Advertisment

ହକି ବିଶ୍ୱକପ୍‌: ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର

ରାଉରକେଲା(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍‌ରେ ଆଜି ଖେଳା ଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର ହୋଇଛି। ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଉଭୟ ପକ୍ଷ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ପଏଣ୍ଟ ସମାନ ହୋଇଥିଲେ ହେଁ ଟେବୁଲ ଶୀର୍ଷରେ ଇଂଲଣ୍ଡ ରହିଛି। ଗୋଲ ବ୍ୟବଧାନରେ ଇଂଲଣ୍ଡ ଆଗୁଆ ଥିବାରୁ ଟେବୁଲ ଶୀର୍ଷରେ ପହଞ୍ଚିଛି। ପୁଲ୍‌ ଡି’ର ଆଜିର ମ୍ୟାଚ୍‌ରେ […]

author-image
Niranjan Mishra
ଅଦ୍ୟତନ ହୋଇଛି
ହକି ବିଶ୍ୱକପ୍‌: ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର

hockey

ରାଉରକେଲା(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍‌ରେ ଆଜି ଖେଳା ଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର ହୋଇଛି। ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଉଭୟ ପକ୍ଷ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ପଏଣ୍ଟ ସମାନ ହୋଇଥିଲେ ହେଁ ଟେବୁଲ ଶୀର୍ଷରେ ଇଂଲଣ୍ଡ ରହିଛି। ଗୋଲ ବ୍ୟବଧାନରେ ଇଂଲଣ୍ଡ ଆଗୁଆ ଥିବାରୁ ଟେବୁଲ ଶୀର୍ଷରେ ପହଞ୍ଚିଛି।

Advertisment

ପୁଲ୍‌ ଡି’ର ଆଜିର ମ୍ୟାଚ୍‌ରେ ଦୁଇ ଦଳ ନିର୍ଦ୍ଧାରିତ ସମୟରେ ପରସ୍ପରକୁ କଡ୍ଡା ଟକ୍କର ଦେଇଥିଲେ। ଏହା ସତ୍ତ୍ୱେ କୌଣସି ଗୋଲ କରି ନଥିଲେ। ଉଭୟ ଦଳକୁ ଏକାଧିକ ପେନାଲିଟି କର୍ଣ୍ଣର ମିଳିଥିଲେ ମଧ୍ୟ ସେଗୁଡ଼ିକୁ ଗୋଲରେ ପରିଣତ କରିପାରି ନ ଥିଲେ। ଦୁଇ ପକ୍ଷର ଗୋଲ କିପରମାନେ ବଲ୍‌କୁ ରୋକି ନିଜର ଶ୍ରେଷ୍ଠତା ଦେଖାଇଥିଲେ।

ପ୍ରଥମାର୍ଦ୍ଧ ଖେଳରେ ଭାରତ ପକ୍ଷରୁ ହାର୍ଦ୍ଦିକ ସିଂହ ଭଲ ଖେଳ ଦେଖାଇଥିଲେ। ହେଲେ କୌଣସି ଗୋଲ ଦେଇ ପାରି ନ ଥିଲେ। ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଟିମ୍‌ ପେନାଲିଟି କର୍ଣ୍ଣର ସୁଯୋଗକୁ ଗୋଲରେ ପରିଣତ କରିବାରେ ଫେଲ ମାରିଥିଲା। ସେହିପରି ଇଂଲଣ୍ଡକୁ ଦ୍ୱିତୀୟାର୍ଦ୍ଧରେ ଗୋଲ କରିବାକୁ ଅନେକ ସୁଯୋଗ ମିଳିଥିଲେ ହେଁ ଖେଳାଳିମାନେ ସେସବୁ ହାତଛଡ଼ା କରିଥିଲେ।

Advertisment

ତୃତୀୟାର୍ଦ୍ଧରେ ଭାରତ ଆକ୍ରମଣାତ୍ମକ ଖେଳ ଦେଖାଇ ଗୋଲ କରିବାକୁ ଚେଷ୍ଟା କରିଥିଲେ। ହେଲେ ସବୁ ସୁଯୋଗଗୁଡ଼ିକ ପ୍ରତିପକ୍ଷ ଟିମ୍‌ ରୋକିବାରେ ସକ୍ଷମ ହୋଇଥିଲା।

ଖେଳର ଶେଷାର୍ଦ୍ଧରେ ଇଂଲଣ୍ଡ ଖେଳାଳିମାନେ ଗୋଲ କରିବାକୁ ଖୁବ୍‌ ଝାଳ ବୁହାଇଥିଲେ। ମାତ୍ର ସେମାନେ ଫେଲ ମାରିଥିଲେ। ଫଳରେ ୦-୦ରେ ଖେଳ ଅମିଂମାସୀତ ହୋଇଯାଇଥିଲା। ତେଣୁ ଉଭୟ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି।

ତେବେ ଏହି ମ୍ୟାଚ୍‌ ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥିବାରୁ ଦର୍ଶକଙ୍କୁ ଖୁବ୍ ମଜା ଲାଗିଥିବା ଜଣାପଡ଼ିଛି।