେ ସୁଦ୍ଧା ଭାରତୀୟ ଗୋଲ କିପର ପ୍ରଶାନ୍ତ ଚୌହାନ ହାତରେ ବଲକୁ ଠେଲି ବାହାରକୁ ପଠାଇ ଦେଇଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଆକ୍ରମଣ ଜାରି ରଖିଥିଲା। ମାତ୍ର ଗୋଟିଏ ଗୋଲ ହୋଇଥିଲା। ଓଡ଼ିଆ ହକି ତାରକା ସୁଦୀପ ଚିରମାକୋ ପୋଲାଣ୍ଡର ଡିଫେଣ୍ଡରଙ୍କୁ ଅତିକ୍ରମ କରି ସୁନ୍ଦର ଭାବେ ଫିଲ୍ଡ ଗୋଲ କରି ହାଫ ଟାଇମ ଶେଷ ସୁଦ୍ଧା ଦଳୀୟ ସ୍କୋରକୁ ୩-୦ କରି ଦେଇଥିଲେ।

ତୃତୀୟ କ୍ୱାର୍ଟରରେ ବି ପୋଲାଣ୍ଡକୁ ବିଶ୍ରାମ ଦେଇନଥିଲା ଭାରତ। ଏହି କ୍ୱାର୍ଟରରେ ବି ୩ଟି ଗୋଲ ସ୍କୋର କରିଥିଲା ଭାରତ। ୩୪
ମିନିଟରେ ଉତ୍ତମ ସିଂହ ଗୋଲ ଦେଇଥିବା ବେଳେ ତିୱାରୀ ଶରଦାନନ୍ଦ ୩୮ ମିନିଟରେ ପାଇଥିବା ଏକ ପେନାଲ୍ଟି କର୍ଣ୍ଣରୁକୁ ଗୋଲରେ ପରିଣତ କରି ଦଳୀୟ ସ୍କୋର କୁ ୫-୦ରେ ପହଞ୍ଚାଇଥିଲେ।

୪୧ ମିନିଟରେ ଓଡ଼ିଶା ହକିର ସମ୍ଭାବନା ସୁଦୀପ ଆଉ ଏକ ଫିଲ୍ଡ ଗୋଲ ଜରିଆରେ ଭାରତର ଦଳୀୟ ସ୍କୋରକୁ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ୬-୦କୁ ନେଇଥିଲେ। ଏଥିସହ ସେ ଏହି ମ୍ୟାଚ୍‌ରେ ନିଜର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ।

ଚତୁର୍ଥ କ୍ୱାର୍ଟରରେ ପୋଲାଣ୍ଡ ଘନ ଘନ ଆକ୍ରମଣ କରି ଅନେକ ପେନାଲ୍ଟି କର୍ଣ୍ଣର ପାଇଥିଲେ ସୁଦ୍ଧା ଗୋଟିଏ ମାତ୍ର ଗୋଲରେ ପରିଣତ କରିପାରିଥିଲା। ୫୦ତମ ମିନିଟରେ ରୁତକୋସ୍କି ଗୋଲ କରିବାକୁ ସକ୍ଷମ ହୋଇଥିଲେ। ପୁଣି ୫୩ ମିନିଟରେ ରୋବର୍ଟ ପବ୍ଲକ ଅତି ସୁନ୍ଦର ଭାବେ ଫିଲ୍ଡ ଗୋଲ ଦେଇ ଦଳୀୟ ସ୍କୋର କୁ ୨-୬ରେ ପହଞ୍ଚାଇ ଥିଲେ।

ତେବେ ଭାରତ ପୁଣି ପାଲଟା ଆକ୍ରମଣ କରି ୫୮ ମିନିଟରେ ଆଉ ଏକ ଗୋଲ ଦେଇଥିଲା। ସଞ୍ଜୟ ତାଙ୍କର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରିଥିବା ବେଳେ ଭାରତର ଏହା ଥିଲା ସପ୍ତମ ଗୋଲ। ମ୍ୟାଚ ଶେଷ ହେବାକୁ କେହି ସେକେଣ୍ଡ ବାକିଥିବା ବେଳେ ହୁଣ୍ଡାଲ ଅରାଇଜିତ ସିଂହ ତାଙ୍କର ଦ୍ୱିତୀୟ ଗୋଲ ସ୍କୋର କରି ଭାରତକୁ ୮-୨ଗୋଲରେ ପୋଲାଣ୍ଡ ବିପକ୍ଷରେ ଜିତାଇ ଥିଲେ।

ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ଓଡ଼ିଆ ଖେଳାଳି ସୁଦୀପ ଚିରମାକୋ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଆସନ୍ତା ଏକ ତାରିଖରେ ସମସ୍ତ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story