Advertisment

ଦିଲପ୍ରୀତଙ୍କ ହ୍ୟାଟ୍ରିକ୍, ବିଜୟ ସ୍ୱାଦ ଚାଖିଲା ଭାରତ

ନୂଆଦିଲ୍ଲୀ: ଷ୍ଟ୍ରାଇକର୍ ଦିଲପ୍ରୀତ ସିଂହଙ୍କ ହ୍ୟାଟ୍ରିକ୍ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ୍ ଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତ ବୁଧବାର ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ହରାଇ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଦିଲପ୍ରୀତ (ଦ୍ୱାଦଶ, ୨୨ତମ, ୪୫ତମ) ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିବା ବଳେ ଜରମନପ୍ରୀତ ସିଂହ (୩୩ତମ, ୪୩ତମ) ଦୁଇଟି, ଲଲିତ ଉପାଧ୍ୟାୟ (୨୯ତମ), ଆକାଶଦୀପ ସିଂହ (୫୪ତମ) ମନଦୀପ ମୋର […]

ଦିଲପ୍ରୀତଙ୍କ ହ୍ୟାଟ୍ରିକ୍, ବିଜୟ ସ୍ୱାଦ ଚାଖିଲା ଭାରତ

hockey

Advertisment

ନୂଆଦିଲ୍ଲୀ: ଷ୍ଟ୍ରାଇକର୍ ଦିଲପ୍ରୀତ ସିଂହଙ୍କ ହ୍ୟାଟ୍ରିକ୍ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ୍ ଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତ ବୁଧବାର ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ହରାଇ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଦିଲପ୍ରୀତ (ଦ୍ୱାଦଶ, ୨୨ତମ, ୪୫ତମ) ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିବା ବଳେ ଜରମନପ୍ରୀତ ସିଂହ (୩୩ତମ, ୪୩ତମ) ଦୁଇଟି, ଲଲିତ ଉପାଧ୍ୟାୟ (୨୯ତମ), ଆକାଶଦୀପ ସିଂହ (୫୪ତମ) ମନଦୀପ ମୋର (୫୫ତମ) ଓ ହରମନପ୍ରୀତ ସିଂହ (୫୭ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଛନ୍ତି।

Advertisment

ପ୍ରଥମାର୍ଦ୍ଧରେ ଭାରତ ୩-୦ ଗୋଲରେ ଆଗୁଆ ରହିଥିଲା। ମ୍ୟାଚ୍ ଆରମ୍ଭରୁ ଭାରତ ଆକ୍ରମଣ କରିଥିଲା। ଦ୍ୱାଦଶ ମିନିଟରେ ଦିଲପ୍ରୀତ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଦୁଇଟି ଗୋଲ୍ ଦେଇଥିଲା। ୨୨ତମ ମିନିଟରେ ଦିଲପ୍ରୀ ନିଜର ଦ୍ୱିତୀୟ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ। ୨୯ତମ ମିନିଟରେ ଲଲିତ ଉପାଧ୍ୟୟ ପେନାଲ୍ଟି କର୍ଣ୍ଣରକୁ ଗୋଲରରେ ପରିଣତ କରିଥିଲେ।

ତୃତୀୟ କ୍ୱାର୍ଟରରେ ଭାରତ ତିନୋଟି ଗୋଲ୍ ଦେଇଥିଲା। ୩୧ତମ ଓ ୪୩ତମ ମିନିଟରେ ଜରମନପ୍ରୀତ ଲଗାତର ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇଥିଲେ। ୪୪ତମ ମିନିଟରେ ଦିଲପ୍ରୀତ ଫିଲ୍ଡ ଗୋଲ୍ ଜରିଆରେ ନିଜର ହ୍ୟାଟ୍ରିକ୍ ତଥା ଭାରତ ପାଇଁ ଷଷ୍ଠ ଗୋଲ୍ ସ୍କୋର କରିଥିଲେ। ଚତୁର୍ଥ କ୍ୱାର୍ଟରରେ ମଧ୍ୟ ଭାରତ ତିନୋଟି ଗୋଲ୍ ସ୍କୋର କରିଥିଲା। ୫୪ତମ ମିନିଟରେ ଆକାଶଦୀପ ସିଂହ ଫିଲ୍ଡ ଗୋଲ୍ ଦେଇଥିବା ବେଳେ ପରବର୍ତ୍ତୀ ମିନିଟରେ ମନଦୀପ ମୋର୍ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ୫୭ତମ ମିନିଟରେ ଭାରତକୁ ମିଳିଥିବା ଆଉ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ ହରମନପ୍ରୀତ ସିଂହ।

Advertisment

ମଙ୍ଗଳବାର ଭାରତ ତା’ର ପ୍ରଥମ ମ୍ୟାଚରେ କୋରିଆ ସହ ୨-୨ ଗୋଲରେ ଡ୍ର’ ଖେଳିଥିଲା। ଆସନ୍ତା ୧୭ ତାରିଖରେ ଭାରତ ତା’ର ତୃତୀୟ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe