Advertisment

ସଞ୍ଜୟ ଓ ଅରାଇଜିତଙ୍କ ହ୍ୟାଟ୍ରିକ ଗୋଲରେ ଭାରତର ବିଶାଳ ବିଜୟ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ପ୍ରଥମ ମ୍ୟାଚରେ ହାରିଥିବା ଆୟୋଜକ ଭାରତ ଚଳିତ ଜୁନିୟର ହକି ବିଶ୍ୱକପରେ ଜବରଦସ୍ତ କମବ୍ୟାକ୍ କରିଛି। ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଆଜି ତା’ର ଦ୍ୱିତୀୟ ମ୍ୟାଚରେ କାନାଡାକୁ ୧୩-୧ର ବୃହତ ଗୋଲ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ନକଆଉଟ୍ ଆଶା ଉଜ୍ଜୀବିତ କରିଛି। ଏହା ପୂର୍ବରୁ ଭାରତ ୧୯୮୨ରେ ୧୩-୦ ଗୋଲରେ ବିଜୟ ଲାଭ କରିଥିଲା। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ହକିର ପ୍ରଥମ ଲିଗ ମ୍ୟାଚରେ ଫ୍ରାନ୍ସ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସଞ୍ଜୟ ଓ ଅରାଇଜିତଙ୍କ ହ୍ୟାଟ୍ରିକ ଗୋଲରେ ଭାରତର ବିଶାଳ ବିଜୟ

india

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ପ୍ରଥମ ମ୍ୟାଚରେ ହାରିଥିବା ଆୟୋଜକ ଭାରତ ଚଳିତ ଜୁନିୟର ହକି ବିଶ୍ୱକପରେ ଜବରଦସ୍ତ କମବ୍ୟାକ୍ କରିଛି। ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଆଜି ତା’ର ଦ୍ୱିତୀୟ ମ୍ୟାଚରେ କାନାଡାକୁ ୧୩-୧ର ବୃହତ ଗୋଲ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ନକଆଉଟ୍ ଆଶା ଉଜ୍ଜୀବିତ କରିଛି। ଏହା ପୂର୍ବରୁ ଭାରତ ୧୯୮୨ରେ ୧୩-୦ ଗୋଲରେ ବିଜୟ ଲାଭ କରିଥିଲା।

Advertisment

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ହକିର ପ୍ରଥମ ଲିଗ ମ୍ୟାଚରେ ଫ୍ରାନ୍ସ ବିପକ୍ଷରେ ୪-୫ଗୋଲରେ ହାରିଥିବା ଡିଫେଣ୍ଡିଂ ଚମ୍ପିୟନ ତଥା ଆୟୋଜକ ଭାରତ ପାଇଁ ଆଜି ଥିଲା କର ବା ମର ପରିସ୍ଥିତି। ସାମ୍ନାରେ ଥିଲା ଦୁର୍ବଳ କାନାଡା। କ୍ୱାର୍ଟର ଫାଇନାଲକୁ କ୍ୱାଲିଫାଏ କରିବାକୁ ହେଲେ କାନାଡ଼ା ମ୍ୟାଚ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା। ସେହି ଅନୁସାରେ ଟିମର ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ କାନାଡା ପାଇଁ ନୂଆ ରଣନୀତି ଦେଇ ଖେଳାଳିଙ୍କୁ ପଡିଆକୁ ଛାଡି ଥିଲେ। ସେହି ଅନୁସାରେ ଭାରତୀୟ ଖେଳାଳି ମାନେ ଆଗ୍ରେସିଭ୍ ମୁଡରେ ରହି ପ୍ରଥମ କ୍ୱାର୍ଟରର ଷଷ୍ଠ ମିନିଟରେ ଗୋଲ କରିଥିଲେ। ଦଳ ପକ୍ଷରୁ ଉତ୍ତମ ସିଂହ ଗୋଲ ସ୍କୋର କରି କାନାଡ଼ାକୁ ଆରମ୍ଭ ରୁ ହିଁ ଚାପରେ ରଖିଥିଲେ। ଉତ୍ତମଙ୍କ ସହ ହାତ ମିଳାଇ ଭାରତ କ୍ୟାପଟେନ ବିବେକ ସାଗର ପ୍ରସାଦ ୮ମିନିଟରେ ଦଳ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୨-୦ଗୋଲରେ ଆଗୁଆ ରହିଥିଲା।

Image

ଦ୍ୱିତୀୟ କ୍ୱାର୍ଟରରେ ପୁଣି ସେହି ଆଟାକିଂ ମୁଡରେ ଥିଲେ ଭାରତୀୟ ଖେଳାଳି। ୧୭ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣରର ସୁଯୋଗ ମିଳିଥିଲା। ତାହା ପେନାଲ୍ଟି ସୁଟ ଆଉଟ ଜରିଆରେ ଷ୍ଟ୍ରାଇକର ସଞ୍ଜୟ ଦଳ ପାଇଁ ତୃତୀୟ ଗୋଲ ଦେଇଥିଲେ। ୨୭ମିନିଟରେ ମନିନ୍ଦର ସିଂ ଅତି ସୁନ୍ଦର ଭାବେ କାନାଡାର ଡିଫେନ୍ସ ଖେଳାଳିଙ୍କୁ ଚକମା ଦେଇ ଗୋଲ ଦେଇଥିଲେ। ଠିକ୍ ୩୦ମିନିଟ ବେଳକୁ କାନାଡା ଏକ ପେନାଲିଟି କର୍ଣ୍ଣର ସୁଯୋଗ ସୃଷ୍ଟି କରି ତାକୁ ଅତି ସୁନ୍ଦର ଭାବେ ଗୋଲରେ ପରିଣତ କରି ଥିଲେ। କାନାଡାର ଖ୍ରୀଷ୍ଟୋଫର ଟାର୍ଡିଫ୍ ଏହି ଗୋଲଟି ଦେଇଥିଲେ। ଏଥିସହ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୪-୧ ଗୋଲରେ ଆଗୁଆ ରହିଥିଲା।

Advertisment

Image

ପାର୍ଶ୍ୱ ପରିବର୍ତ୍ତନ କରି ତୃତୀୟ କ୍ୱାର୍ଟର ଖେଳିବାକୁ ଓହ୍ଲାଇ ଥିଲେ ଉଭୟ ଦଳ। ଏହି କ୍ୱାର୍ଟରରେ ଭାରତ ୩ଟି ଗୋଲ ଦେବାରେ ସକ୍ଷମ ହୋଇଥିଲା। ପୂରା ୧୫ମିନିଟ କାନାଡା ପାର୍ଶ୍ୱରେ ଭାରତୀୟ ଖେଳାଳି ମାନେ ବଲକୁ ରଖି କାନାଡାକୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ଏହି କ୍ୱାର୍ଟରର ୨ମିନିଟ ବା ମ୍ୟାଚର ୩୨ମିନିଟରେ ଭାରତକୁ ମିଳିଥିବା ତୃତୀୟ ପେନାଲଟି କର୍ଣ୍ଣରକୁ ଗୋଲରେ ରୂପାନ୍ତରିତ କରିଥିଲେ ଡ୍ରାଗଫ୍ଲିକର ସଞ୍ଜୟ। ୩୫ମିନିଟରେ ଭାରତକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା, ତାକୁ ଡ୍ରାଗ ଫ୍ଲିକର ଶାରଦାନନ୍ଦ ତିୱାରୀ ଅତି ଚମତ୍କାର ଭାବେ ଗୋଲ ପୋଷ୍ଟକୁ ପ୍ରବେଶ କରାଇଥିଲେ। ପୁଣି ୪୦ମିନିଟ ରେ ଭାରତ କୁ ମିଳିଥିବା ଆଉଏକ ପେନାଲଟି କର୍ଣ୍ଣରକୁ ଅରାଇଜିତ ସିଂ ହୁଣ୍ଡାଲ ଗୋଲରେ ପରିଣତ କରି ଦଳୀୟ ଗୋଲ ସ୍କୋରକୁ ବଢ଼ାଇ ଥିଲେ। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୭-୧ ଗୋଲରେ ଆଗୁଆ ରହିଥିଲା।

Image

ତୃତୀୟ କ୍ୱାର୍ଟର ସୁଦ୍ଧା ମ୍ୟାଚକୁ ନିଜ ସପକ୍ଷରେ ରଖିଥିବା ଭାରତ ଚତୁର୍ଥ କ୍ୱାର୍ଟରରେ ଢିଲା ଦେଇ ନଥିଲା। ଏହି କ୍ୱାର୍ଟରରେ ଭାରତ ୬ଟି ଗୋଲ କରିବାକୁ ସକ୍ଷମ ହୋଇଥିଲା। ୪୭ମିନିଟରେ ଷ୍ଟ୍ରାଇକର ଉତ୍ତମ ସିଂହ ଅଷ୍ଟମ ଗୋଲ ଦେଇଥିବା ବେଳେ ୫୦ମିନିଟରେ ହୁଣ୍ଡାଲ ଦଳ ପାଇଁ ନବମ ଗୋଲ ଦେଇଥିଲେ। ପୁଣି ଏକ ମିନିଟ ବ୍ୟବଧାନରେ ଅର୍ଥାତ ୫୧ ମିନିଟରେ ହୁଣ୍ଡାଲ ଦଳୀୟ ଦଶମ ଗୋଲ ସ୍କୋର କରିବା ସହ ନିଜର ବ୍ୟକ୍ତିଗତ ତୃତୀୟ ଗୋଲ ବା ହ୍ୟାଟ୍ରିକ ପୂରଣ କରିଥିଲେ।

Image

ପୁଣି ୫୩ ମିନିଟରେ ଭାରତକୁ ମିଳିଥିଲା ପେନାଲଟି କର୍ଣ୍ଣର। ତାକୁ ଗୋଲରେ ରୂପାନ୍ତରିତ କରିଥିଲେ ଶାରଦାନନ୍ଦ। ୫୫ମିନିଟରେ ମଧ୍ୟ ଭାରତକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ତାକୁ ଓଡ଼ିଆ ଡ୍ରାଗଫ୍ଲିକର ଅଭିଷେକ ଲାକ୍ରା ଗୋଲରେ ପରିଣତ କରିଥିଲେ। ଏହା ଅଭିଷେକଙ୍କ ପ୍ରଥମ ଗୋଲଥିବା ବେଳେ ଭାରତର ଦ୍ୱାଦଶ ଗୋଲ୍ ଥିଲା। ୫୯ମିନିଟରେ ଭାରତକୁ ଆଉ ଏକ ପେନାଲିଟ କର୍ଣ୍ଣର ସୁଯୋଗ ମିଳିଥିଲା। ଡ୍ରାଗ ଫ୍ଲିକର ସଞ୍ଜୟ ଏହାକୁ ଗୋଲରେ ରୂପାନ୍ତରିତ କରି ବ୍ୟକ୍ତିଗତ ତୃତୀୟ ଗୋଲ ଏବଂ ଦଳଗତ ୧୩ତମ ଗୋଲ ଦେଇ ଭାରତକୁ ବିପୁଳ ଗୋଲ ବ୍ୟବଧାନରେ ଜିତାଇଲେ। ହ୍ୟାଟ୍ରିକ ବା ୩ଟି ଗୋଲ ସ୍କୋର କରିଥିବା ହୁଣ୍ଡାଲ ଅରାଇଜିତ ସିଂ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଭାରତ ତାର ତୃତୀୟ ଲିଗ ମ୍ୟାଚ୍ ଆସନ୍ତା ୨୭ ତାରିଖରେ ପୋଲାଣ୍ଡକୁ ଭେଟିବ।

Hockey Men's Junior World Cup Bhubaneswar 2021