Advertisment

କାନାଡାକୁ ୮-୦ରେ ହରାଇ ଟେବୁଲ ଟପରେ ଭାରତ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ନିଶ୍ଚିତ ବିଜୟକୁ ଡ୍ରରେ ଶେଷ କରିଥିବା ଭାରତୀୟ ପୁରୁଷ ହକି ଟିମ ଆଜି ତା’ର ଜଲୱା ଦେଖାଇଛି। ମନପ୍ରୀତ ସିଂହଙ୍କ ଭାରତୀୟ ଟିମ୍‌ କାନାଡାକୁ ୮-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଦଳ ବୁଲ୍‌ ବି’ର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଏଥିସହ ସେମି ଫାଇନାଲରେ ନିଜର ସ୍ଥାନ ଏକ ପ୍ରକାରର ସୁରକ୍ଷିତ କରି ନେଇଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଓ ଆକାଶଦୀପ ସିଂହ ଦୁଇଟି ଲେଖାଏ ଗୋଲ […]

କାନାଡାକୁ ୮-୦ରେ ହରାଇ ଟେବୁଲ ଟପରେ ଭାରତ

Hockey1

Advertisment

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ନିଶ୍ଚିତ ବିଜୟକୁ ଡ୍ରରେ ଶେଷ କରିଥିବା ଭାରତୀୟ ପୁରୁଷ ହକି ଟିମ ଆଜି ତା’ର ଜଲୱା ଦେଖାଇଛି। ମନପ୍ରୀତ ସିଂହଙ୍କ ଭାରତୀୟ ଟିମ୍‌ କାନାଡାକୁ ୮-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଦଳ ବୁଲ୍‌ ବି’ର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଏଥିସହ ସେମି ଫାଇନାଲରେ ନିଜର ସ୍ଥାନ ଏକ ପ୍ରକାରର ସୁରକ୍ଷିତ କରି ନେଇଛି।

Advertisment

ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଓ ଆକାଶଦୀପ ସିଂହ ଦୁଇଟି ଲେଖାଏ ଗୋଲ ସ୍କୋର କରିଥିବା ବେଳେ ଓଡ଼ିଆ ତାରକା ଅମିତ ରୋହିଦାସ, ମନଦୀପ ସିଂହ, ଗୁରଜନ୍ତ ସିଂହ ଓ ଲଳିତ ଉପାଧ୍ୟୟ ଗୋଟିଏ ଲେଖାଏ ଗୋଲ ଦେଇ ଭାରତକୁ ଏକ ପାଖିଆ ବିଜୟ ଭେଟି ଦେଇଛନ୍ତି।

ପ୍ରଥମ କ୍ୱାର୍ଟରରେ ଭାରତ ଦମଦାର ଖେଳ ଦେଖାଇଥିଲା। କ୍ରମାଗତ ଭାବେ ଦଳ କାନାଡାର ଡି’ ଅଞ୍ଚଳରେ ପ୍ରବେଶ କରି ଚାପ ସୃଷ୍ଟି କରିଥିଲା। ତେବେ ମ୍ୟାଚର ୫ମ ମିନିଟରେ ଭାରତକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଏହାକୁ ଭାରତ ଗୋଲରେ ପରିଣତ କରି ପାରି ନଥିଲା। ହେଲେ ୭ମ ମିନିଟରେ ମିଲିଥିବା ପେନାଲ୍ଟିକୁ ହରମନପ୍ରୀତ ସିଂହ ହାତ ଛଡ଼ା କରି ନଥିଲେ।

Advertisment

ସେ ଏହାକୁ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। ମ୍ୟାଚର ୯ମ ମିନିଟରେ ଓଡ଼ିଆ ତାରକା ଅମିତ ରୋହିଦାସ ଚମତ୍କାର ଫିଲ୍ଡ ଗୋଲ କରି ଏହି ଲିଡକୁ ୨-୦ କରିଦେଇଥିଲେ।

ଆତ୍ମବିଶ୍ୱାସ ସହ ଦ୍ୱିତୀୟ କ୍ୱାର୍ଟର ଆରମ୍ଭ କରିଥିବା ଭାରତୀୟ ଟିମ୍‌ ତୁରନ୍ତ ଆଉ ଗୋଟିଏ ଗୋଲ କରିଥିଲା। ଏହି ଗୋଲଟି ମ୍ୟାଚ୍‌ର ୨୦ତମ ମିନିଟରେ ଲଳିତ ଉପାଧ୍ୟାୟଙ୍କ ଷ୍ଟିକରୁ ଆସିଥିଲା। ଦ୍ୱିତୀୟ କ୍ୱାର୍ଟରର ୧୨ତମ ମିନିଟରେ ଗୁରଜନ୍ତ ଗୋଲ କରି ସ୍ଥିତି ୪-୦ କରିଥିଲା। ମ୍ୟାଚର ୩୮ତମ ମିନିଟରେ ଆକାଶଦୀପଙ୍କ ଦମଦାର ଶଟ ଭାରତକୁ ୫-୦ରେ ଆଗୁଆ କରି ଦେଇଥିଲେ।

୫-୦ରେ ଲିଡ ପାଖରେ ଥିଲେ ମଧ୍ୟ ଗ୍ରାହମ ରେଇଡଙ୍କ ଟିମ୍‌ ଚାପ ସୃଷ୍ଟି କରିବାକୁ ଭୁଲି ନଥିଲା। ଏହାର ଲାଭ ୪ର୍ଥ କ୍ୱାର୍ଟରରେ ମିଳିଥିଲା। ଶେଷ ୧୫ ମିନିଟରେ ଭାରତୀୟ ଟିମ୍‌ ୩ଟି ଗୋଲ ସ୍କୋର କରିଛି। ୪ର୍ଥ କ୍ୱାର୍ଟରର ପ୍ରଥମ ଗୋଲ ହରମନପ୍ରୀତ ସିଂହ ପିସି ଜରିଆରେ ହାସଲ କରିଥିଲେ। ଏହାପରେ ମ୍ୟାଚ୍‌ ସିରିବାକୁ ୩ ମିନିଟ ବାକିଥିବା ବେଳେ ମନଦୀପ ସିଂହ ଫିଲ୍ଡ ଗୋଲ ସ୍କୋର କରି ସ୍ଥିତିକୁ ୭-୦ କରିଥିଲେ। ଶେଷ ମିନିଟରେ ଆକାଶଦୀପ ସିଂହ ପୁଣି ଗୋଲ ସ୍କୋର କରି ଭାରତକୁ ୮-୦ରେ ବିଜୟୀ କରାଇଥିଲେ।

ଭାରତୀୟ ହକି ଟିମ ଆସନ୍ତାକାଲି ୱେଲ୍ସ ବିପକ୍ଷରେ ନିଜର ଅନ୍ତିମ ଗ୍ରୁପ ମ୍ୟାଚ୍‌ ଖେଳିବ। ମନପ୍ରୀତ ସିଂହଙ୍କ ଟିମ ପ୍ରଥମ ମ୍ୟାଚରେ ଘାନାକୁ ୧୧-୦ରେ ହରାଇଥିଲା। ଏହାପରେ ଇଂଲଣ୍ଡ ସହ ମ୍ୟାଚ୍‌କୁ ୪-୪ରେ ଡ୍ର ରଖିଥିଲା। ଏବେ କାନାନାଡକୁ ଦଳ ୮-୦ରେ ହରାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe